ଓଡିଶା

odisha

ETV Bharat / bharat

LGଙ୍କୁ କେଜ୍ରିୱାଲଙ୍କ ପାଲଟା ଜବାବ, କହିଲେ ଆମକୁ ଆମ କାମ କରିବାକୁ ଦିଅନ୍ତୁ - ଉପରାଜ୍ୟପାଳ ଭି କେ ସକ୍ସେନା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଭି.କେ ସକ୍ସେନା ପୁଣି ମୁହାଁମୁହିଁ ହୋଇଛନ୍ତି । ଉପରାଜ୍ୟପାଳଙ୍କ ଚିଠିର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି " ଆମକୁ ଆମ କାମ କରିବାକୁ ଦିଅନ୍ତୁ, ଆପଣ ଦିଲ୍ଲୀର ଆଇନ ବ୍ୟବସ୍ଥା ଉପରେ ନଜର ରଖନ୍ତୁ ଯାହାଦ୍ବାରା କଞ୍ଝୱାଲା ଭଳି ଦ୍ବିତୀୟ ଘଟଣା ନ ଘଟୁ ।" ଅଧିକ ପଢନ୍ତୁ

CM Arvind kejriwal
CM Arvind kejriwal

By

Published : Jan 20, 2023, 5:18 PM IST

ନୂଆଦିଲ୍ଲୀ:ପୁଣି ମୁହାଁମୁହିଁ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଭି.କେ ସକ୍ସେନା । ଚିଠି ମାଧ୍ୟମରେ ଉଭୟ ପରସ୍ପରକୁ ଜବାବ ଦେଉଥିବା ବେଳେ ପୁଣି ଶୁକ୍ରବାର ଉପରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଉପରାଜ୍ୟପାଳଙ୍କ ଚିଠିର ପାଲଟା ଜବାବ ଦେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ "ଆଜି ଆପଣଙ୍କର ଚିଠି ମିଳିଛି । ଆମକୁ ଆମ କାମ କରିବାକୁ ଦିଅନ୍ତୁ ।" ଏହା ପୂର୍ବରୁ କେଜ୍ରିୱାଲ କହିଥିଲେ ଏଲଜି କିଏ ? ଏହାର ଉତ୍ତର ଚିଠି ଲେଖି ଜଣାଇଥିଲେ ଉପରାଜ୍ୟପାଳ । ସମ୍ବିଧାନ ଦେଖ ଏଲଜି କିଏ ଜାଣିପାରିବ ବୋଲି ସେ କହିଥିଲେ ।

ବିଧାନସଭାରେ ଉପରାଜ୍ୟପାଳଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଏହାର ଉତ୍ତର ଦେଇ ଉପରାଜ୍ୟପାଳ ଚିଠିରେ ଲେଖିଥିଲେ, "ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆପଣ ମୋ ସମ୍ପର୍କରେ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଯେପରିକି ଏଲଜି କିଏ ? କେଉଁଠୁ ଆସିଛନ୍ତି ? ବିଧାନସଭା ମଧ୍ୟରେ ଏଭଳି ବୟାନ ରଖିବା ଉଚିତ ନୁହେଁ ।" ଉପରାଜ୍ୟପାଳ ଚିଠିରେ ଆହୁରି ଲେଖିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ଶିକ୍ଷକ ନୁହଁନ୍ତି । ସେ ଗତ ୭ବର୍ଷ ଧରି ଦିଲ୍ଲୀରେ ରହୁଥିବା ବେଳେ ଦିଲ୍ଲୀ ପ୍ରତି ତାଙ୍କର କିଛି ଦାୟିତ୍ବ ରହିଛି । ଶିକ୍ଷା ବ୍ୟବସ୍ଥାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଜାତୀୟ ରାଜଧାନୀର ଅନେକ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଥିବା ସେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ସଡକ ଉପରେ ସରକାର ! ଉପରାଜ୍ୟପାଳଙ୍କ ବାସଭବନ ଅଭିମୁଖେ ଚାଲିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଗତ ୭-୮ ବର୍ଷ ଧରି ଦିଲ୍ଲୀରେ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଯେଉଁପରି ଭାବରେ ସୁଧାର ଆସିବା କଥା ତାହା ହୋଇନାହିଁ ବୋଲି ଉପରାଜ୍ୟପାଳ କହିଛନ୍ତି । କେଜ୍ରିୱାଲଙ୍କ ଏଲଜି କିଏ ପ୍ରଶ୍ନରେ ପ୍ରତିକ୍ରିୟା ରଖି ଉପରାଜ୍ୟପାଳ କହିଛନ୍ତି ସମ୍ବିଧାନ ଦେଖ ଏଲଜି କିଏ ଜାଣିପାରିବ । ତେବେ ଶୁକ୍ରବାର ଏଲଜି ସକ୍ସେନାଙ୍କ ଚିଠିର ପାଲଟା ଜବାବ ଦେଇ କେଜ୍ରିୱାଲ କହିଛନ୍ତି, " LG ସାର୍‌ । ଆଜି ସକାଳେ ଆପଣଙ୍କ ଚିଠି ହସ୍ତଗତ ହେଲା । ଆପଣ ଆମକୁ ଆମ କାମ କରିବା ପାଇଁ ଦିଅନ୍ତୁ । ଆପଣ ଦିଲ୍ଲୀର ଆଇନ ବ୍ୟବସ୍ଥା ସମ୍ଭାଳନ୍ତୁ । ଯାହାଦ୍ବାରା କଞ୍ଝୱାଲା ଭଳି ଘଟଣାର ପୁନରାବୃତ୍ତି ନହେବ ।"

