ଇଟାନଗର:ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି । ଆଜି ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆସାମର ଦିବ୍ରୁଗଡ ଓ ଅରୁଣାଚଳ ପ୍ରଦେଶର ପସିଘାଟ ମଧ୍ୟରେ ନୂଆ ବିମାନ ସେବା ଉଦ୍ଘାଟନ କରିଛନ୍ତି । ଏହି ସେବାରେ ପ୍ରଥମ ଥର ପାଇଁ ସ୍ବଦେଶୀ ନିର୍ମିତ ବିମାନ Dornier 228କୁ ବ୍ୟବହାର କରାଯିବ । ଏହି ସ୍ବଦେଶୀ ନିର୍ମିତ ବିମାନ ହିନ୍ଦୁସ୍ଥାନ ଏରୋନେଟିକ (HAL) ଲିମିଟେଡ ଦ୍ବାରା ନିର୍ମିତ ହୋଇଛି ଯାହା ପ୍ରଥମ ସ୍ବେଦେଶୀ ଯାତ୍ରବାହୀ ବିମାନ ।
ଉଦ୍ଘାଟନୀ ଅବସରରେ ସିନ୍ଧିଆ, କହିଛନ୍ତି ଏହି ଉଡାଣ ସେବା ଦ୍ବାରା ଅରୁଣାଚଳ ପ୍ରଦେଶର ପସିଘାଟ ସହ ଆସାମର ଦ୍ରିବୁଗଡ ଯୋଡି ହୋଇଛି । ଏହି ସେବାରେ ବ୍ୟବହୃତ ହେବାକୁ ଥିବା ବିମାନ ସମ୍ପୂର୍ଣ୍ଣ ସ୍ବେଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଉଡାଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଦେଖିଥିବା ଭିଜନର ଏହା ପ୍ରାରମ୍ଭ । ଭାରତ ପ୍ରଥମ ପର୍ଯ୍ୟାୟରେ ଏହି ବର୍ଗରେ ଦୁଇଟି ବିମାନ ଉଡାଣ ଆରମ୍ଭ କରିଥିବା ବେଳେ ଆଗକୁ ଆହୁରି ସଂଖ୍ୟାରେ ବୃଦ୍ଧି କରାଯିବା ନେଇ କହିଛନ୍ତି ସିନ୍ଧିଆ ।