ଓଡିଶା

odisha

ETV Bharat / bharat

ସ୍ୱାଧୀନତା ଦିବସରେ ଚମକାଇ ଦେଲେ ନୀତିଶ, ରାଜ୍ୟବାସୀଙ୍କୁ ଦେବେ 20 ଲକ୍ଷ ଚାକିରି

ସ୍ବାଧୀନତା ଦିସବରେ ନୀତିଶ କୁମାରଙ୍କ ବଡ ଘୋଷଣା । ବିହାରବାସୀଙ୍କୁ ଦେବେ 20ଲକ୍ଷ ଚାକିରି । 10 ହଜାର କେବଳ ସରକାରୀ ନେଇ ଘୋଷଣା । ନିଷ୍ପତ୍ତିକୁ ଐତିହାସିକ କହିଲେ ଉପମୁଖ୍ୟମନ୍ତ୍ରୀ ଜେତସ୍ବୀ ଯାଦବ । ଅଧିକ ପଢନ୍ତୁ

ସ୍ବାଧୀନତା ଦିବସରେ ଚମକାଇ ଦେଲେ ନୀତିଶ, ରାଜ୍ୟବାସୀଙ୍କୁ ଦେବେ 20 ଲକ୍ଷ ଚାକିରି
ସ୍ବାଧୀନତା ଦିବସରେ ଚମକାଇ ଦେଲେ ନୀତିଶ, ରାଜ୍ୟବାସୀଙ୍କୁ ଦେବେ 20 ଲକ୍ଷ ଚାକିରି

By

Published : Aug 15, 2022, 9:10 PM IST

ପାଟନା:76ତମ ସ୍ୱାଧୀନତା ଦିବସରେ ନିଯୁକ୍ତି ଓ ରୋଜଗାରକୁ ନେଇ ବଡ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଗାମୀ କିଛି ବର୍ଷରେ ବିହାରବାସୀଙ୍କୁ ମିଳିବ 20 ଲକ୍ଷ ଚାକିରି । ଆଜି ରାଜଧାନୀ ପାଟନାର ଗାନ୍ଧୀ ମଇଦାନରେ ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପରି ଘୋଷଣା କରିଛନ୍ତି । ନୀତିଶ କହିଥିଲେ ରାଜ୍ୟରେ ନୂତନ ସରକାର ଗଠନ ହେବା ମାତ୍ରେ ବିହାରର ଯୁବକମାନଙ୍କୁ ଚାକିରି ଦେବା ଦିଗରେ କାର୍ଯ୍ୟ ଆରମ୍ଭ ହୋଇସାରିଛି ।

ସ୍ବାଧୀନତା ଦିବସରେ ଚମକାଇ ଦେଲେ ନୀତିଶ, ରାଜ୍ୟବାସୀଙ୍କୁ ଦେବେ 20 ଲକ୍ଷ ଚାକିରି

ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଇଙ୍ଗୀତ କରି ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି ଯେ, ମିଳିତ ଭାବେ ଆମେ ବିହାରକୁ ବିକଶିତ ବିହାର କରିବା ପାଇଁ ପ୍ରୟାସ ଆରମ୍ଭ କରିସାରିଛୁ । ସେଥିପାଇଁ ପ୍ରଥମେ ନିଯୁକ୍ତି ସୃଷ୍ଟି କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସରିଛି । ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଧନ୍ୟବାଦ ଦେବାକୁ ଯାଇ ଘୋଷଣାକୁ ଐତିହାସିକ ବୋଲି ଦର୍ଶାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ।

