ଓଡିଶା

odisha

By

Published : Jan 17, 2021, 7:41 PM IST

ETV Bharat / bharat

ବିଜୟ ମାଲ୍ୟାଙ୍କ ୟୁକେ ଯାତ୍ରା ସମ୍ପର୍କରେ CBIକୁ ତଥ୍ୟ ମାଗିଲେ CIC

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାରି କରାଯାଇଥିବା ଦୁଇଟି ଭିନ୍ନ ଲୁକଆଉଟ୍ ସର୍କୁଲାର ସମ୍ପର୍କରେ ତଥ୍ୟ ରଖିବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରିୟ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) । ପଢନ୍ତୁ ଅଧିକ....

ବିଜୟ ମାଲ୍ୟାଙ୍କ ୟୁକେ ଯାତ୍ରା ସମ୍ପର୍କରେ ସିବିଆଇକୁ ତଥ୍ୟ ମାଗିଲେ କେନ୍ଦ୍ରୀୟ ସୂଚନା କମିଶନ
ବିଜୟ ମାଲ୍ୟାଙ୍କ ୟୁକେ ଯାତ୍ରା ସମ୍ପର୍କରେ ସିବିଆଇକୁ ତଥ୍ୟ ମାଗିଲେ କେନ୍ଦ୍ରୀୟ ସୂଚନା କମିଶନ

ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାରି କରାଯାଇଥିବା ଦୁଇଟି ଭିନ୍ନ ଲୁକଆଉଟ୍ ସର୍କୁଲାର ସମ୍ପର୍କରେ ତଥ୍ୟ ରଖିବାକୁ କେନ୍ଦ୍ରିୟ ତଦନ୍ତ ବ୍ୟୁରୋ (CBI) କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରିୟ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) । 2015 ଅକ୍ଟୋବରରେ ମାଲ୍ୟାଙ୍କ ବିରୋଧରେ ଆଉଟଲୁକ ଜାରି କରିଥିଲା ସିବିଆଇ । ବିଭିନ୍ନ ଭାରତୀୟ ବ୍ୟାଙ୍କରୁ ପ୍ରାୟ 9 ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଲୋନ ନେଇ ବିଦେଶ ଫେରାର ହୋଇଯାଇଥିଲେ ମାଲ୍ୟା ।

ମାଲ୍ୟା ଦେଶ ଛାଡି ଫେରାର ହୋଇଯିବା ପୂର୍ବରୁ ଗତ ନଭେମ୍ବର 2015 ରେ ତାଙ୍କ ବିରୋଧରେ ଏଲଓସି ଜାରି କରିଥିଲା ସିବିଆଇ । ସିବିଆଇ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆକୁ ମାଲ୍ୟାଙ୍କ ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲା । ଯଦି ସେ ଦେଶ ବାହରକୁ ଯିବା ପାଇଁ ଚେଷ୍ଟା କରୁଥାନ୍ତି ତାହାଲେ ସିବିଆଇକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଥିଲା ।

କିନ୍ତୁ ସବୁ କଟକଣା ସତ୍ତ୍ବେ ମାଲ୍ୟା 2016 ମସିହାରେ ଦେଶ ଛାଡି ବିଦେଶ ଫେରାର ହେବାରେ ସକ୍ଷମ ହୋଇଥିଲେ । ଏ ଘଟଣା ସମ୍ପର୍କରେ ତଥ୍ୟ ମାଗିଥିବା ପୁନେର ଜଣେ ସୂଚନା ଅଧିକାର କର୍ମୀଙ୍କୁ ତଥ୍ୟ ଦେବା ପାଇଁ ସିବିଆଇ ତଥ୍ୟ ଦେବା ପାଇଁ ମନା କରିଦେଇଥିଲେ । ତେବେ ଏହି ମାମଲାରେ କେନ୍ଦ୍ରିୟ ସୂଚନା ଆୟୋଗ ମାଲ୍ୟାଙ୍କ ବିରୋଧରେ ସିବିଆଇ ସେତେବେଳେ କଣ ସବୁ ସର୍କୁଲାର ଜାରି କରିଥିଲା ତାହା ଜଣାଇବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମ ଥର ସିବିଆଇ ମାଲ୍ୟାଙ୍କ ବିରୋଧରେ 2015 ଅକ୍ଟୋବର 12 ରେ ଏଲଓସି ଜାରି କରିଥିଲା । କିନ୍ତୁ ସେ ସମୟରେ ମାଲ୍ୟଙ୍କ ନାମରେ ସିଧାସଳଖ କୌଣସି ଗିରଫ ପରଓ୍ବାନା ନଥିଲା ଓ ସେତବେଳେ ସେ ଜଣେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ତେଣୁ ତାଙ୍କୁ ଗିରଫ କରାଯିବା ନେଇ ମଧ୍ୟ ଦ୍ବନ୍ଦ ଦେଖା ଦେଇଥିଲା । ପରେ ସେ ବିଦେଶ ଫେରାର ହେବାରେ ସଫଳ ହୋଇଥିଲେ । ସେ ବିଭିନ୍ନ ଭାରତୀୟ ବ୍ୟାଙ୍କରୁ 9 ହଜାର କୋଟି ଟଙ୍କା ଋଣ କରିଥିବା ଜଣା ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details