ନୂଆଦିଲ୍ଲୀ:ଜି20 ସମ୍ମିଳନୀ ପାଇଁ ଭାରତ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି ଯେ ସେ ମୂଳ ହିନ୍ଦୁ । ସେଥିପାଇଁ ସେ ଗର୍ବିତ ମଧ୍ୟ । ଏହାକୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି, ହିନ୍ଦୁ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗକୁ ପାଟଲା ଟାର୍ଗେଟ କରିଛନ୍ତି । କହିଛନ୍ତି, ଯେଉଁ ଗୁଣ୍ଡାମାନେ ସନାତନ ଧର୍ମକୁ ବିରୋଧକୁ ବିରୋଧ କରୁଛନ୍ତି, ଏହା ସେମାନଙ୍କ ପାଇଁ ସ୍ପଷ୍ଟ ବାର୍ତ୍ତା । ସେମାନେ (ଉଦୟାନିଧି ଷ୍ଟାଲିନଙ୍କ ସମର୍ଥକ) ଏହି ବାର୍ତ୍ତା ବୁଝିବାରେ ଅସଫଳ ହୋଇଛନ୍ତି, ସେମାନଙ୍କ ମାନସିକ ଅବସ୍ଥା ଠିକ ନାହିଁ । ସେମାନଙ୍କୁ ହସ୍ପିଟାଲ ପଠାଯିବାର ଆବଶ୍ୟକତା ରହିଛି । ଋଷି ସୁନକ ଯାହା କହିଛନ୍ତି, ସନାତନ ଧର୍ମକୁ ଅପମାନିତ କରିବା ପରି ମନ୍ତବ୍ୟ ଦେଇଥିବା ଗୁଣ୍ଡାଙ୍କ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ।
ଖବର ସରବରାହ ସଂସ୍ଥା ANI ସହିତ କଥାବାର୍ତ୍ତା କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ‘‘ ଏପରି କରିଥିବା ଗୁଣ୍ଡାମାନେ ବୋଧହୁଏ ଏହା ବୁଝନ୍ତି ନାହିଁ । ତେଣୁ ସେମାନଙ୍କୁ ଚିକିତ୍ସା ପାଇଁ ଏକ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବା ଉଚିତ୍ । ତାଙ୍କ ଇଙ୍ଗୀତ ଉଦୟାନିଧି ଷ୍ଟାଲିନଙ୍କ ସନାତନ ବିରୋଧା ପ୍ରସଙ୍ଗ ଉପରେ ଥିଲା । ଅନ୍ୟପଟେ ଭାରତ ଗସ୍ତରେ ଆସିଥିବା ଋଷି ସୁନକ ଏଏନଆଇ ସହ କଥାବାର୍ତ୍ତାରେ କହିଛନ୍ତି, “ମୁଁ ଜଣେ ଗର୍ବିତ ହିନ୍ଦୁ । ଆଶା କରେ ମୁଁ ଆଗାମୀ ଦୁଇ ଦିନ ମଧ୍ୟରେ ମୁଁ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ପାଇବି । ଆମେ ରକ୍ଷା ବନ୍ଧନ ମଧ୍ୟ ପାଳନ କରିଥିଲୁ । ମୋର ସମସ୍ତ ଭଉଣୀ ଏବଂ ମୋର ସମ୍ପର୍କୀୟଙ୍କ ଠାରୁ ମୁଁ ରାକ୍ଷୀ ମଧ୍ୟ ବାନ୍ଧିଥିଲି । ସେହି ରାକ୍ଷୀ ମୋ ନିକଟରେ ମଧ୍ୟ ଅଛି ।