ଭୁବନେଶ୍ବର:ରାଜଧାନୀ ଦିଲ୍ଲୀରେ ପ୍ରବଳ ଅକ୍ସିଜେନ ସଙ୍କଟ ମଧ୍ୟରେ ସହଯୋଗର ହାତ ବଢାଇଲା ଓଡିଶା । ମହାମାରୀ କୋରୋନା ସ୍ଥିତି ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଙ୍କଟ ସମୟରେ ଦିଲ୍ଲୀକୁ ସହଯୋଗର ହାତ ବଢାଛନ୍ତି ନବୀନ ।
ଦିଲ୍ଲୀରେ ଅକ୍ସିଜେନ ସଙ୍କଟ, ସହଯୋଗର ହାତ ବଢାଇଲେ ନବୀନ - ନବୀନ ପଟ୍ଟନାୟକ
ମହାମାରୀ କୋରୋନା ସ୍ଥିତି ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଙ୍କଟ ସମୟରେ ଦିଲ୍ଲୀକୁ ସହଯୋଗର ହାତ ବଢାଛନ୍ତି ନବୀନ । ଅଧିକ ପଢନ୍ତୁ...
ନବୀନ କହିଛନ୍ତି, ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ କ୍ଷେତ୍ରରେ ସମସ୍ତ ସହଯୋଗ କରିବ ଓଡିଶା । ରାଜ୍ୟର ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏନେଇ ଜଣେ ଅଫିସରଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦେଇଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ଓଡିଶାର ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି କେଜ୍ରିୱାଲ । ଟ୍ବିଟ କରି କେଜ୍ରିୱାଲ କହିଛନ୍ତି, ସିଏମ ନବୀନ ପଟ୍ଟନାୟକଙ୍କ ସହିତ ଫୋନରେ ଆଲୋଚନା କରିଛି । ଅକ୍ସିଜେନ କ୍ଷେତ୍ରରେ ଓଡିଶା ଦିଲ୍ଲୀକୁ ସମସ୍ତ ସହଯୋଗ କରିବ ବୋଲି କହିଛନ୍ତି ନବୀନ । ଏନେଇ ଜଣେ ଅଫିସରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଦାୟିତ୍ବ ଦେଇଛନ୍ତି । ନବୀନଙ୍କୁ ଧନ୍ୟବାଦ ଜଣାଇବା ସହିତ ଦିଲ୍ଲୀ ପ୍ରକୃତରେ କୃତଜ୍ଞ ବୋଲି କହିଛନ୍ତି କେଜ୍ରିୱାଲ ।