ଓଡିଶା

odisha

By

Published : Jun 4, 2021, 7:23 PM IST

ETV Bharat / bharat

CBSE ଦ୍ବାଦଶ ବୋର୍ଡ ମୂଲ୍ୟାଙ୍କନ କ୍ରାଇଟେରିଆ ପ୍ରସ୍ତୁତ, 10 ଦିନରେ ଆସିବ ରିପୋର୍ଟ

ସିବିଏସଇ ପକ୍ଷରୁ ଦ୍ବାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କ ମୂଲ୍ୟାଙ୍କନ ଓ କ୍ରାଇଟେରିଆ ପାଇଁ ଗଠନ ହୋଇଛି କମିଟି । ଅଧିକ ପଢନ୍ତୁ...

CBSE ଦ୍ବାଦଶ ବୋର୍ଡ ମୂଲ୍ୟାଙ୍କନ କ୍ରାଇଟେରିଆ ପ୍ରସ୍ତୁତ, 10 ଦିନରେ ଆସିବ ରିପୋର୍ଟ
CBSE ଦ୍ବାଦଶ ବୋର୍ଡ ମୂଲ୍ୟାଙ୍କନ କ୍ରାଇଟେରିଆ ପ୍ରସ୍ତୁତ, 10 ଦିନରେ ଆସିବ ରିପୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ପକ୍ଷରୁ ଦ୍ବାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କ ମୂଲ୍ୟାଙ୍କନ ଓ କ୍ରାଇଟେରିଆ ପାଇଁ ଗଠନ ହୋଇଛି କମିଟି । ପରୀକ୍ଷା ନିୟନ୍ତ୍ରକ ସୟମ ଭରଦ୍ବାଜ କହିଛନ୍ତି, ସିବିଏସଇ କମିଟି 10 ଦିନ ଭିତରେ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ମାନଦଣ୍ଡ ଉପରେ ରିପୋର୍ଟ ହସ୍ତାନ୍ତର କରିବ ।

ବୁଧବାର ସିବିଏସଇ କହିଥିଲା ବୋର୍ଡ ଦ୍ବାଦଶ ମୂଲ୍ୟାଙ୍କନ ପାଇଁ କ୍ରାଇଟେରିଆ ପ୍ରସ୍ତୁତ କରିବା ପ୍ରକ୍ରିୟାରେ ରହିଛି । ଏହା ପୁରା ହେବା ପରେ ବୋର୍ଡ ଏହାକୁ ସାର୍ବଜନିକ କରିବ ।

ମଙ୍ଗଳବାର ସିବିଏଇ ଦ୍ବାଦଶ ବୋର୍ଡ ପରୀକ୍ଷା ବାତିଲ କରିଦେଇଥିଲା । ସିବିଏସଇ ସଚିବ ଅନୁରାଗ ତ୍ରିପାଠି କହିଛନ୍ତି ଅଭିବାବକ, ଶିକ୍ଷକ ପ୍ରଧାନ ଶିକ୍ଷକ ଓ ଛାତ୍ରଙ୍କୁ ଏଥିପାଇଁ ଅପେକ୍ଷା କରିବାକୁ ପଡିବ । ତେବେ ଆଶଙ୍କାରେ ନ ରହିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଅନୁରାଗ ।

କୋରୋନା ମହାମାରୀର ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଙ୍ଗଳବାର ସିବିଏସଇ ଦ୍ବାଦଶ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଏନେଇ ନିଆଯାଇଥିଲା ନିଷ୍ପତ୍ତି ।

ABOUT THE AUTHOR

...view details