ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ନବୀନ - ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ନବୀନ

ଦିଲ୍ଲୀରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଙ୍ଗରେ ଥିଲେ ଦଳୀୟ ସାଂସଦ । ଶପଥ ଗ୍ରହଣ ସମାରୋହରେ ମଧ୍ୟ ହେବେ ସାମିଲ । ଅଧିକ ପଢନ୍ତୁ

ଦିଲ୍ଲୀରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ନବୀନ
ଦିଲ୍ଲୀରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ନବୀନ

By

Published : Jul 24, 2022, 6:38 PM IST

Updated : Jul 24, 2022, 9:32 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି (ରବିବାର) ଅପରାହ୍ନରେ ନବୀନ ଦ୍ରୌପଦୀଙ୍କ ସରକାରୀ ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି । ସୋମବାର ଦିନ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ନବୀନ । ତେବେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପୂର୍ବରୁ ସୌଜନ୍ୟମୂଳକ ଭାବେ ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ନବୀନ । ନବୀନଙ୍କ ସହ ଦଳୀୟ ସାଂସଦମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଭେଟିଲେ ନବୀନଙ୍କ ସହ ଦଳୀୟ ସାଂସଦ

ବିଜେପି ନେତୃତ୍ବାଧୀନ NDA ମେଣ୍ଟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ନବୀନ ପଟ୍ଟନାୟକ ଦ୍ରୌପଦୀଙ୍କୁ ସମର୍ଥନ ଘୋଷଣା କରିବା ସହ ଦଳମତ ନିର୍ବିଶେଷରେ ଓଡିଶାର ସମସ୍ତ ବିଧାୟକ ମାଟିର ଝିଅ ଦ୍ରୌପଦୀଙ୍କୁ ଭୋଟ ଦେବାକୁ ମଧ୍ୟ ଆହ୍ବାନ ଦେଇଥିଲେ । ତେବେ ଦଳ ପକ୍ଷରୁ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ କିଛି ମନ୍ତ୍ରୀଙ୍କୁ ପ୍ରିତନିଧି ଭାବେ ମଧ୍ୟ ପଠାଇଥିଲେ ନବୀନ ।

ଦ୍ରୌପଦୀ ବିପୁଳ ଭୋଟ ବ୍ୟବଧାନରେ ବିଜୟ ହାସଲ କରିବା ପରେ ବିଜେଡି ପକ୍ଷରୁ ବିଜୟ ଉତ୍ସବ ମଧ୍ୟ ପାଳନ କାରାଯାଇଥିଲା । ତେବେ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦିଲ୍ଲୀ ଗସ୍ତରେ ଥିବାବେଳେ, ଆଜି ସୌଜନ୍ୟମୂଳକ ଭାବେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 24, 2022, 9:32 PM IST

ABOUT THE AUTHOR

...view details