ପାଟନା:ବିହାର ଛପରା ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ବଢି ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ଏଯାବତ ୭୧ ଜଣଙ୍କ ମୃତ୍ୟୁ ଘଟିଲାଣି (Bihar hooch tragedy)। ଏହାରି ମଧ୍ୟରେ ବିହାର ବିଧାନସଭା ଶୀତକାଳୀନ ଅଧିବେଶନର ୪ର୍ଥ ଦିନରେ ଏହି ଘଟଣାକୁ ନେଇ ଜାରି ରହିଛି ହଙ୍ଗାମା (Bihar assembly winter session)। ଗୃହରେ ବିରୋଧୀ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦେଇଛନ୍ତି ବଡ଼ ବୟାନ (CM Nitish Kumar on death due to alcohol) । ମଦ ନିଷେଧ ବିହାରରେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲି କହିଛନ୍ତି ନୀତିଶ । ମଦ ପିଇ ଯଦି କାହାର ମୃତ୍ୟୁ ଘଟେ, ତେବେ ସରକାର ଗୋଟିଏ ଟଙ୍କା ବି ଦେବେ ନାହିଁ ବୋଲି ସେ କହିଛନ୍ତି ।
'ସରକାର ଗୋଟିଏ ବି ଟଙ୍କା ଦେବେ ନାହିଁ'
ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣା ଉପରେ ଗୋଟିଏ ପରେ ଗୋଟିଏ ଚର୍ଚ୍ଚିତ ମନ୍ତବ୍ୟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ । ବିହାରରେ ମଦ ନିଷେଧ ଥିବା ବେଳେ ସେ ଗତକାଲି କହିଥିଲେ ଯେ ଯିଏ ଏହି ମଦ ପିଇବ, ସେ ମରିବ । ରାଜ୍ୟରେ ମଦ ନିଷେଧ ଥିବା ବେଳେ କେଉଁଠୁ ମଦ ଆସୁଛି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ । ସେପଟେ ଆଜି ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି ଯେ ଯାହାର ବି ମଦ ପିଇ ମୃତ୍ୟୁ ଘଟୁଛି, ତାକୁ ସରକାର କ୍ଷତିପୂରଣ ବାବଦକୁ ଗୋଟିଏ ଟଙ୍କା ବି ଦେବେ ନାହିଁ । ମଦ ପିଇ ମୃତ୍ୟୁ ଘଟିଲେ ପରିବାରକୁ କ୍ଷତିପୂରଣ ଦିଆଯିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ନୀତିଶ ।
ଏହା ବି ପଢନ୍ତୁ- Bihar Hooch Tragedy: ଛପରା ପରେ ସିଓ୍ବାନରେ ମଦ ମୃତ୍ୟୁ, ଗଲାଣି ୫ ଜୀବନ