ଓଡିଶା

odisha

By

Published : Aug 17, 2022, 6:39 PM IST

ETV Bharat / bharat

NSA Security Breach : ଚାକିରୀରୁ ବିଦା ହେଲେ କମାଣ୍ଡୋ, ବଦଳିଲେ DIG

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବଡ କାର୍ଯ୍ୟାନୁଷ୍ଠାନ । ଚାକିରୀରୁ ବହିଷ୍କୃତ ହେଲେ 3 କମାଣ୍ଡୋ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (National Security Advisor ଅଜିତ ଡୋଭାଲ (Ajit Doval) ଙ୍କ ସୁରକ୍ଷାରେ ତ୍ରୁଟି ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବଡ କାର୍ଯ୍ୟାନୁଷ୍ଠାନ । ଚାକିରୀରୁ ବହିଷ୍କୃତ ହେଲେ 3 କମାଣ୍ଡୋ । ଏହାସହ ଭିଭିଆଇପିଙ୍କ ସୁରକ୍ଷା ସମ୍ବନ୍ଧୀୟ ଦାୟିତ୍ବରେ ଥିବା ଜଣେ DIG ପାହ୍ୟାହର ଅଧିକାରୀ ଓ ଅନ୍ୟ ଜଣେ କମାଣ୍ଡେଣ୍ଟଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି । ଏନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଗତ ଫେବୃୟାରୀ ମାସରେ ଜଣେ ଅଜଣା ବ୍ୟକ୍ତି କାର ଯୋଗେ ସକାଳୁ ସକାଳୁ ଜାତୀୟ ସୁରକ୍ଷା ପରାମର୍ଶଦାତା (National Security Advisor) ଅଜିତ ଡୋଭାଲ (Ajit Doval) ଙ୍କ ବାସଭବନକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ । ହେଲେ ତୁରନ୍ତ ସୁରକ୍ଷାକର୍ମୀ ତାଙ୍କ ଧରିବା ସହ ନିଜ ହେପାଜତକୁ ନେଇ ଯାଞ୍ଚ କରିଥିଲେ । ବ୍ୟକ୍ତି ଜଣକ ନିଜ ଦେହରେ କେହି ଚିପ ଲଗାଇ ଦେଇଥିବା କହିବା ସହ ବାହାରେ ଥାଇ ତାଙ୍କୁ ନିୟନ୍ତ୍ରଣ କରୁଛି ବୋଲି ପୋଲିସକୁ କହିଥିଲା । ପୋଲିସ ମେଡିକାଲ ଯାଞ୍ଚ କରିବା ପରେ କୌଣସି ଚିପ ପାଇନଥିଲା ।

ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଜେରା କରିଥିଲା ଦିଲ୍ଲୀ ପୋଲିସ । ଜେରାରୁ ଜଣାପଡିଥିଲା ବ୍ୟକ୍ତି ଜଣଙ୍କ କର୍ଣ୍ଣାଟକର ଶାନ୍ତନୁ ରେଡ୍ଡୀ । ନୋଏଡାରୁ ଏକ କାର ଭଡା ଆକାରରେ ନେଇ ଡୋଭାଲଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିଥିଲା ।

ସୂଚନାଯୋଗ୍ୟ ଯେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ କେନ୍ଦ୍ର ସରକାର Z + ସୁରକ୍ଷା ଯୋଗାଇ ଦେଇଛନ୍ତି । ଯେଉଁଥିରେ 24 ଘଣ୍ଟା ଡୋଭାଲଙ୍କୁ (Central Industrial Security Force) ଯବାନମାନେ ସୁରକ୍ଷା ପ୍ରଦାନ କରିଥାନ୍ତି ।

ABOUT THE AUTHOR

...view details