ଓଡିଶା

odisha

ETV Bharat / bharat

CM Mann meets Amit Shah: ସୀମାପାର ଅସ୍ତ୍ରଶସ୍ତ୍ର ଓ ନିଶା କାରବାର ପାଇଁ ମାଗିଲେ ଅନୁଦାନ

ସୀମାପାର ଅସ୍ତ୍ରଶସ୍ତ୍ର ଓ ନିଶା କାରବାର ରୋକିବା ପାଇଁ କେନ୍ଦ୍ର ଠାରୁ ଆର୍ଥିକ ସହଯୋଗ ମାଗିଲା ପଞ୍ଜାବ ସରକାର । ଶାହଙ୍କୁ ଭେଟି ଆଲୋଚନା କଲେ ମାନ । ଅଧିକ ପଢନ୍ତୁ

CM Mann meets Amit Shah:ସୀମାପାର ଅସ୍ତ୍ରଶସ୍ତ୍ର ଓ ନିଶା କାରବାର ମାଗିଲେ ଅନୁଦାନ
CM Mann meets Amit Shah:ସୀମାପାର ଅସ୍ତ୍ରଶସ୍ତ୍ର ଓ ନିଶା କାରବାର ମାଗିଲେ ଅନୁଦାନ

By

Published : Mar 3, 2023, 7:18 AM IST

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଗତକାଲି (ଗୁରୁବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି । ପଞ୍ଜାବ ଏକ ସୀମାନ୍ତ ରାଜ୍ୟ ହୋଇଥିବା କାରଣରୁ ସୁରକ୍ଷା ପ୍ରସଙ୍ଗରେ ସେ ଶାହଙ୍କ ଠାରୁ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିଛନ୍ତି । ସୀମାପାର ନିଶା ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ କେନ୍ଦ୍ର ସରକାର ପଞ୍ଜାବ ସରକାରଙ୍କୁ ଅନୁଦାନ ରାଶି ଦେଉ ବୋଲି ମୁଖ୍ୟମନ୍ତ୍ରୀ ମାନ ଶାହଙ୍କ ନିକଟରେ ଦାବି କରିଛନ୍ତି ।

ଉଭୟଙ୍କ ମଧ୍ୟରେ ପ୍ରାୟ 40 ମିନିଟର ଦୀର୍ଘ ବୈଠକ ହୋଇଥିବା ସୂଚନା ମିଳିଛି । ମାନ କହିଛନ୍ତି, ସୀମାପାର ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ସୀମାପାର ଅସ୍ତ୍ରଶସ୍ତ୍ର ଓ ନିଶା କାରବାର ରୋକିବା ଆହ୍ବାନକୁ ମୁକାବିଲା କରିବା ପାଇଁ କେନ୍ଦ୍ର-ରାଜ୍ୟ ଉତ୍ତମ ସହଯୋଗ ଆବଶ୍ୟକ । ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମାନ କହିଥିଲେ । ମାନ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଡ୍ରଗ୍ ମାଫିଆଙ୍କର ପୃଷ୍ଠପୋଷକତା କରୁଛି । ପଞ୍ଜାବ ଏକ ସୀମାନ୍ତ ରାଜ୍ୟ ହୋଇଥିବାରୁ ଏବେ ସୀମାପାର ନିଶା ଓ ହତିଆର କାରବାର ଏବେ ବଢିବାରେ ଲାଗିଛି । ଯାହା ଦେଶର ସୁରକ୍ଷା ପ୍ରତି ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ଗୁରୁତ୍ବ ଦେବା ସହ ପଞ୍ଜାବକୁ ଆର୍ଥିକ ଅନୁଦାନ ମଧ୍ୟ ଘୋଷଣା କରୁ ବୋଲି ସେ ଦାବି କରିଛନ୍ତି ।

ସେହିପରି ନିକଟରେ ଖଲିସ୍ତାନୀ ସମର୍ଥିତ ଗୋଷ୍ଠୀ ଦ୍ବାରା ଥାନାରେ ଆକ୍ରମଣ ଓ ବର୍ତ୍ତମାନ ସମୟରେ ଦେଖାଯାଇଥିବା ଆଇନ ଶୃଙ୍ଖଳା ସ୍ଥିତି ନେଇ ମଧ୍ୟ ମାନ ଶାହଙ୍କୁ ଅବଗତ କରିଥିବା ସୂଚନା ମିଳିଛି । ଏକ ହିଂସା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ଉପରେ ଏହି ସଂଗଠନର ସଦସ୍ୟ ଆକ୍ରମଣ କରିଥିଲେ । ଖଣ୍ଡା ଓ ବନ୍ଧୁକରେ ହୋଇଥିବା ଆକ୍ରମଣରେ ଏକାଧିକ ପୋଲିସ କର୍ମୀ ଆହତ ହୋଇଥିଲେ । ଏହି ଘଟଣା ସେତେବେଳେ ପଞ୍ଜାବ ପୋଲିସର ନିଷ୍କ୍ରିୟତା ବୋଲି ଚର୍ଚ୍ଚା ସୃଷ୍ଟି ହୋଇଥିଲା ।

ତେବେ ମୁଖ୍ୟମନ୍ତ୍ରୀ ସହ ଗୃହମନ୍ତ୍ରୀ ପୋର୍ଟଫୋଲିଓ ମଧ୍ୟ ରଖିଥିବା ମାନ, ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ତେବେ ଏହି ମାମଲାରେ ସେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପ୍ରତ୍ୟେକ୍ଷ ସାକ୍ଷାତ କରି ପଞ୍ଜାବରେ ସୀମାପାର ଅପରାଧ ରୋକିବା ପାଇଁ ଆର୍ଥିକ ସହାୟତା ଦାବି କରିଛନ୍ତି । ନିକଟରେ ପଞ୍ଜାବର ଏକାଧିକ ସୀମାନ୍ତ ଏରିଆରେ ପାକିସ୍ତାନ ପଟୁ ଆସୁଥିବା ଡ୍ରୋନରୁ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଜବତ ହେବା ଘଟଣା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details