ଓଡିଶା

odisha

ETV Bharat / bharat

Civic Body Recruitment Scam: ପଶ୍ଚିମବଙ୍ଗ ମନ୍ତ୍ରୀ ଫିରହାଦ ହାକିମଙ୍କ ବାସଭବନରେ ସିବିଆଇ ରେଡ୍‌ - ପୌରପରିଷଦ ନିଯୁକ୍ତିରେ ଦୁର୍ନୀତି

ପୌରପରିଷଦ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗରେ ପଶ୍ଚିମବଙ୍ଗର ମନ୍ତ୍ରୀ ଫିରହାଦ ହାକିମ ଓ କାମରହାଟୀ ବିଧାୟକଙ୍କ ଘରେ ସିବିଆଇର ରେଡ। ଅଧିକ ପଢନ୍ତୁ

Civic body recruitment scam
Civic body recruitment scam

By ETV Bharat Odisha Team

Published : Oct 8, 2023, 1:18 PM IST

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ଫିରହାଦ ହାକିମଙ୍କ ବାସଭବନରେ ସିବିଆଇ ରେଡ୍‌ । ପୌରପରିଷଦ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗରେ ଦକ୍ଷିଣ କୋଲକାତାରେ ଥିବା ମନ୍ତ୍ରୀଙ୍କ ବାସ ଭବନରେ ଚଢାଉ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଫିରହାଦ ହାକିମ ବର୍ତ୍ତମାନ ସହରୀ ବିକାଶ ଏବଂ ମ୍ୟୁନିସିପାଲିଟି ବ୍ୟାପାର (Urban Development and Municipal Affairs portfolio) ବିଭାଗର ମନ୍ତ୍ରୀ ରହିଛନ୍ତି । ଏଥିସହ ସେ କୋଲକାତାର ମେୟର ମଧ୍ୟ । ପୌରପରିଷଦ ନିଯୁକ୍ତିରେ ଦୁର୍ନୀତି ମାମଲାରେ ଭବାନୀପୁରର କାମରହାଟୀ ବିଧାୟକ ତଥା ପୂର୍ବତନ ଟିଏମସି ମନ୍ତ୍ରୀ ମଦନ ମିତ୍ରଙ୍କ ଘରେ ମଧ୍ୟ ସିବିଆଇ ଚଢ଼ାଉ କରିଛି।

ଗ୍ରୁପ୍ ସି' ଏବଂ ଗ୍ରୁପ୍ ଡି' ପୋଷ୍ଟରେ ପୌରପରିଷଦରେ ବେଆଇନ ଭାବରେ ନିଯୁକ୍ତି କରାଯାଇଥିବା ଅଭିଯୋଗ ପରେ ସିବିଆଇ ରେଡ୍‌ କରିଛି । କୋର୍ଟଙ୍କ ଅନୁମତି ପରେ ଏହି ଚଢ଼ାଉ ହୋଇଛି । ପଶ୍ଚିମବଙ୍ଗରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ତଦାରଖ କରିବା ପାଇଁ କଲିକତା ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Teacher Recruitment Scam: ଅଭିଷେକ ବାନାର୍ଜୀଙ୍କୁ 9ଘଣ୍ଚା ଜେରା ପରେ ଛାଡିଲା CBI

ଚେତଲାର ପେରି ମୋହନ ରୟ ରୋଡ୍‌ରେ ଥିବା ହାକିମଙ୍କ ବାସଭବନ ଚାରିପଟେ ପୋଲିସ ଛାଉଣି କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ସିବିଆଇ ଚଢାଉ କରି ତଲାସୀ ଜାରି ରଖିଛି । ସିବିଆଇ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବା ସମୟରେ ଫିରହାଦ ହାକିମଙ୍କ ସମର୍ଥକମାନେ ଘର ବାହାରେ ଏକାଠି ହୋଇଥିଲେ । ପୌରପରିଷଦ ନିଯୁକ୍ତି ଦୁର୍ନୀତିରେ ଜଡ଼ିତ ତଥ୍ୟ ବର୍ତ୍ତମାନ ସୁଦ୍ଧା ସିବିଆଇ ହାତରେ ଲାଗିଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି । ନିଯୁକ୍ତି ଦୁର୍ନୀତି ମାମଲାରେ ଗତ ଗୁରୁବାର ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରତିନ ଘୋଷଙ୍କ ଘରେ ଇଡି ଚଢାଉ କରିଥିଲା । ଟିଏମସି ନେତାଙ୍କ ଘର ସମେତ ମୋଟ 14ଟି ସ୍ଥାନରେ ଛାପା ମାରିଥିଲା ଇଡି ।

ଏହା ମଧ୍ୟ ପଢନ୍ତୁ-ପୁଣି ବଢିଲା କେଜ୍ରିଓ୍ୱାଲଙ୍କ ଟେନସନ୍, ଦିଲ୍ଲୀ ଶିକ୍ଷକ ନିଯୁକ୍ତି ଘୋଟାଲାର ହେବ CBI ତଦନ୍ତ

ଗତ ମେ' ମାସରେ ବହୁଚର୍ଚ୍ଚିତ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ମହାଘୋଟାଲା ମାମଲାରେ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଜେରା କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଏହି ମାମଲାରେ ଅଭିଷେକଙ୍କୁ ଜେରା କରିବା ପାଇଁ କୋଲକାତା ହାଇକୋର୍ଟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟକୁ ଅନୁମତି ଦେଇଥିଲେ । ଏହାପରେ ସିବିଆଇ ଅଭିଷେକଙ୍କୁ ଦୀର୍ଘ 9 ଘଣ୍ଟା ମାରାଥନ ଜେରା କରିଥିଲା ।

ABOUT THE AUTHOR

...view details