ଡେରାଡୁନ: ଆଜି(ଶୁକ୍ରବାର) ରିଲିଜ ହେବାକୁ ଯାଉଛି ବଲିଉଡ଼ ଖିଲାଡ଼ି ଅକ୍ଷୟ କୁମାର, ସଞ୍ଜୟ ଦତ୍ତ ଓ ସୋନୁ ସୁଦଙ୍କ ଅଭିନୀତ ଫିଲ୍ମ ସମ୍ରାଟ ପୃଥ୍ବୀରାଜ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରେ ଏହି ଐତିହାସିକ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।
Movie Samrat Prithviraj: ଉତ୍ତରାଖଣ୍ଡରେ ଫିଲ୍ମକୁ ଟ୍ୟାକ୍ସଫ୍ରି ଘୋଷଣା କଲେ CM ଧାମି ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ, "ସମ୍ରାଟ ପୃଥ୍ବୀରାଜ ସିଂହ ଚୌହାନଙ୍କ ଉପରେ ଆଧାରିତ ଏହି ଫିଲ୍ମକୁ ସମସ୍ତେ ଦେଖିବା ଉଚିତ । ଆଗାମୀ ପିଢି ଏହି ଫିଲ୍ମରୁ ପ୍ରେରଣା ଲାଭ କରିବେ । ଏଥିଲାଗି ମୁଁ ନିଷ୍ପତ୍ତି ନେଇଛି କି ଉତ୍ତରାଖଣ୍ଡରେ ଏହି ଫିଲ୍ମ ଟ୍ୟାକ୍ସ ଫ୍ରି ରହିବ ।" ଗତକାଲି ଏହି ଫିଲ୍ମ ପ୍ରଥମେ ଲକ୍ଷ୍ନୌରେ ସ୍ବତନ୍ତ୍ର ସ୍କ୍ରିନିଂ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବିଜେପି ନେତା ସାମିଲ ହୋଇ ଫିଲ୍ମ ଦେଖିଥିଲେ । ଫିଲ୍ମ ଦେଖିବା ପରେ ସିଏମ ଯୋଗୀ ଏହାର ଭୂୟସୀ ପ୍ରଶଂସା କରିଥିଲେ । ଆଉ ଏହାକୁ ଟାକ୍ସ ଫ୍ରି ଘୋଷଣା କରିଥିଲେ ।
ଏହା ବି ପଢନ୍ତୁ- Movie Samrat Prithviraj: ଉତ୍ତରପ୍ରଦେଶରେ ଟ୍ଯାକ୍ସଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ
ଗତ ବୁଧବାର ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଫିଲ୍ମକୁ ଦେଖିଥିଲେ । ପରିବାର ସହିତ ଅକ୍ଷୟ କୁମାରଙ୍କ ଫିଲ୍ମ ଦେଖିବାକୁ ଗୃହମନ୍ତ୍ରୀ ଆସିଥିଲେ । ଫିଲ୍ମ ଦେଖିବା ପରେ ଗୃହମନ୍ତ୍ରୀ ଶାହା ମଧ୍ୟ ଏହି ଫିଲ୍ମର ପ୍ରଶଂସା କରିଥିଲେ । ଏହି ଚଳଚ୍ଚିତ୍ର ବିଷୟରେ କଥାବାର୍ତ୍ତା କରି ଗୃହମନ୍ତ୍ରୀ କହିଥିଲେ ଯେ 'ସମ୍ରାଟ ପୃଥ୍ବୀରାଜ' କେବଳ ଜଣେ ଅଦ୍ବିତୀୟ ଯୋଦ୍ଧାର କାହାଣୀ ନୁହେଁ ଯିଏ ଆମ ମାତୃଭୂମି ପାଇଁ ସାହସର ସହିତ ଲଢିଥିଲେ, ବରଂ ଏହା ଆମ ସଂସ୍କୃତିର ମହାନତାକୁ ମଧ୍ୟ ପ୍ରତିଫଳିତ କରିଥାଏ ।
ଏହା ବି ପଢନ୍ତୁ- ବିରୋଧ ପରେ ବଦଳିଲା ଅକ୍ଷୟଙ୍କ ଫିଲ୍ମ ପୃଥ୍ବୀରାଜର ନାଁ
ସୂଚନା ଥାଉକି, ଏହି ଚଳଚ୍ଚିତ୍ରର କାହାଣୀ ଭାରତୀୟ ସଂସ୍କୃତି ଏବଂ ମହିଳା ସଶକ୍ତିକରଣକୁ ବହୁତ ଭଲ ଭାବରେ ଚିତ୍ରଣ କରାଯାଇଛି । ସୁପରଷ୍ଟାର ଅକ୍ଷୟ କୁମାର ସମ୍ରାଟ ପୃଥ୍ବୀରାଜ ଚୌହାନ ଭୂମିକାରେ ଅଭିନୟ କରୁଥିବାବେଳେ ମାନୁଷୀ ଚିଲ୍ଲର ତାଙ୍କ ପତ୍ନୀ ରାଜକୁମାରୀ ସଂୟୋଗିତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ର ସହିତ ମାନୁଷୀ ବଲିଉଡରେ ଡେବ୍ୟୁ କରିଛନ୍ତି । ଚଳଚ୍ଚିତ୍ରଟି ଆଜି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହୋଇଛି ।