ଓଡିଶା

odisha

ETV Bharat / bharat

ବିରୋଧି ଏକତା ଉଦ୍ୟମ: କେଜ୍ରିୱାଲଙ୍କୁ ଭେଟିଲେ ନୀତିଶ, ପରେ ଖଡଗେଙ୍କୁ ଭେଟିବେ - ବିରୋଧି ଏକତା ପ୍ରୟାସ

ମଲ୍ଲିକାର୍ଜୁନ ଖଡ୍‌ଗେ ଓ କେଜ୍ରିୱାଲଙ୍କୁ ଭେଟିବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି ନୀତିଶ କୁମାର । ପାଟନା ଠାରେ ହେବାକୁ ଥିବା ବିରୋଧି ଦଳ ବୈଠକ ସମ୍ପର୍କରେ ଆଲୋଚନା କରିବେ । ଅଧିକ ପଢନ୍ତୁ

ଆଜି ଖଡ୍‌ଗେ ଓ କେଜ୍ରିୱାଲଙ୍କୁ ଭେଟିବେ ନୀତିଶ
ଆଜି ଖଡ୍‌ଗେ ଓ କେଜ୍ରିୱାଲଙ୍କୁ ଭେଟିବେ ନୀତିଶ

By

Published : May 21, 2023, 12:56 PM IST

Updated : May 21, 2023, 1:18 PM IST

ନୂଆଦିଲ୍ଲୀ: ୨୦୨୪ରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧି ଦଳ ଗୁଡିକୁ ଏକାଠି କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରୟାସ ଜାରି ରଖିଛନ୍ତି । ଗୋଟିଏ ପରେ ଗୋଟିଏ ରାଜ୍ୟ ବୁଲି ଅଣ-ବିଜେପି ନେତାମାନଙ୍କୁ ଭେଟୁଛନ୍ତି । ଏବେ ପୁଣିଥରେ ସେ ବିଭିନ୍ନ ବିରୋଧି ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ନୀତିଶ ଆଜି ପୁନର୍ବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସାକ୍ଷାତ କରିଛନ୍ତି । ନୀତିଶଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ସଞ୍ଜୟ ଝା, ଲଲନ ସିଂ ଓ ମନୋଜ ଝା ଉପସ୍ଥିତ ଅଛନ୍ତି ।

କେଜ୍ରିୱାଲଙ୍କ ସହ ଆଲୋଚନା ପରେ ନୀତିଶ ଖଡ୍‌ଗେଙ୍କୁ ଭେଟିବାକୁ ଯିବେ । କଂଗ୍ରେସ ମୁଖ୍ୟଙ୍କ ସହ ବିରୋଧି ଏକତା ରଣନୀତି ଉପରେ ମାନସ ମନ୍ଥନ କରିବେ । ଏହି ସମୟରେ ପାଟନା ଠାରେ ହେବାକୁ ଥିବା ବିରୋଧି ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ । କେବେ ବୈଠକ ଅନୁଷ୍ଠିତ ହେବ ସେନେଇ ଆଜି ତାରିଖ ଧାର୍ଯ୍ୟ ହେବ ।

ଗତକାଲି(ଶନିବାର) କର୍ଣ୍ଣାଟକରେ କଂଗ୍ରେସ ସରକାରର ଶପଥ ଗ୍ରହଣ ସମାରୋହରେ ବହୁ ବରିଷ୍ଠ ରାଜନେତା ଏକଜୁଟ ହୋଇ ବିରୋଧି ଏକତା ପ୍ରଦର୍ଶନ କରିଥିଲେ । ଶପଥ ଉତ୍ସବରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ଆରମ୍ଭ କରି ନୀତିଶ କୁମାର, ତେଜସ୍ବୀ ଯାଦବ, ହେମନ୍ତ ସୋରେନ, ଫାରୁକ ଅବଦୁଲ୍ଲା, ମେହବୁବା ମୁଫତି, ଷ୍ଟାଲିନ, ସୀତାରାମ ୟେଚୁରୀ, ଡି ରାଜା, ଶରଦ ପାୱର, ଟିଏମସି ଓ ଶିବସେନାର ବହୁ ନେତା ସାମିଲ ହୋଇଥିଲେ । ହେଲେ ଏହି କାର୍ଯ୍ୟକ୍ରମରୁ ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରା ତଥା ସପା ମୁଖ୍ୟ ଅଖିଳେଶ ଯାଦବ ଦୂରେଇ ରହିଥିଲେ । ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାୟାବତୀ ପ୍ରମୁଖ ବରିଷ୍ଠ ରାଜନେତା ମଧ୍ୟ ଯୋଗ ଦେଇନଥିଲେ ।

ଯେବେଠାରୁ ନୀତିଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ମିଶି ସରକାର ଗଢିଛନ୍ତି, ସେବେଠୁ ବିଜେପି ବିରୋଧରେ ଏକ ବଡ ମୋର୍ଚ୍ଚା ଖୋଲିବାକୁ ଚେଷ୍ଟା କରିଆସୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରରୁ ମୋଦି ସରକାରକୁ ହଟାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ ହୋଇଛି । ଏହି ପରିପ୍ରେକ୍ଷୀରେ ସେ ବିରୋଧି ଦଳଗୁଡିକୁ ଏକଜୁଟ କରିବାରେ ଲାଗି ପଡିଛନ୍ତି । ଏଥିପାଇଁ ଜେଡିୟୁ ସୁପ୍ରିମୋ ବିଗତ ଦିନରେ ଦିଲ୍ଲୀ, କୋଲକାତା, ଲକ୍ଷ୍ନୌ, ଭୁବନେଶ୍ବର, ମୁମ୍ବାଇ, ରାଞ୍ଚି ଗସ୍ତ କରି ବିରୋଧି ନେତାମାନଙ୍କୁ ଭେଟିଛନ୍ତି । ଆଜି ପୁଣିଥରେ ଦିଲ୍ଲୀରେ ପହଞ୍ଚି କଂଗ୍ରେସ ମୁଖ୍ୟ ଖଡଗେ ଓ ଆପ୍ ସୁପ୍ରିମୋ କେଜ୍ରିୱାଲଙ୍କୁ ଭେଟିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭ ଭାରତ

Last Updated : May 21, 2023, 1:18 PM IST

ABOUT THE AUTHOR

...view details