ଅମରାବତୀ:ଆନ୍ଧ୍ରପ୍ରଦେଶର ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ବାମୀ ବା ଶ୍ରୀଶୈଳମ୍ ମନ୍ଦିର ପରିଦର୍ଶନ କଲେ CJI ଏନଭି ରମନ୍ନା । ଶୁକ୍ରବାର ନିଜ ପତ୍ନୀଙ୍କ ସହ ମୁଖ୍ୟ ବିଚାରପତି ରମଣା ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଗସ୍ତ କରିଛନ୍ତି । CJI ଦମ୍ପତି ମନ୍ଦିରରେ ପ୍ରାର୍ଥନା କରିବା ସହ ପ୍ରଭୁ ମଲ୍ଲିକାର୍ଜୁନଙ୍କ ଆର୍ଶୀବାଦ ନେଇଛନ୍ତି । ମନ୍ଦିରର ପୂଜକ ବୈଦିକ ମନ୍ତ୍ରୋଚାରଣ ପୂର୍ବକ ପାରମ୍ପରିକ ସମ୍ବର୍ଦ୍ଧନା ସହ ସେମାନଙ୍କୁ ସ୍ବାଗତ କରିଥିଲେ ।
ଶ୍ରୀଶୈଳମ୍ ମନ୍ଦିର ପରିଦର୍ଶନ କଲେ CJI - ଏନ ଭି ରମଣା
ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ସ୍ଥିତ ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ବାମୀ ମନ୍ଦିର ପରିଦର୍ଶନ କଲେ CJI ଏନଭି ରମନ୍ନା ତାଙ୍କ ସହ ପତ୍ନୀ ମଧ୍ୟ ଥିଲେ ଉପସ୍ଥିତ । ଅଧିକ ପଢନ୍ତୁ...
ଶ୍ରୀଶୈଳମ୍ ମନ୍ଦିର ପରିଦର୍ଶନ କଲେ CJI
ଏହି ସମୟରେ ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀ ବେଲାମପାଲି ଶ୍ରୀନିବାସ ରାଓ, ସ୍ଥାନୀୟ ସାଂସଦ ବ୍ରହ୍ମାନନ୍ଦ ରେଡ୍ଡୀ, ବିଧାୟକ ଶିଳ୍ପା ଚକ୍ରପାଣି ରେଡ୍ଡୀ, ଜିଲ୍ଲାପାଳ ବୀରାପାଣ୍ଡିଆନ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କେ ଏସ ରାମାରାଓ ପ୍ରମୁଖ CJI ଦମ୍ପତିଙ୍କୁ ସ୍ବାଗତ କରିଥିଲେ ଏବଂ ନନ୍ଦି ନିକେତନ ଗେଷ୍ଟହାଉସରେ ତାଙ୍କ ବିଶ୍ରାମ ବ୍ୟବସ୍ଥା କରିଥିଲେ ।
@ANI