ଆଗାମୀ କିଛି ବର୍ଷରେ ସୃଷ୍ଟି ହେବ20 ଲକ୍ଷ ଚାକିରି:-

ନୀତିଶ କହିଛନ୍ତି, ‘‘ବିହାରରେ ଆସନ୍ତା କିଛି ବର୍ଷ ମଧ୍ୟରେ 20 ଲକ୍ଷ ଚାକିରି ସୃଷ୍ଟି ହେବ । ସେଥିମଧ୍ୟରୁ କେବଳ 10 ଲକ୍ଷ ସରକାରୀ କ୍ଷେତ୍ରରେ ସୃଷ୍ଟି ହେବାକୁ ଥିବା ବେଳେ ଅବଶିଷ୍ଟ 10 ଲକ୍ଷ ଅନ୍ୟ ତଥା ଘରୋଇ କ୍ଷେତ୍ର ଓ ପରୋକ୍ଷ ଭାବେ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିହାରରେ ନୂତନ ସରକାର ଗଠନ ହେବା ମାତ୍ରେ ସରକାର ଏ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରି ସାରିଛନ୍ତି । ଆଗାମୀ କିଛି ବର୍ଷ ମଧ୍ୟରେ ଏହା ବାସ୍ତବତାରେ ପରିଣତ ହେବା ।’’

ବିହାରରେ 10 ଲକ୍ଷ ସରକାରୀ ଚାକିରିର ପ୍ରସଙ୍ଗ:-

2020 ବିଧାନସଭା ନିର୍ବାଚନ ସମୟରେ RJD ନେତା ତେଜସ୍ୱୀ ଯାଦବ ତାଙ୍କ ନିର୍ବାଚନ ଇସ୍ତାହରରେ ଏହି ନିଯୁକ୍ତି ପ୍ରସଙ୍ଗକୁ ଅଗ୍ରାଧିକାର ଦେବା ସହ ତାଙ୍କ ଦଳ କ୍ଷମତାକୁ ଆସିଲେ ରାଜ୍ୟର ଯୁବବର୍ଗଙ୍କୁ 10 ଲକ୍ଷ ଚାକିରି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ତେବେ ନୀତିଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗି ମହାମେଣ୍ଟ ସମର୍ଥନରେ ନୂତନ ସରକାର ଗଠନ କରିଥିଲେ । ନୂତନ ସରକାରରେ ତେଜସ୍ବୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଉକ୍ତ ପ୍ରତିଶୃତି ପୁଣି ଥରେ ଚର୍ଚ୍ଚାର ମୁଖ୍ୟାଶଂକୁ ଆସିଥିଲା । ରାଜ୍ୟରେ ପୁଣି ରୋଜଗାର ଓ ନିଯୁକ୍ତି ପ୍ରତିଶୃତିକୁ ତେଜସ୍ବୀଙ୍କୁ ପ୍ରଶ୍ନ କରିଥିଲା ଭାରତୀୟ ଜନତା ପାର୍ଟି ।

ବିଜେପି ନେତା ସୁଶୀଲ ମୋଦି ତେଜସ୍ୱୀ ଯାଦବଙ୍କୁ ବେରୋଜଗାରଙ୍କୁ ଶୀଘ୍ର ନିଯୁକ୍ତି ଦେବାକୁ ଦାବି କରିଥିଲେ । ଏଥି ସହ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ଏହି ପ୍ରଶ୍ନ ଉଠାଇ ତେଜସ୍ବୀଙ୍କୁ ସମଲୋଚନା କରିଥିଲେ । ଆଜି ସ୍ବାଧୀନତା ଦିବସରେ ଏହି ପ୍ରସଙ୍ଗକୁ ନେଇ ବଡ ଘୋଷଣା କରିଛନ୍ତି ନୀତିଶ କୁମାର । ତେବେ ବିଜେପି ଠାରୁ ଅଲଗା ହୋଇ ସମସ୍ତଙ୍କୁ ଚକମା ଦେଇ ପୁଣି ମୁଖ୍ୟମନ୍ତ୍ରୀ ଭାବେ ପଦ ଗ୍ରହଣ ରଖିଥିବା ନୀତିଶଙ୍କର ଏପରି ପ୍ରତିଶୃତି କେବେ ବାସ୍ତବରେ ପରିଣତ ହେଉଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details