ଓଡିଶା

odisha

ବିହାରରେ RCP ସିଂଙ୍କୁ ଏକନାଥ ସିନ୍ଧେ କରିବାକୁ ଚାହୁଁଛି BJP: ନୀତିଶ

By

Published : Sep 5, 2022, 7:36 AM IST

ଆରସିପି ସିଂଙ୍କୁ ବିହାରରେ ଏକନାଥ ସିନ୍ଧେଙ୍କ ପରି ବ୍ୟବହାର କରିବାକୁ ବିଜେପି ଚାହୁଁଥିବା କହିଲେ ନୀତିଶ କୁମାର (Bihar cm Nitish Kumar on RCP Singh) । କିଛି ଦିନ ପୂର୍ବରୁ ଜେଡିୟୁ ଛାଡିଥିଲେ ଆରସିପି ସିଂ । ଅଧିକ ପଢନ୍ତୁ

ବିହାରରେ ଆର.ସି.ପି ସିଂଙ୍କୁ ଏକନାଥ ସିନ୍ଧେ କରିବାକୁ ଚାହୁଁଛି BJP: ନୀତିଶ
ବିହାରରେ ଆର.ସି.ପି ସିଂଙ୍କୁ ଏକନାଥ ସିନ୍ଧେ କରିବାକୁ ଚାହୁଁଛି BJP: ନୀତିଶ

ପାଟନା:ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ହାତ ଛାଡି ମହାମେଣ୍ଟ ସମର୍ଥନରେ ସରକାର କରିବା ପରେ ବିହାର ରାଜନୀତି (Bihar politics)କୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଲାଗି ରହିଛି । ଗୋଟିଏ ପଟେ ୨୦୨୪ରେ ନୀତିଶଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବ ଚର୍ଚ୍ଚା ସାଙ୍ଗକୁ ମଣିପୁରରେ ୫ ଜେଡିୟୁ ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହେବା ପରେ ନୀତିଶ ସରକାରର ଗଠବନ୍ଧନ ଖୁବ କମ ଦିନ ବୋଲି ବିଜେପି କହିଛି । ଅନ୍ୟପଟେ ବିରୋଧୀଙ୍କୁ ଏକାଠି କରିବାରେ ଲାଗିଥିବା ନୀତିଶ ବିଜେପି ଉପରେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ ଆଣିବାରେ ଲାଗିଛନ୍ତି ।

ନିକଟରେ ଜେଡିୟୁରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ଆରସିପି ସିଂଙ୍କୁ ନେଇ ଏକ ବଡ ଷଡଯନ୍ତ୍ର କରିବା ପାଇଁ ବିଜେପି ଚାହୁଁଥିବା କହିଛନ୍ତି ନୀତିଶ (Bihar cm Nitish Kumar on RCP Singh) । ନିକଟରେ ମହାରାଷ୍ଟ୍ରରେ ଯେପରି ଭାବେ ଶିବସେନାକୁ ଭାଙ୍ଗି ଉଦ୍ଧବ ସରକାରଙ୍କ ପତନ କରି ବିଜେପି ସରକାର ଗଠନ କଲା ସେପରି କିଛି ବିହାରରେ ମଧ୍ୟ କରିବାକୁ ବିଜେପି ଯୋଜନା ରଖିଛି । ବିଜେପି ଏଥିପାଇଁ ପୂର୍ବତନ ଜେଡୁୟୁ ନେତା ଆରସିପି ସିଂଙ୍କୁ ଶିବସେନା ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେଙ୍କ ପରି ବ୍ୟବହାର କରିବାକୁ ପ୍ରୟାସ ଜାରି ରଖିଥିବା ନୀତିଶ ଆଶଙ୍କା କରିଛନ୍ତି ।

ରବିବାର ଜେଡିୟୁର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ ପାଟନାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ନୀତିଶଙ୍କ ଏପରି ମନ୍ତବ୍ୟ ସାମ୍ନାକୁ ଆସିଛି । ନିକଟରେ ନୀତିଶଙ୍କ ବିରୋଧରେ ଏକାଧିକ ଦୁର୍ନୀତି ଅଭିଯୋଗ ଆଣି ଦଳର ବରିଷ୍ଠ ନେତା ଆରସିପି ସିଂ ଦଳରୁ ଇସ୍ତଫା ଦେଇଥିଲେ । ତେବେ ମହାରାଷ୍ଟ୍ର ବିଦ୍ରୋହ ପରି ଆଶଙ୍କା ଦର୍ଶାଇବା ସହ ଆରସିପି ସିଂଙ୍କୁ ଏକନାଥ ସିନ୍ଧେଙ୍କ ପରି ବିଜେପି ବ୍ୟବହାର କରିବାକୁ ଚାହୁଁଥିବା କହିଛନ୍ତି ।

ଗତକାଲି ଦଳର ପ୍ରାଦେଶିକ କାର୍ଯ୍ୟକାରିଣୀକୁ ସମ୍ବୋଧିତ କରି ନୀତିଶ କହିଥିଲେ,‘‘ବିଜେପି ୨୦୨୪ରେ ମାତ୍ର ୫୦ ଆସନରେ ସୀମିତ ରହିବ । ବିରୋଧୀ ଦଳମାନେ ମିଳିତ ଭାବେ ଲଢିବାର ଆବଶ୍ୟକତା ରହିଛି । ସେହିପରି ସେ ରାଜ୍ୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଅସ୍ଥିରତା ସୃଷ୍ଟି କରିବା ସହ ସାମ୍ପ୍ରଦାୟିକତା ସ୍ଥିତି ସୃଷ୍ଟି କରିବାର ଆଶଙ୍କା କରିବା ସହ ଦଳର କାର୍ଯ୍ୟକର୍ତ୍ତାଙ୍କୁ ପଞ୍ଚାୟତ ସ୍ତରରୁ ମୁକାବିଲା ରଣନୀତି ପ୍ରସ୍ତୁତ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details