ଓଡିଶା

odisha

ETV Bharat / bharat

ଦିଦିଙ୍କ ଘୋଷଣା, ବଙ୍ଗ ହିଂସାରେ ପ୍ରାଣ ହରାଇଥିବା କର୍ମୀଙ୍କ ପରିବାରକୁ ମିଳିବ 2 ଲକ୍ଷ - ପଶ୍ଚିମବଙ୍ଗ ହିଂସା

ପଶ୍ଚିମବଙ୍ଗ ହିଂସାରେ ପ୍ରାଣ ହରାଇଥିବା କର୍ମୀଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ଦିଦିଙ୍କ ଘୋଷଣା, ବଙ୍ଗ ହିଂସାରେ ପ୍ରାଣ ହରାଇଥିବା କର୍ମୀଙ୍କ ପରିବାରକୁ ମିଳିବ 2 ଲକ୍ଷ
ଦିଦିଙ୍କ ଘୋଷଣା, ବଙ୍ଗ ହିଂସାରେ ପ୍ରାଣ ହରାଇଥିବା କର୍ମୀଙ୍କ ପରିବାରକୁ ମିଳିବ 2 ଲକ୍ଷ

By

Published : May 6, 2021, 6:47 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ବାହାରିବା ପରେ ଥମୁନାହିଁ ହିଂସା । ହତ୍ୟା, ଜଳାପୋଡା, ଭଙ୍ଗାରୁଜାରେ ଅଶାନ୍ତ ହୋଇପଡିଛି ବଙ୍ଗ । ଏହି ହିଂସାରେ ଅନେକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇସାରିଲାଣି । ହତ୍ୟାକୁ ନେଇ ତୃଣମୂଳ କଂଗ୍ରେସକୁ ବିଜେପି ଟାର୍ଗେଟ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ଅଭିଯୋଗକୁ କରୁଛନ୍ତି ଖଣ୍ଡନ । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ହିଂସାରେ ପ୍ରାଣ ହରାଇଥିବା କର୍ମୀଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, ଏହି ଆର୍ଥିକ ଅନୁକମ୍ପା ରାଶି ବିନା କୌଣସି ଭେଦଭାବରେ ଦିଆଯିବ । ନିର୍ବାଚନ ଆୟୋଗ ପାଖରେ ଯେତେବେଳେ ଆଇନ ଶୃଙ୍ଖଳାର ଭାର ରହିଥିଲା, ସେତେବେଳେ ଏହି ହିଂସା ହୋଇଛି । ଏଥିରେ 16 ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଦିଦି । ଏଥି ମଧ୍ୟରୁ ଅଧା ଟିଏମସି ଓ ଅଧା ବିଜେପିର ବୋଲି ସୂଚନା ଦେଇଛନ୍ତି ବାନାର୍ଜୀ ।

ବିଜେପିକୁ ଟାର୍ଗେଟ କରି ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ବିଜେପି ନେତାମାନେ ଏଠାରେ ବୁଲୁଛନ୍ତି ଏବଂ ଲୋକଙ୍କୁ ଉସକାଉଛନ୍ତି । ଏପରିକି 24 ନୂଆ ସରକାରକୁ 24 ଘଣ୍ଟା ହୋଇନଥିବାବେଳେ, ସେମାନେ ଚିଠି ପଠାଉଛନ୍ତି । ସେମାନଙ୍କ ଦଳ କ୍ରମାଗତ ବଙ୍ଗ ଗସ୍ତ କରୁଛି । ସେମାନଙ୍କର ନେତାମାନେ ଏଠାକୁ ଆସୁଛନ୍ତି । ତେବେ ଜନାଦେଶକୁ ବିଜେପି ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି ମମତା ।

ମେ 2ରେ ଫଳାଫଳ ଘୋଷଣା ପରେ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ହିଂସା ହୋଇଥିଲା। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ହେଲେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କେନ୍ଦ୍ରକୁ କୌଣସି ରିପୋର୍ଟ ପଠାଇ ନାହାଁନ୍ତି ।

ABOUT THE AUTHOR

...view details