କଣ ପୁରା ଘଟଣା ? :- ବିଧାନସଭା ଆରମ୍ଭରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିଲେ, "ଯଦି ଭଗବାନ ଚାହାନ୍ତି, ତେବେ କେନ୍ଦ୍ରରେ ଆମ ଦଳ ସରକାର ଗଠନ କରିବ । ଦିଲ୍ଲୀରେ ବିଜେପି କି ଅନ୍ୟ କୌଣସି ଦଳର ସରକାର ରୁହନ୍ତୁ ନା କାହିଁକି ସେମାନେ ସୁନିଶ୍ଚିତ କରିବେ ଯେ ଆମର ଏଲଜି (ଦିଲ୍ଲୀର ଉପରାଜ୍ୟପାଳ) ସ୍ଥାନୀୟ ସରକାରକୁ ହଇରାଣ କରିବେ ନାହିଁ । ଆପ୍‌ ନିର୍ବାଚିତ ଦଳକୁ ସମ୍ମାନ ଜଣାଏ, ଲୋକଙ୍କୁ ସମ୍ମାନ ଜଣାଏ । ମୁଁ ସବୁବେଳେ କହିଛି ଦିଲ୍ଲୀର ପିଲାମାନେ ହେଉଛନ୍ତି ଆମର ପିଲା । ଶିକ୍ଷକଙ୍କ ଟ୍ରେନିଂ ଲାଗି ସେମାନଙ୍କୁ ଫିନଲ୍ୟାଣ୍ଡ ପଠାଇବାକୁ ଚାହୁଁଛି । ତେବେ ଉପରାଜ୍ୟପାଳ ଏ ନେଇ ୨ଥର ବିରୋଧାଦେଶ ଜାରି କରିଛନ୍ତି ।

ଏହାର ଅର୍ଥ ତାଙ୍କର ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଛି । ଯଦି ଆପ୍‌ ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ଉତ୍ତମ ଶିକ୍ଷା ଦେବା ଲାଗି ଚାହୁଁଛି, ତେବେ ଗରିବ ଶ୍ରେଣୀର ପିଲାଙ୍କୁ ଉତ୍ତମ ଶିକ୍ଷା ଦେବାରୁ ଉପରାଜ୍ୟପାଳ କାହିଁକି ବଞ୍ଚିତ କରିବାକୁ ଚାହୁଁଛନ୍ତି । ଆମକୁ ସ୍ବାଧୀନତା ମିଳିଛି, ହେଲେ ସେହି ଅନୁଯାୟୀ ବିଚାରଧାରା ବଦଳିନି । ଆମ ପିଲାଙ୍କୁ ଆମେ କେଉଁଠି ପାଠ ପଢାଇବୁ ତାହା ଉପରାଜ୍ୟପାଳ ନିଷ୍ପତ୍ତି ନେବେ ? କିଏ ଏଲଜି ? " କେଜ୍ରିୱାଲଙ୍କ ଏପରି ମନ୍ତବ୍ୟ ପରେ ତାଙ୍କୁ ଚିଠି ଲେଖିଥିଲେ ଉପରାଜ୍ୟପାଳ । ସମ୍ବିଧାନ ଦେଖିଲେ ଏଲଜି କିଏ ଜାଣିପାରିବ ବୋଲି ସେ ଚିଠିରେ କହିଥିଲେ ।

ABOUT THE AUTHOR

...view details