ହାଇଦ୍ରାବାଦ:ଆଜି ଭାରତୀୟ ସମ୍ବିଧାନର ପ୍ରଣେତା ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ହାଇଦ୍ରାବାଦରେ ଆଧୁନିକ ଭାରତର ମୁଖ୍ୟ ବିନ୍ଧାଣୀ ଡ.ବିଆର ଆମ୍ବେଦକର 125 ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତିକୁ ଆଜି ଅନବାରଣ କରିବେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ନିକଟରେ କିଛି ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ କେସିଆର । ଯେଉଁଠାରେ ଆମ୍ବେଦକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ନୂତନ ସଚିବାଳୟ ବିଲ୍ଡିଂ କମ୍ପ୍ଲେକ୍ସର ଉଦଘାଟନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଥିସହ ପ୍ରତିମୂର୍ତ୍ତିକୁ ଉନ୍ମୋଚନ ସମୟରେ ହେଲିକପ୍ଟରରେ ପୁଷ୍ପବୃଷ୍ଟି କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା । ଦେଶରେ ଆମ୍ବେଦକରଙ୍କ ଏହା ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ବୋଲି କୁହାଯାଉଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବି ଆର ଆମ୍ବେଦରକଙ୍କ ନାତି ପ୍ରକାଶ ଆମ୍ବେଦକର ମୁଖ୍ୟ ଅତିଥି ଭାବେ ଯୋଗ ଦେବା ନେଇ ସରକରୀ ସୁତ୍ରରୁ ଜଣାପଡିଛି । ମୁଖ୍ୟମନ୍ତ୍ରୀ କେସିଆର ଏନେଇ ପୂର୍ବରୁ କହିଥିଲେ ଯେ, ଦେଶରେ ଆମ୍ବେଦକରଙ୍କ ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ତେଲେଙ୍ଗାନା ସଚିବାଳୟ ନିକଟରେ ଥିବା ବୁଦ୍ଧ ପ୍ରତିମୂର୍ତ୍ତି ସାମ୍ନା ଓ ରାଜ୍ୟର ଶହୀଦ ସ୍ମାରକୀ ନିକଟରେ ହେବ । ଯାହା ଲୋକଙ୍କୁ ପ୍ରତ୍ୟେକ ଦିନ ପ୍ରେରଣା ଯୋଗାଇବ । ଆମ୍ବେଦକର ପ୍ରତିମୂର୍ତ୍ତିର ଉଦଘାଟନୀ ସମାରୋହକୁ ବୃହତ ଆକାରରେ ଆୟୋଜନ କରିବାକୁ ସେ ମନ୍ତ୍ରୀ ତଥା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବହୁ ସରକାରୀ ଅଧିକାରୀଙ୍କ ସହ ତେଲେଙ୍ଗାନାବାସୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ।