ଶିମଲା:ହିମାଚଳ ପ୍ରଦେଶର କୁଲ୍ଲୁରେ ବାଦଲ ଫଟା ବର୍ଷା ଜାରି ରହିଛି । ଆଜି ସକାଳୁ ପ୍ରବଳ ବର୍ଷା ଫଳରେ ସ୍ଥାନୀୟ ଅଞ୍ଚଳରେ ଯାତାୟତ ଓ ସ୍ବାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା 6 ଜଣ ନିଖୋଜ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଛନ୍ତି ଗ୍ରାମବାସୀ । ପୋଲିସ, ପ୍ରଶାସନର ଟିମ ବର୍ଷା ସ୍ଥିତି ଉପରେ ନଜର ରଖିଛନ୍ତି ।
ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା: 6 ନିଖୋଜ, ଜଣେ ମୃତ - ବାଦଲ ଫଟା ବର୍ଷା
ହିମାଚଳ ପ୍ରଦେଶର କୁଲ୍ଲୁରେ ବାଦଲ ଫଟା ବର୍ଷା ଜାରି । 6 ନିଖୋଜ, ଜଣେ ମହିଳାଙ୍କ ମୃତ୍ୟୁ । ନଦୀ ନାଳ ନିକଟବର୍ତ୍ତୀ ସ୍ଥାନରୁ ଦୂରରେ ରହିବା ପାଇଁ ପରାମର୍ଶ । ଅଧିକ ପଢନ୍ତୁ
ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା, 4 ନିଖୋଜ
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ହଠାତ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ପ୍ରବଳ ଜଳ ପ୍ରବାହ ଫଳରେ ଘରଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । କୁଲ୍ଲୁରେ ଏକ ପୋଲ ମଧ୍ୟ ବର୍ଷା ଜଳରେ ଭୁଶୁଡି ପଡିଥିବା ସୂଚନା ମିଳିଛି । ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ । ପ୍ରବଳ ବର୍ଷା ଯୋଗୁ ନଦୀ ଓ ନାଳରେ ଜଳସ୍ତର ହଠାତ ବଢିବାରେ ଲାଗିଥିବାରୁ, ତଳିଆ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପ୍ରଶାସନ ପ୍ରକ୍ରିୟା ଜାରି ରଖିଥିବା ମଧ୍ୟ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jul 6, 2022, 2:02 PM IST