ଓଡିଶା

odisha

ETV Bharat / bharat

ହାଇଦ୍ରାବାଦ ଗସ୍ତରେ ଜଷ୍ଟିସ ଏନ.ଭି ରମନ୍ନା

ହାଇଦ୍ରାବାଦରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି ରମନ୍ନା । ଭବ୍ୟ ସ୍ୱାଗତ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଅଧିକ ପଢନ୍ତୁ...

By

Published : Jun 12, 2021, 7:37 AM IST

CJI Ramana accorded warm welcome on three-day visit to Hyd
ହାଇଦ୍ରାବାଦରେ ଜଷ୍ଟିସ ଏନ.ଭି ରମନ୍ନା

ହାଇଦ୍ରାବାଦ:ତିନି ଦିନିଆ ହାଇଦ୍ରାବାଦ ଗସ୍ତରେ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏନ.ଭି ରମନ୍ନା । ପ୍ରଧାନବିଚାରପତିର ଦାୟିତ୍ବ ଭାର ଗ୍ରହଣ କରିବା ପରେ ଏହା ହେଇଛି ତାଙ୍କର ପ୍ରଥମ ହାଇଦ୍ରାବାଦ ଗସ୍ତ । ଶୁକ୍ରବାର ନିଜ ପରିବାର ସହିତ ମୁଖ୍ୟ ବିଚାରପତି ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଶୁକ୍ରବାର ଦିନ ରାଜ ଭବନରେ ପହଞ୍ଚିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତାଙ୍କୁ ସ୍ବାଗତ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ତାମିଲାଇସାଇ ସୌନ୍ଦରାରାଜନ ଏବଂ ହାଇକୋର୍ଟର ପ୍ରଧାନ ବିଚାରପତି ହିମା କୋହଲି ମଧ୍ୟ ଉପସ୍ଥିତ ଥିଲେ।

ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏନଭି ରମଣ ହାଇଦ୍ରାବାଦର ବିମାନବନ୍ଦରରେ ପହଞ୍ଚିବା ପରେ ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ହିମା କୋହଲି, ହାଇକୋର୍ଟର ବିଚାରପତି, ମନ୍ତ୍ରୀ କେ.ଟି ରାମା ରାଓଙ୍କ ସମେତ ବିଭିନ୍ନ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ସ୍ବାଗତ କରିଥିଲେ । ପରେ ରାଜଭବନ ପହଞ୍ଚି ଥିଲେ ମୁଖ୍ୟ ବିଚାରପତିଙ୍କ ପରିବାର । ସେଠାରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ରାଓ ଉଭୟଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ପରେ ଏନ.ଭି ରମନ୍ନାଙ୍କ ସମେତ ତାଙ୍କ ପତ୍ନୀ ରାଜ୍ୟପାଳଙ୍କ ସହ ରାତ୍ରୀ ଭୋଜନ କରିଥିଲେ । ତେଲେଙ୍ଗାନ ଗସ୍ତ ପୂର୍ବରୁ ଏନ.ଭି ରମନ୍ନା ତାଙ୍କ ପରିବାର ସହିତ ଆନ୍ଧ୍ରପ୍ରଦେଶର ତିରୁମାଲାସ୍ଥିତ ପ୍ରଭୁ ବାଲାଜୀଙ୍କୁ ଦର୍ଶନ କରିଥିଲେ ।

ସେ ଚଳିତ ବର୍ଷ ଏପ୍ରିଲ 24ରେ ସୁପ୍ରିମକୋର୍ଟର 48ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେଇଥିଲେ । ତେବେ, ଏହି ଗସ୍ତରେ ଏନ.ଭି ରମନ୍ନା ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

@ANI

ABOUT THE AUTHOR

...view details