ଓଡିଶା

odisha

ପୁଞ୍ଚ ଶହୀଦ ଯବାନଙ୍କୁ ସିଜେଆଇଙ୍କ ଶ୍ରଦ୍ଧାଞ୍ଜଳି, ବଡ଼ଦିନରେ ସୀମାରେ ସଜାଗ ସେନାନୀକୁ ସଲାମ

By ANI

Published : Dec 25, 2023, 10:52 PM IST

CJI Chandrachud pays homage to slain soldiers of Poonch encounter: ଜମ୍ମୁ କାଶ୍ମୀର ପୁଞ୍ଚ ୪ ଜଣ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ବଡ଼ଦିନରେ ସୀମାରେ ସଜାଗ ସେନାନୀ ପାଇଁ ସେଲିବ୍ରେସନ କରିବାକୁ ଦେଇଛନ୍ତି ପରାମର୍ଶ । ଅଧିକ ପଢ଼ନ୍ତୁ,

ପୁଞ୍ଚ ଶହୀଦ ଯବାନଙ୍କୁ ସିଜେଆଇଙ୍କ ଶ୍ରଦ୍ଧାଞ୍ଜଳି, ବଡ଼ଦିନରେ ସୀମାରେ ସଜାଗ ସେନାନୀକୁ ସଲାମ
ପୁଞ୍ଚ ଶହୀଦ ଯବାନଙ୍କୁ ସିଜେଆଇଙ୍କ ଶ୍ରଦ୍ଧାଞ୍ଜଳି, ବଡ଼ଦିନରେ ସୀମାରେ ସଜାଗ ସେନାନୀକୁ ସଲାମ

ନୂଆଦିଲ୍ଲୀ:ଜମ୍ମୁ କାଶ୍ମୀର ପୁଞ୍ଚ ସେକଟରରେ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଥିଲେ ୪ ଜଣ ଯବାନ । ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ । ବଡ଼ଦିନରେ ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ସାମିଲ ହୋଇ ଜଷ୍ଟିସ ଚନ୍ଦ୍ରଚୂଡ଼, ପୁଞ୍ଚରେ ଶହୀଦ ଯବାନମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଖ୍ରୀଷ୍ଟମାସରେ ସେନା ବାହାନୀ ଏବଂ ସୀମାରେ ସଜାଗ ରହିଥିବା ଯବାନମାନଙ୍କ ପାଇଁ ଉତ୍ସବ ମନାଇବା ସପକ୍ଷରେ ମତ ଦେଇଛନ୍ତି ସିଜେଆଇ ।

ଏହା ମଧ୍ୟ ପଢ଼ନ୍ତୁ: ମୁହଁ ଖୋଲିଲେ ନୀତିଶ କୁମାର: 'ପିଏମ୍ ପଦ ପାଇଁ ଲୋଭ ନାହିଁ'

ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ । ଆଜିର ଦିନରେ ଜମ୍ମୁ କାଶ୍ମୀରର ପୁଞ୍ଚ ସେକଟରରେ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଥିବା ୪ ଜଣ ଯବାନଙ୍କ କଥା ମନେ ପକାଇଛନ୍ତି ସିଜେଆଇ । ସେ ପୁଞ୍ଚରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ପ୍ରାଣବଳୀ ଦେଉଛନ୍ତି ଶହ ଶହ ଯବାନ । ନିଜ ଜୀବନକୁ ବାଜି ଲଗାଇ ଯବାନମାନେ ସୀମାରେ ସଜାଗ ରହିବା ସହ ଦେଶ ପାଇଁ ସେବା ପ୍ରଦାନ କରୁଛନ୍ତି । ସେହିଭଳି ଆମେମାନେ ମଧ୍ୟ ଦେଶ ଏବଂ ଜାତି ପାଇଁ ସବୁ କିଛି ଉତ୍ସର୍ଗ କରିବା ଉଚିତ । ଆଜି ଆମେ ଯେପରି ପବିତ୍ର ଖ୍ରୀଷ୍ଟମାସ ପାଳନ କରୁଛନ୍ତି, ସେହିପରି ଦେଶ ପାଇଁ ବଳୀଦାନ ଦେଇଥିବା ଯବାନମାନଙ୍କୁ ଭୁଲି ଯିବା ଅନୁଚିତ ।

ଏହା ମଧ୍ୟ ପଢ଼ନ୍ତୁ: ମାନବ ଚାଲାଣ ସନ୍ଦେହ: ତିନି ଦିନ ପରେ ଫ୍ରାନ୍ସରୁ ଭାରତୀୟଙ୍କୁ ନେଇ ଉଡ଼ାଣ ଭରିଲା ବିମାନ

ପୁଞ୍ଚରେ ଗତ ୨୨ ତାରିଖରେ ପୁଞ୍ଚରେ ଯବାନମାନେ ଯାତ୍ରା କରୁଥିବା ଭ୍ୟାନକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ ୪ ଜଣ ଯବାନ ଶହୀଦ ହୋଇଥିଲେ । ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିବା ବେଳେ, ସେନା ଭ୍ୟାନ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀଙ୍କ ହମଲା ପରେ ପୁଞ୍ଚ ସମେତ ଉପତ୍ୟକାର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାାଇଛି । ଆଜି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପୁଞ୍ଚ ଗସ୍ତ କରିବା ସହ, ସେଠାକାର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details