ଓଡିଶା

odisha

ETV Bharat / bharat

ସିଆଇଏସଏଫକୁ ଦିଆଯିବ ସଂସଦ ସୁରକ୍ଷା ଦାୟିତ୍ବ - ସିଆଇଏସଏଫକୁ ସୁରକ୍ଷା ଦାୟିତ୍ବ

CISF to be deployed for security of Parliament: ସଂସଦରେ ସୁରକ୍ଷା ଭଙ୍ଗ ପରେ ବଡ଼ ନିଷ୍ପତ୍ତି । ସଂସଦର ସୁରକ୍ଷା ଦାୟିତ୍ବ ସିଆଇଏସଏଫକୁ ଦିଆଯିବ । ବିଶେଷ ସୂତ୍ରରୁ ମିଳିଛି ଏହି ସୂଚନା । ଅଧିକ ପଢ଼ନ୍ତୁ,

ବଡ଼ ନିଷ୍ପତ୍ତ, ସିଆଇଏସଏଫକୁ ଦିଆଯିବ ସଂସଦ ସୁରକ୍ଷା ଦାୟିତ୍ବ
ବଡ଼ ନିଷ୍ପତ୍ତ, ସିଆଇଏସଏଫକୁ ଦିଆଯିବ ସଂସଦ ସୁରକ୍ଷା ଦାୟିତ୍ବ

By ETV Bharat Odisha Team

Published : Dec 21, 2023, 2:25 PM IST

ନୂଆଦିଲ୍ଲୀ:ସଂସଦ ଭବନର ସୁରକ୍ଷା ଭଙ୍ଗ ପରେ ବଡ଼ ଖବର । ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (CISF)କୁ ନ୍ୟସ୍ତ କରାଯିବ ସଂସଦ ଭବନର ସୁରକ୍ଷା ଦାୟିତ୍ବ । କେନ୍ଦ୍ର ସରକାର ଏଭଳି ବଡ଼ ନିଷ୍ପତ୍ତି ନେଇଥିବା, ବିଶେଷ ସୂତ୍ରରୁ ସୂଚନା ମିଳିଛି । ପିଟିଆଇକୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି (ବୁଧବାର) ସଂସଦ ବିଲ୍ଡିଂ କମ୍ପ୍ଲେକ୍ସର ଏକ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ସିଆଇଏସ୍ଏଫ୍ ସୁରକ୍ଷା ଏବଂ ଫାୟାର ୱିଙ୍ଗ୍ କୁ ନିୟମିତ ଭାବେ ନିୟୋଜିତ କରାଯାଇ ପାରିବ । ସିଆଇଏସଏଫ୍ ବର୍ତ୍ତମାନ ରାଜଧାନୀ ନୂଆଦିଲ୍ଲୀରେ କେନ୍ଦ୍ର ସରକାରୀ ମନ୍ତ୍ରାଳୟ ବିଲଡିଂ, ଆଣବିକ ଏବଂ ଏରୋସ୍ପେସ୍ ସେଣ୍ଟର, ବିମାନବନ୍ଦର ଏବଂ ଦିଲ୍ଲୀ ମେଟ୍ରୋର ସୁରକ୍ଷା ଦାୟିତ୍ବରେ ଅଛି ।

ଏହା ମଧ୍ଯ ପଢ଼ନ୍ତୁ: ସାଂସଦଙ୍କ ସସପେଣ୍ଡକୁ ନେଇ ବିରୋଧୀଙ୍କ ଗର୍ଜନ, ପାର୍ଲାମେଣ୍ଟରୁ ବିଜୟଚୌକ ମାର୍ଚ୍ଚ

ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ସଂସଦରେ ସୁରକ୍ଷା ତ୍ରୁଟି ହୋଇଥିଲା । ଡିସେମ୍ବର 13 ତାରିଖରେ ଦୁଇ ଜଣ ଲୋକସଭାରେ ପଶି ଆତଙ୍କ ଖେଳାଇଥିବା ବେଳେ, ସଂସଦର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । 2001 ସଂସଦରେ ଆତଙ୍କବାଦୀ ଆକ୍ରମଣର 22 ବର୍ଷ ପୂର୍ତ୍ତିରେ, ଗତ 13 ତାରିଖରେ ସାଂସଦ ପାସ୍ ନେଇ ଦୁଇ ଜଣ ଲୋକସଭାରେ ପଶିଥିଲେ । ଗୃହକାର୍ଯ୍ୟ ଚାଲିଥିବା ବେଳେ, ସେମାନେ ଦର୍ଶକ ଗ୍ୟାଲେରୀରୁ ଗୃହ ଭିତରକୁ ଡେଇଁ, ସ୍ମୋକ କାନିଷ୍ଟରରୁ ଧୂଆଁ ଛାଡ଼ିଥିଲେ । ଫଳରେ ଗୃହରେ ଉପସ୍ଥିତ ଥିବା ସାଂସଦମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ପରେ ସାଂସଦମାନେ ଦୁହିଁଙ୍କୁ କାବୁ କରି ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 6 ଜଣଙ୍କୁ ଗିରଫ କରାଯାଇ UAPA ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

ଏହାମଧ୍ଯ ପଢ଼ନ୍ତୁ: ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲା: ତାମିଲନାଡୁ ଶିକ୍ଷାମନ୍ତ୍ରୀଙ୍କୁ 3 ବର୍ଷ ଜେଲ୍, 50 ଲକ୍ଷ ଜୋରିମାନା

ସଂସଦରେ ସୁରକ୍ଷା ଭଙ୍ଗକୁ ନେଇ ଗତ 13 ତାରିଖରୁ ଗୃହ କାର୍ଯ୍ୟରେ ବ୍ୟାଘାତ ଘଟାଇ ଆସୁଛନ୍ତି ବିରୋଧୀ । ସଂସଦରେ ସାଂସଦମାନଙ୍କୁ ସୁରକ୍ଷା ପ୍ରଦାନ ସହ, ସୁରକ୍ଷା ଭଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଉତ୍ତର ଦିଅନ୍ତୁ ବୋଲି ଦାବି କରିଆସୁଛନ୍ତି ବିରୋଧୀ । ବିରୋଧୀ ସାଂସଦମାନେ ଗୃହ ଭିତରେ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଏବଂ ହଙ୍ଗାମା କରିଥିବା ବେଳେ, ଅଶୋଭନୀୟ ଆଚରଣ ପାଇଁ ବର୍ତ୍ତମାନ ସୁଦ୍ଧା 143 ଜଣ ବିରୋଧୀ ସାଂସଦଙ୍କୁ ଶୀତ ଅଧିବେଶନରୁ ସସପେଣ୍ଡ କରାଯାଇଛି । ଆସନ୍ତାକାଲି ଡିସେମ୍ବର 22ରେ ଶେଷ ହେଉଛି ସଂସଦର ଶୀତକାଳୀନ ଅଧିବେଶନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details