ଓଡିଶା

odisha

ETV Bharat / bharat

ପରଲୋକରେ ହୀରାବେନ ମୋଦି, ଶୋକବ୍ୟକ୍ତ କଲେ ବିଶିଷ୍ଟ ବ୍ୟକ୍ତି - ହୀରାବେନ ମୋଦି

ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ(Heeraben Modi Passes Away ) । ମାଆଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ମୋଦି । ତେବେ ହୀରାବେନଙ୍କ ଦେହାନ୍ତକୁ ନେଇ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ
ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ

By

Published : Dec 30, 2022, 8:50 AM IST

Updated : Dec 30, 2022, 10:00 AM IST

ନୂଆଦିଲ୍ଲୀ: ଆରପାରିରେ ମୋଦିଙ୍କ ମାଆ । ୧୦୦ ବର୍ଷ ବୟସରେ ଭୋର ପ୍ରାୟ ୩.୩୦ ମିନିଟ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମାଆଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ମୋଦି । କୋହଭରା ଶବ୍ଦରେ ମାଆ ହୀରାବେନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମାଆଙ୍କୁ ହରାଇ ଭଗବାନଙ୍କ ଚରଣରେ ଗୋଟେ ଶତାବ୍ଦୀ ଶେଷ ହୋଇଛି । ମାଆଙ୍କ ଭିତରେ ମୁଁ ସର୍ବଦା ତ୍ରିଶକ୍ତି ଅନୁଭବ କରିଛି । ପ୍ରଥମ ହେଲା ତପସ୍ବୀର ଯାତ୍ରା, ନିଶ୍ବାର୍ଥପର କର୍ମଯୋଗୀ ଏବଂ ଜୀବନର ମୂଲ୍ୟ ବୁଝିପାରୁଥିବା ମଣିଷ ବୋଲି ଟ୍ବିଟ କରିଥିଲେ ପ୍ରଧାନମନ୍ତ୍ରୀ । ସେହିପରି ବିଶିଷ୍ଟ ବ୍ୟକ୍ତିବିଶେଷ ହୀରାବେନଙ୍କ ଦେହାନ୍ତରେ ଟ୍ବିଟ କରି ଶୋକ ବ୍ୟକ୍ତ କରିଛନ୍ତି ।

ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି କହିଛନ୍ତି, " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାତା ହିରବାଙ୍କ ଶହେ ବର୍ଷର ସଂଘର୍ଷପୂର୍ଣ୍ଣ ଜୀବନ ଭାରତୀୟ ଆଦର୍ଶର ପ୍ରତୀକ ଅଟେ । ମୋଦି ତାଙ୍କ ଜୀବନରେ ମାତୃଦେବଭବ ଏବଂ ହୀରାବଙ୍କ ଜୀବନର ମୂଲ୍ୟବୋଧକୁ ସେ ନିଜ ଜୀବନରେ ପ୍ରୟୋଗ କରିଛନ୍ତି । ପରିବାର ପ୍ରତି ସମବେଦନା ଜଣାଇବା ସହ ଆତ୍ମାର ସଦଗତି କାମନା କରୁଛି ।"

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଟ୍ବିଟ କରି କହିଛନ୍ତି " ପ୍ରଧାନମନ୍ତ୍ରୀଙ୍କ ମାଆ ହୀରୋବେନଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ । ଜଣେ ମାଆର ମୃତ୍ୟୁ ଜୀବନରେ ଏପରି ଶୂନ୍ୟସ୍ଥାନ ତିଆରି ହୋଇଥାଏ ଯାହାର ପୂରଣ ଅସମ୍ଭବ । ଦୁଃଖର ଏହି ସମୟରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।"

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, " ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ଖବର ଶୁଣି ମୁଁ ଦୁଃଖିତ । ଏହି ଦୁଃଖଦ ସମୟରେ ମୋଦି ଏବଂ ତାଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି ।"

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟ୍ବିଟ କରି କହିଛନ୍ତି," ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ । ସେ ଜଣେ ଉଦାରତା, ସରଳତା, ପରିଶ୍ରମୀ ଏବଂ ଜୀବନର ମୂଲ୍ୟ ବୁଝୁଥିବା ବ୍ୟକ୍ତି ଥିଲେ । ତାଙ୍କ ଆତ୍ମାର ସଦଗତି ନିମନ୍ତେ ମୁଁ ପ୍ରାର୍ଥନା କରୁଛି ।"

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, " ଜଣେ ପୁଅ ପାଇଁ ମାଆ ପୁରା ପୃଥିବୀ ଅଟେ । ମାଆଙ୍କ ବିୟୋଗ ପୁଅ ପାଇଁ ଅସହନୀୟ ଏବଂ ଅପୂରଣୀୟ କ୍ଷତି ଅଟେ । ପ୍ରଧାନମନ୍ତ୍ରୀଙ୍କ ମାଆ ହୀରୋବେନଙ୍କ ଆତ୍ମାର ସଦଗତି ନିମନ୍ତେ ମୁଁ ପ୍ରଭୁ ଚାମଚନ୍ଦ୍ରଙ୍କ ପାଖରେ ପ୍ରାର୍ଥନା କରୁଛି ।"

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ବିଟ କରି କହିଛନ୍ତି," ଭକ୍ତି, ତପସ୍ୟା ଏବଂ କର୍ମର ସଙ୍ଗମ ହେଉଛନ୍ତି ହୀରାବେନ । ସେ ଆମ ପାଇଁ ସର୍ବଦା ପ୍ରେରଣା ହୋଇରହିବେ ।"

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପୂଜ୍ୟ ମାତା ହୀରବାଙ୍କ ସ୍ବର୍ଗବାସ ଖବର ଅତ୍ୟନ୍ତ ଦୁଃଖଦାୟକ । ମାଆ ହେଉଛନ୍ତି ଏଭଳି ଏକ ବ୍ୟକ୍ତିତ୍ବ ଯିଏ ଜୀବନର ପ୍ରଥମ ମିତ୍ର ଓ ଗୁରୁ ଅଟନ୍ତି । ତାଙ୍କୁ ହରାଇବା ଦୁଃଖ ସଂସାରର ସବୁଠୁ ବଡ଼ ଦୁଃଖ ଅଟେ, ଏଥରେ ସନ୍ଦେହ ନାହିଁ ।"

AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡ଼ଗେ ଟ୍ବିଟ କରି କହିଛନ୍ତି, "ହୀରବାଙ୍କ ସ୍ବର୍ଗବାସ ଖବର ଶୁଣି ଅତ୍ୟନ୍ତ ଦୁଃଖିତ । ତାଙ୍କ ଆତ୍ମାର ସଦଗତି ନିମନ୍ତେ ମୁଁ ପ୍ରାର୍ଥନା କରୁଛି ।"

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି, " ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ । ମାଆଙ୍କ ପରଲୋକ ଜୀବନର ଏକ ମୂଳ ସ୍ତମ୍ଭ ଭାଙ୍ଗିଯିବା ସଦୃଶ୍ୟ ଅଟେ । ମାଆଙ୍କ ଯାଗା ଆଉ କିଏ ପୂରଣ କରିପାରିବ ନାହିଁ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 30, 2022, 10:00 AM IST

ABOUT THE AUTHOR

...view details