ଓଡିଶା

odisha

ETV Bharat / bharat

ବିଜେପି ହାତ ଛାଡି ମୁଁ ବହୁତ ଖୁସି, କହିଲେ ନୀତିଶ କୁମାର - Nitish Kumar on breaking alliance with bjp

ବିଜେପି ସହ ସମ୍ପର୍କ ତୁଟାଇ ବହୁତ ଖୁସି ଥିବା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ କୁମାର । ଅଧିକ ପଢନ୍ତୁ

CM Nitish Kumar
CM Nitish Kumar

By

Published : Sep 5, 2022, 2:09 PM IST

ପାଟନା:ନିକଟରେ ବିଜେପି ହାତ ଛାଡି ଆରଜେଡି ସହ ହାତ ମିଳାଇଛନ୍ତି ନୀତିଶ କୁମାର । ବିଜେପି ସହ ସମ୍ପର୍କ ତୁଟାଇ ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ । ବିହାରରେ ବିଜେପି ସହ ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ଆରଜେଡି ସହ ମେଣ୍ଟ ହୋଇଥିଲା ସେବେଠୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚର୍ଚ୍ଚାରେ ଅଛନ୍ତି । ସାଧାରଣ ଲୋକଙ୍କଠୁ ନେଇ ରାଜନେତା ମାନନ୍ତି କି 2017 ତୁଳନାରେ 2022ରେ ବିଜେପି ହାତ ଛାଡିବା ପରେ ନୀତିଶ ବହୁତ ଖୁସି ଅଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ବିଜେପି ସହ ମେଣ୍ଟ ତୁଟାଇବା ପରେ ବହୁତ ଖୁସି ଅଛି ।

ବିଜେପି ହାତ ଛାଡି ମୁଁ ବହୁତ ଖୁସି କହିଲେ ନୀତିଶ କୁମାର

କାହିଁକି ଖୁସି ନୀତିଶ...

ରବିବାର ପାଟନାରେ ଜେଡିୟୁ ରାଷ୍ଟ୍ରୀୟ ପରିଷଦର ଏକ ବୈଠକକୁ ସମ୍ବୋଧିତ କରି ନୀତିଶ କୁମାର ତାଙ୍କ ହସର ରାଜ ଓ ଖୁସି ପଛର କାରଣ ଖୁଲାସା କରିଛନ୍ତି । ସେ କହିଛନ୍ତି,''ଆଜିକାଲି କୌଣସି କାମ କରୁଛି ତ କରୁଛି, ଚେଷ୍ଟା କରନ୍ତି କି ଏଠାକାର କାମକୁ ପଛରେ ପକାଇ ଦିଅ କହିଦିଅ କି କେନ୍ଦ୍ର ହିଁ କରୁଛି ।' ଏହା ତାଙ୍କ ପକ୍ଷରୁ ପ୍ରଚାର ହୋଇଥାଏ । ନିଜ ତରଫରୁ ପ୍ରଚାର କରନ୍ତି କି ଆମେ କରୁଛୁ । ଆପଣ ସମସ୍ତଙ୍କୁ ଲାଗୁଛି କି ମୁଁ ଖୁସି ରୁହେ ହସୁଥାଏ, ତେବେ ଏଥିପାଇଁ ଖୁସି ରୁହେ କି ଏଠାରେ ବିଜେପିଠୁ ମୁକ୍ତି ନେଇ ଏବେ ଏକାଠୀ ସମସ୍ତେ ମିଳିମିଶି ଦେଶକୁ ଆଗକୁ ନେବା ।''

ସେ ଆହୁରି କହିଛନ୍ତି, ‘‘ଆପଣଙ୍କୁ ଲାଗୁଛି ଏବେ ମୁଁ ବହୁତ ଖୁସି ରହୁଛି, ହସୁଛି ତେବେ ଜାଣି ରଖନ୍ତୁ ବିଜେପିଠୁ ମୁକ୍ତି ମିଳିଛି । ଦେଖି ପାରୁଛି କି ଆପଣମାନେ ବି ଖୁସି ନଜର ଆସୁଛନ୍ତି । ହସୁଥିବା ଦେଖିବାକୁ ମିଳୁଛି । ତେବେ ମୋତେ ବି ଖୁସି ହେବାଟା ନିଶ୍ଚୟ ।''

ଏହା ବି ପଢନ୍ତୁ...ଲକ୍ଷ୍ନୌର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ତ: ଦୁଇ ମୃତ, ଉଦ୍ଧାର କାର୍ଯ୍ୟ ଜାରି

2017ରେ NDAରୁ ଫେରିବା ମୂର୍ଖତା ଥିଲା...

ଜେଡିୟୁ ନେତାଙ୍କ ସାମ୍ନାରେ ନୀତିଶ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି ଯେ ଆମେ 2017ରେ ଏକ ଭୁଲ କରିଛୁ । ଏପରିକି ସେ ଏନଡିଏରେ ଯୋଗଦେବା ନିଷ୍ପତ୍ତିକୁ ମୂର୍ଖ ବୋଲି କହିଛନ୍ତି । ନୀତିଶ କହିଛନ୍ତି ଯେ, ‘‘2013ରେ ଆମେ ଏନଡିଏ ଠାରୁ ଅଲଗା ହୋଇଥିଲୁ । ଏକ ତ୍ରୁଟି ଘଟିଛି | ଆମେ 2017ରେ ପୁନର୍ବାର NDAକୁ ଫେରିଗଲୁ, ଯେଉଁ କାରଣରୁ କିଛି ରାଜ୍ୟରୁ ଅନେକ ଲୋକ ଆମଠାରୁ ଅଲଗା ହୋଇଗଲେ । ସିଏମ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଯେତେବେଳେ ସେମାନେ ଏନଡିଏରୁ ଅଲଗା ହୋଇଗଲେ, ଲୋକମାନେ କହୁଛନ୍ତି ଏହା ଠିକ୍ ଅଛି ।

ABOUT THE AUTHOR

...view details