ହାଇଦ୍ରାବାଦ:ଭାରତ ପରି ଜନବହୁଳ ଦେଶର ବିଭିନ୍ନ ପ୍ରମୁଖ ସହରରେମାନଙ୍କରେ ଏବେ ଟ୍ରାଫିକ ସମସ୍ୟା ମୁଣ୍ଡବିନ୍ଧାର କାରଣ ସାଜିଛି । ଏହାରି ମଧ୍ୟରେ କିଛି ପ୍ରମୁଖ ସହରରେ ମେଟ୍ରୋ ରେଳ ସେବା ଏହାକୁ କିଛି ମାତ୍ରାରେ ଲାଘବ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହାରି ମଧ୍ୟରେ ଦେଶର ହାଇଟେକ୍ସିଟି ଭାବେ ଖ୍ୟାତି ଅର୍ଜନ କରିଥିବା ହାଇଦ୍ରାବାଦରେ ମେଟ୍ରୋ ସେବାକୁ ସମ୍ପ୍ରାସାରିତ କରିବା ଓ ସହରର ସବୁ କୋଣକୁ ମେଟ୍ରୋ ସହ ଯୋଡିବା ଦିଗରେ ରାଜ୍ଯ ସରକାର ପ୍ରଧାନ୍ୟ ଦେଉଛନ୍ତି । ହାଇଦ୍ରାବାଦ ମେଟ୍ରୋ ନେଟଓ୍ବାର୍କକୁ ସହର ଅନ୍ୟ ଦିଗକୁ ସମ୍ପ୍ରସାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ହାଇଦ୍ରାବାଦ ମେଟ୍ରୋ ରେଳ ପ୍ରକଳ୍ପର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ହାଇଦ୍ରାବାଦ ମେଟ୍ରୋ ରେଳ ଲିମିଟେଡ ଓ ହାଇଦ୍ରାବାଦ ମେଟ୍ରୋପଲିଟାଣ୍ଟ ଡେଭଲପମେଣ୍ଟ କର୍ପୋରେସନ ସହ ଏକ ସମୀକ୍ଷା ବୈଠକ ପରେ ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ପ୍ରସ୍ତାବିତ ମଟ୍ରୋ ରୁଟ୍ ମଧ୍ୟ ସାମ୍ନାକୁ ଅଣାଯାଇଛି । ମିଆଁପୁରରେ ମେଟ୍ରୋ ସେବା ଶେଷ ହେଉଥିବା ବେଳେ ଏହାକୁ ପଟନଚେରଭୁ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ । ସେହିପରି ଏଲ.ବି ନଗର-ହାୟତନଗର ପର୍ଯ୍ୟନ୍ତ ନୂଆରୁଟ, ରାଇଦୂର୍ଗ ଲାଇନରେ ମେଟ୍ରୋ ସେବା ଫାଇନାନ୍ସିଆଲ ଡିଷ୍ଟ୍ରିକ୍ଟ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ । ନାଗୋଲ-ହାଇକୋର୍ଟ ସାଇଟ ମଧ୍ୟରେ ମେଟ୍ରୋ ଗଡିବ । ଏହା ସହ ଦେଶର ଅନ୍ୟତମ ବ୍ୟସ୍ତବହୁଳ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମଧ୍ୟ ମେଟ୍ରୋ ସେବା ସଂଯୋଗ କରାଯିବ । ଏମଜିବିଏସରୁ ଭାୟା ଓଲ୍ଡସିଟି ହୋଇ ମଟ୍ରୋ ସିଧା ସମସାବାଦ ସ୍ଥିତି ବିମାନ ବନ୍ଦରକୁ ସଂଯୋଗ କରିବା ନେଇ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ।