ଓଡିଶା

odisha

ETV Bharat / bharat

Telangana Assembly polls: ଆଜି ଇସ୍ତାହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ କେସିଆର - ତେଲେଙ୍ଗାନା ବିଧାନସଭା ନିର୍ବାଚନ

ଆଜି ନିର୍ବାଚନୀ ଇସ୍ତାହାର ଘୋଷଣା ସହ ପ୍ରଚାର ଆରମ୍ଭ କରିବେ କେସିଆର । ବହୁପୂର୍ବରୁ ଦଳ ଘୋଷଣା କରିସାରିଛି ସମସ୍ତ ପ୍ରାର୍ଥୀ । ନିଜେ କେସିଆର ଦୁଇଟି ଆସନରୁ ଲଢୁଛନ୍ତି । ଆସନ୍ତା ମାସ 30ରେ ଭୋଟ । ଅଧିକ ପଢନ୍ତୁ

Etv BharatTelangana Assembly polls: ଆଜି ମୁଖ୍ୟମନ୍ତ୍ରୀ କେସିଆର ଘୋଷଣା କରିବେ ଇସ୍ତାହାର
Etv BharatTelangana Assembly polls: ଆଜି ମୁଖ୍ୟମନ୍ତ୍ରୀ କେସିଆର ଘୋଷଣା କରିବେ ଇସ୍ତାହାର

By ETV Bharat Odisha Team

Published : Oct 15, 2023, 4:05 PM IST

ହାଇଦ୍ରାବାଦ:ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ଇସ୍ତାହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ତଥା ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ମୁଖ୍ୟ କେସିଆର । ଆଜି ଅପରାହ୍ନରେ ସେ ନିଜେ ଦଳୀୟ ଇସ୍ତାହାର ଘୋଷଣା କରିବା ସହ ରାଜ୍ୟରେ ନିର୍ବାଚନୀ ପ୍ରଚାରର ଆନୁଷ୍ଠାନିକ ଆରମ୍ଭ କରିବା ନେଇ ଦଳ ପକ୍ଷରୁ ‘ଏକ୍ସ’ ଆକାଉଣ୍ଟରେ ସୂଚନା ଦିଆଯାଇଛି । ଆସନ୍ତା ମାସ (ନଭେମ୍ବର) 30 ତାରିଖରେ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହେବାକୁ ଯାଉଛି । ନିର୍ବାଚନ ବିଗୁଲ ବାଜିବାର ପ୍ରାୟ ଦୁଇ ମାସ ପୂର୍ବରୁ କେସିଆରଙ୍କ ଦଳ ସମସ୍ତ 119 ଆସନରେ ଏକକାଳୀନ ପ୍ରାର୍ଥୀ ଘୋଷଣା କରିସାରିଛି ।

ଇସ୍ତାହାର ଘୋଷଣା ନେଇ ଦଳ ଏକ୍ସରେ କହିଛି,‘‘ ଆଜି ତେଲେଙ୍ଗାନା ଭବନରେ ମୁଖ୍ୟମନ୍ତ୍ରୀ କେସିଆର ନିଜେ ନିର୍ବାଚନୀ ଇସ୍ତାହାର ଘୋଷଣା କରିବେ । ଦଳ ରାଜ୍ୟରେ ଆଗମୀ 5ବର୍ଷ ମଧ୍ୟରେ କରିବାକୁ ଥିବା ବିକାଶମୂଳକ ଏଜେଣ୍ଡା ଉପରେ ଏହି ଇସ୍ତାହାରରେ ଘୋଷଣା କରିବ । ଆଜି ନିର୍ବାଚନୀ ଇସ୍ତାହାର ଘୋଷଣା ସହ ମୁଖ୍ୟମନ୍ତ୍ରୀ କେସିଆର ଦଳୀୟ ନେତାଙ୍କ ସହ ନିର୍ବାଚନୀ ରଣନୀତି ନେଇ ମଧ୍ୟ ଆଲୋଚନା କରିବେ । ନିର୍ବାଚନ ପ୍ରଚାରର ମଧ୍ୟ ଔପଚାରିକ ଆରମ୍ଭ କରିବେ କେସିଆର । କାରଣ ଇସ୍ତାହାର ଘୋଷଣା କରିବା ପରେ କ୍ରାମାଗତ 4 ଦିନ ପର୍ଯ୍ୟନ୍ତ କେସିଆରଙ୍କ ଏକାଧିକ କାର୍ଯ୍ୟକ୍ରମ ରହିଛି । କେସିଆର ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲି ଦଳ ପାଇଁ ପ୍ରଚାର କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରିବେ ।

ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି (15 ତାରିଖ) ଠାରୁ 18 ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଆସନ୍ତାକାଲି (16 ତାରିଖ)ଜନଗାଁଓ ଓ ଭୁବନଗିରି କେସିଆର ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ । 17 ତାରିଖରେ ସେ ସିଦ୍ଧିପେଟ ଓ ସିରକିଲାରେ ଦଳୀୟ ସମାବେଶକୁ ସମ୍ବୋଧିତ କରିବେ । 18 ତାରିଖରେ ଜାଡଚେରଲା ଓ ମେଡଚଲରେ ମଧ୍ୟ ସାଧାରଣ ସଭାକୁ ସମ୍ବୋଧିତ କରିବେ କେସିଆର । କିଛି ଦିନ ଅସୁସ୍ଥତା କାରଣରୁ ବାସଭବନରେ ଚିକିତ୍ସାଧୀନ ରହିବା ପରେ କେସିଆର ଏବେ ନିର୍ବାଚନୀ ମୈଦାନକୁ ଆସିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Telangana Assembly Poll: ସମସ୍ତ 119 ଆସନରେ ପ୍ରାର୍ଥୀ ଘୋଷଣା କଲା BRS, ମାତ୍ର 7 ଆସନରେ ପରିବର୍ତ୍ତନ

ଗତ ନିର୍ବାଚନରେ 2018 ରେ କେସିଆରଙ୍କ ଦଳ ମୋଟ ଆସନ 119ରୁ ମୋଟ 88 ଆସନରେ ବିଜୟ ଲାଭ କରି ସରକାର ଗଠନ କରିଥିଲା । ଦଳକୁ ମୋଟ 47.4 ପ୍ରତିଶତ ଭୋଟ ସେୟାର ମିଳିଥିଲା । ସେହିପରି 19 ଆସନ ସହ କଂଗ୍ରେସ ମାତ୍ର 28.7 ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା । ଚଳିତ ନିର୍ବାଚନ ପାଇଁ ଏଥର ଅଗଷ୍ଟ 21 ତାରିଖରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ଦଳ ରାଜ୍ୟର ସମସ୍ତ 119 ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ହେଲେ ଏଥିରେ ମାତ୍ର 7ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ମୁଖ୍ୟମନ୍ତ୍ରୀ କେସିଆର ନିଜେ ଦୁଇଟି ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେ ପାରମ୍ପରିକ ଆସନ ଗଜଓ୍ବେଲ ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଦ୍ବିତୀୟ ଆସନ ଭାବେ କାମାରେଡ୍ଡୀରୁ ଚଳିତ ଥର ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details