ଓଡିଶା

odisha

ETV Bharat / bharat

କୋଭିଡ ପାଣ୍ଠିକୁ ଦାନ କରିଥିଲେ ଛାତ୍ର, ଉପହାରରେ ସାଇକେଲ ପଠାଇଲେ ମୁଖ୍ୟମନ୍ତ୍ରୀ - ତାମିଲନାଡୁ ମୁଖ୍ୟନ୍ତ୍ରୀ ଏମକେ ଷ୍ଟାଲିନ

7 ବର୍ଷୀୟ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ସାଇକେଲ ଉପହାର ଦେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । କୋଭିଡ ପାଣ୍ଠିକୁ ଦାନ କରିଥିଲେ ଛାତ୍ର । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପାଣ୍ଠିକୁ ଦାନ କରିଥିଲେ ଛାତ୍ର, ସାଇକେଲ ଉପହାର ପଠାଇଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପାଣ୍ଠିକୁ ଦାନ କରିଥିଲେ ଛାତ୍ର, ସାଇକେଲ ଉପହାର ପଠାଇଲେ ମୁଖ୍ୟମନ୍ତ୍ରୀ

By

Published : May 12, 2021, 6:19 AM IST

ଚେନ୍ନାଇ: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଚର୍ଚ୍ଚାକୁ ଆସିଛନ୍ତି ଏମକେ ଷ୍ଟାଲିନ । ଚେନ୍ନାଇ ଜଣେ 7 ବର୍ଷୀୟ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ସାଇକେଲ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ସାଇକେଲ କିଣିବା ପାଇଁ ଅର୍ଥ ସଞ୍ଚୟ କରିଥିବା ଛାତ୍ରଜଣଙ୍କ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ନିଜ ସଞ୍ଚିତ ଅର୍ଥ ଦାନ କରିଦେଇଥିଲେ । ପରେ ଏହି ଖବର ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ନିକଟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଉପହାର ସ୍ବରୂପ ଏକ ସାଇକେଲ ଛାତ୍ରଙ୍କ ଘରକୁ ପଠାଇଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପାଣ୍ଠିକୁ ଦାନ କରିଥିଲେ ଛାତ୍ର, ସାଇକେଲ ଉପହାର ପଠାଇଲେ ମୁଖ୍ୟମନ୍ତ୍ରୀ

ଉକ୍ତ ଛାତ୍ର ଜଣଙ୍କ ସାଇକେଲ ଟିଏ କିଣିବା ପାଇଁ ପ୍ରାୟ 2 ବର୍ଷ ଧରି ଟଙ୍କା ଜମା କରିଥିଲେ । ତେବେ ଦେଶରେ ଦେଖାଦେଇଥିବା କୋଭିଡ ସ୍ଥିତି ଯୋଗୁ ତାମିଲନାଡୁ ସରକାରଙ୍କୁ କୋଭିଡ ମୁକାବିଲା ପାଇଁ ଉକ୍ତ ସଞ୍ଚିତ ଅର୍ଥ ରାଶିରୁ 1 ହଜାର ଟଙ୍କା ଦାନ କରିଥିଲେ ଛାତ୍ର । ଯାହାଫଳରେ ସାଇକେଲ କିଣିବାରୁ ବଞ୍ଚିତ ହୋଇଥିଲେ ଛାତ୍ର ।

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପାଣ୍ଠିକୁ ଦାନ କରିଥିଲେ ଛାତ୍ର, ସାଇକେଲ ଉପହାର ପଠାଇଲେ ମୁଖ୍ୟମନ୍ତ୍ରୀ

ତେବେ ଏହି ଘଟଣା ଜଣା ପଡିବା ପରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ତାଙ୍କ ଘରକୁ ଏକ ସାଇକେଲ ପଠାଇଥିଲେ । ସାଇକେଲ ସହ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ଛାତ୍ର ଜଣଙ୍କୁ ଶୁଭେଚ୍ଛା ବର୍ତ୍ତା ମଧ୍ୟ ପଠାଇଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟ ପରେ ରାଜ୍ୟରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details