ଓଡିଶା

odisha

By

Published : May 20, 2021, 5:42 PM IST

ETV Bharat / bharat

ପିଏମଙ୍କ ସହ ବୈଠକ ପରେ ଖପ୍ପା ମମତା, କହିବାକୁ ମିଳିଲାନି ସୁଯୋଗ

10 ରାଜ୍ୟର ମୁଖ୍ୟମନ୍ତ୍ରୀ ଓ 54 ଜିଲ୍ଲାପାଳଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକ ପରେ ରାଗି ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ପିଏମଙ୍କ ସହ ବୈଠକ ପରେ ଖପ୍ପା ମମତା, କହିବାକୁ ମିଳିଲାନି ସୁଯୋଗ
ପିଏମଙ୍କ ସହ ବୈଠକ ପରେ ଖପ୍ପା ମମତା, କହିବାକୁ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନାର ଦ୍ବିତୀୟ ଲହରୀ ମଧ୍ୟରେ 10 ରାଜ୍ୟର ମୁଖ୍ୟମନ୍ତ୍ରୀ ଓ 54 ଜିଲ୍ଲାପାଳଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକ ପରେ ରାଗି ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀଙ୍କ ଉପରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀଙ୍କୁ କହିବାର ସୁଯୋଗ ଦିଆଯାଇନଥିବା ଅଭିଯୋଗ ଆମିଛନ୍ତି ମୁଖ୍ୟମନ୍ତ୍ରୀ ମମତା ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ପରେ ମମତା ବାନାର୍ଜୀ କହିଛନ୍ତି, ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ କାଠ କଣ୍ଢେଇ ଭଳି ରଖାଗଲା । ଆମେ ଅପମାନିତ ହୋଇଛୁ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ କହିବାରୁ ସୁଯୋଗ ଦିଆଯାଇନଥିଲା । ସେ କହିଛନ୍ତି, ପିଏମ ଆମକୁ ଅକ୍ସିଜେନ, ବ୍ଲାକ ଫଙ୍ଗସ ଓ ଔଷଧକୁ ନେଇ କିଛି ପଚାରିଲେ ନାହିଁ ।

ABOUT THE AUTHOR

...view details