ଓଡିଶା

odisha

ETV Bharat / bharat

PM Modi Degree Row: ମାମଲାର ପୁନଃ ବିଚାର ପାଇଁ ପିଟିସନ ଦାଖଲ କଲେ କେଜ୍ରିୱାଲ - ସାର୍ବଜନୀନ କରିବା ମାମଲା

ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ନାତକୋତ୍ତର ଡିଗ୍ରୀ ସାର୍ବଜନୀନ କରିବା ମାମଲା । ଗୁଜୁରାଟ ହାଇକୋର୍ଟ ଦେଇଥିବା ରାୟର ପୁନଃବିଚାର ପାଇଁ ପିଟିସନ ଦାଖଲ କଲେ କେଜ୍ରିୱାଲ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 9, 2023, 7:36 PM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ନାତକୋତ୍ତର ଡିଗ୍ରୀ ସାର୍ବଜନୀନ କରିବା ମାମଲା । ଏହି ମାମଲାର ପୁନଃ ବିଚାର ଲାଗି ଗୁଜୁରାଟ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ୨୦୧୬ କେନ୍ଦ୍ରୀୟ ସୂଚନା ଆୟୋଗ (CIC)ର ଆଦେଶ ଅନୁଯାୟୀ ଗୁଜୁରାଟ ବିଶ୍ବବିଦ୍ୟାଳୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀକୁ ସାର୍ବଜନୀନ କରିବା ଲାଗି ସେ ହାଇକୋର୍ଟରେ ଆବେଦନ କରିଛନ୍ତି । ଗତ ମାର୍ଚ୍ଚ ୩୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସ୍ନାତକୋତ୍ତର ଡିଗ୍ରୀକୁ ସାର୍ବଜନୀନ କରିବା ଆବେଦନକୁ ଗୁଜୁରାଟ ହାଇକୋର୍ଟ ଖାରଜ କରିବା ସହ କେଜ୍ରିୱାଲଙ୍କୁ ୨୫ ହଜାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗୁଜୁରାଟ ହାଇକୋର୍ଟ ଦେଇଥିବା ଏହି ରାୟ ଉପରେ ପୁନଃ ବିଚାର ପାଇଁ କେଜ୍ରିୱାଲ ଆବେଦନ କରିଛନ୍ତି । ତେବେ ଜଷ୍ଟିସ ବିରେନ ବୈଷ୍ଣବ ଏହି ଆବେଦନକୁ ସ୍ବୀକାର କରିଥିବା ବେଳେ ଗୁଜୁରାଟ ବିଶ୍ବବିଦ୍ୟାଳୟ, ୟୁନିଅନ ଅଫ ଇଣ୍ଡିଆ, ସିଆଇସି କମିଶନର ପ୍ରଫେସର ଏମ ଶ୍ରୀଧରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଆସନ୍ତା ଜୁନ୍‌ ୩୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । କେଜ୍ରିୱାଲଙ୍କ ଦ୍ବାରା ଆବେଦନ କରାଯାଇଥିବା ରିଭ୍ୟୁ ପିଟିସନରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ସାର୍ଟିଫିକେଟ ବିଶ୍ବବିଦ୍ୟାଳୟ ଓ ଏହାର ୱେବସାଇଟରେ ରହିଛି । ମାତ୍ର ୱେବସାଇଟରେ ଅଫିସ ରେଜିଷ୍ଟର ରହିଛି । ଡିଗ୍ରୀ ଦର୍ଶାଯାଇନଥିବା ବେଳେ କୌଣସି ଅଧିକାରୀଙ୍କ ଦସ୍ତଖତ ନାହିଁ । ଯାହାକି ଏହାର ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ବି ପଢନ୍ତୁ- PM Modi's degree Case: ଆବେଦନ ଖାରଜ, କେଜ୍ରିୱାଲଙ୍କୁ ୨୫ ହଜାର ଜରିମାନା

ଏହା ପୂର୍ବରୁ ସଲିସିଟର ଜେନେରାଲ ତୁଷାର ମେହେତା ହାଇକୋର୍ଟଙ୍କ ନିକଟରେ ତଥ୍ୟ ରଖି କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସାର୍ଟଫିକେଟ ଗୁଜୁରାଟ ବିଶ୍ବବିଦ୍ୟାଳୟର ୱେବସାଇଟରେ ରହିଛି । ଏଠାରୁ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସମ୍ପର୍କରେ ଅବଗତ ହୋଇପାରିବେ । ମାତ୍ର ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସାର୍ଟିଫିକେଟକୁ ୱେବସାଇଡରେ ଅପଲୋଡ କରାଯାଇନାହିଁ ବୋଲି କହିଛନ୍ତି କେଜ୍ରିୱାଲ । ଏନେଇ ସେ ଏକ ରିଭ୍ୟୁ ପିଟିସିନ ଦାଖଲ କରିଛନ୍ତି । ଏହାସହିତ କେଜ୍ରିୱାଲଙ୍କୁ କୋର୍ଟ ଦେଇଥିବା ଜୋରିମାନା ଆଦେଶକୁ ମଧ୍ୟ ଏହି ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି ।

ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀକୁ ସାର୍ବଜନୀନ କରିବା ଲାଗି ଦାବି କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଅଶିକ୍ଷିତ ବୋଲି ନିକଟରେ ଦିଲ୍ଲୀ ବିଧାନସଭାରେ କହିଥିଲେ କେଜ୍ରିୱାଲ । ଏହାସହିତ ମୋଦି କେବଳ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ସ୍ବାଧୀନତା ପରେ ସେ ଭାରତର ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି ପ୍ରଧାନମନ୍ତ୍ରୀ ବୋଲି ମଧ୍ୟ ଅଭିଯୋଗ କରିଥିଲେ ଅରବିନ୍ଦ କେଜ୍ରିୱାଲ ।

ABOUT THE AUTHOR

...view details