ଓଡିଶା

odisha

ETV Bharat / bharat

ଆଇନ ମନ୍ତ୍ରୀଙ୍କ ୟଙ୍ଗ ଲୁକ ନେଇ ଲଘୁ ପରିହାସ କଲେ CJI

କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ନିଜ ଟ୍ବିଟରରେ ଏକ ଭିଡ଼ିଓ ଜାରି କରିଛନ୍ତି । ଯେଉଁଥିରେ ଭାରତର ପ୍ରଧାନ ବିଚାରପତି ଓ ଆଇନ ମନ୍ତ୍ରୀ ଦୁହେଁ ଉଭୟଙ୍କ ଲୁକ ନେଇ ମନ୍ତବ୍ୟ ଦେଇଛନ୍ତି । ଅଧିକ ପଢ଼ନ୍ତୁ

By

Published : Nov 21, 2022, 3:17 PM IST

cji chandrachud comment on young look of union minister kiren rijiju
ଆଇନ ମନ୍ତ୍ରୀଙ୍କ ୟଙ୍ଗ ଲୁକ ନେଇ କମେଣ୍ଟ କଲେ CJI

ନୂଆଦିଲ୍ଲୀ: ଡିୱାଇ ଚନ୍ଦ୍ରଚୂଡ଼ ଦେଶର 50 ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବରେ ରହିବା ଦିନଠାରୁ ଚର୍ଚ୍ଚାରେ ରହିଛନ୍ତି । ଦିଲ୍ଲୀ ବାର କାଉନସିଲ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ବୟସକୁ ନେଇ ମନ୍ତବ୍ୟ ଦେଇଛନ୍ତି ।

ଦେଶର ପ୍ରଧାନ ବିଚାରପତିଙ୍କ ସମ୍ନାନାର୍ଥେ ଦିଲ୍ଲୀ ବାର କାଉନସିଲ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କହିଥିଲା । ଏଥିରେ କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏବଂ ଆଇନ ମନ୍ତ୍ରୀ ଉଭୟଙ୍କ ବୟସକୁ ନେଇ ମନ୍ତବ୍ୟ ରଖିଥିଲେ । ଯାହାର ଭିଡ଼ିଓ ମନ୍ତ୍ରୀ କିରେନ ରିଜିଜୁ ନିଜ ଟ୍ବିଟରରେ ସେୟାର କରିଛନ୍ତି । କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ ଏହି ଭିଡ଼ିଓଟିକୁ ସେୟାର କରି ଲେଖିଛନ୍ତି, " ମୁଁ ନିଶ୍ଚିତ ଯେ, ଭାରତର ପ୍ରଧାନ ବିଚାରପତିଙ୍କ ଫିଟନେସ ନେଇ କେହି ବିବାଦ ଉଠାଇବେ ନାହିଁ ।" ମନ୍ତ୍ରୀ ଜାରି କରିଥିବା ଭିଡ଼ିଓରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ଆଇନ ମନ୍ତ୍ରୀଙ୍କ ଫିଟ୍ ଲୁକ ସହ ମୋ ନିଜକୁ ତୁଳନା କରିବାକୁ ଧନ୍ୟମନେ କରୁଛି । ଏଠାରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଆଇନ ମନ୍ତ୍ରୀ ବାସ୍ତବରେ ଜଣେ ଯୁବକ । କିନ୍ତୁ ମୋ ଚେହେରା କେବଳ ଲୋକ ଦେଖାଣିଆ ।"

ଏହା ମଧ୍ୟ ପଢ଼ନ୍ତୁ:Collegium Comment: କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟରେ ଅସହମତ ପୂର୍ବତନ ପ୍ରଧାନ ବିଚାରପତି

ସେ ଆହୁରି ମଧ୍ୟ କହିଛନ୍ତି," ମୁଁ ଆଇନ ମନ୍ତ୍ରୀଙ୍କ ବିଷୟରେ ଗୁଗୁଲ ସର୍ଚ୍ଚ କରିଥିଲି ଏବଂ ଜାଣିବାକୁ ପାଇଲି କିରେନ ରିଜିଜୁ ଯେବେ ଜନ୍ମ ହୋଇଥିଲେ ମୋର ବୟସ 12 ବର୍ଷ 8 ଦିନ ଥିଲା । ତେଣୁ ମୁଁ ଏଠାରେ ସ୍ପଷ୍ଟ କରୁଛି ମନ୍ତ୍ରୀ ମୋ ଠାରୁ ୟଙ୍ଗ ଅଛନ୍ତି । ସିଜେଆଇଙ୍କ ଏହି ମନ୍ତବ୍ୟ ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ବିଶେଷ ହସିବାକୁ ଲାଗିଲେ । ତେବେ ସିଜେଆଇଙ୍କ ମନ୍ତବ୍ୟର ପ୍ରତିକ୍ରିୟା ଦେଇ କିରେନ ରିଜିଜୁ କହିଛନ୍ତି, "ଚନ୍ଦ୍ରଚୂଡ ମୋର ଜନ୍ମ ତାରିଖ ଦେଖିଛନ୍ତି । ତେଣୁ ଏନେଇ ମୁଁ କୌଣସି ସ୍ପଷ୍ଟିକରଣ ଦେବିନାହିଁ । ଯେତେବେଳେ କେହି ମୋତେ ଯୁବ ଆଇନମନ୍ତ୍ରୀ ବୋଲି କୁହନ୍ତି ମୋତେ ଭଲ ଲାଗେ । ସବୁଠାରୁ ଖୁସିର କଥା ଭାରତର ପ୍ରଧାନ ବିଚାରପତି ମଧ୍ୟ ଯଙ୍ଗ ଦେଖାଯାଉଛନ୍ତି ।"

ABOUT THE AUTHOR

...view details