ଓଡିଶା

odisha

ETV Bharat / bharat

ସିଆଇଏସଏଫକୁ କ୍ଲିନଚିଟ ଦେଲା ନିର୍ବାଚନ କମିଶନ, ଆତ୍ମରକ୍ଷା ପାଇଁ ଚଳାଇଛି ଗୁଳି - ସିଆଇଏସଏଫକୁ କ୍ଲିନଚିଟ ଦେଲା ନିର୍ବାଚନ କମିଶ

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା । ସିଆଇଏସଏଫକୁ କ୍ଲିନଚିଟ ଦେଲା ନିର୍ବାଚନ କମିଶନ । କେବଳ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଛି ସିଆଇଏସଏଫ । ଅଧିକ ପଢନ୍ତୁ...

CISF clean chit by Election Commission, firing on self-defense in westbengal election
ସିଆଇଏସଏଫକୁ କ୍ଲିନଚିଟ ଦେଲା ନିର୍ବାଚନ କମିଶନ,ଆତ୍ମରକ୍ଷା ପାଇଁ ଚଳାଇଛି ଗୁଳି

By

Published : Apr 11, 2021, 11:30 AM IST

କୋଲକାତା:ଶନିବାର ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ କୁଚବିହାରରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ଟିଏମସି ସମର୍ଥକ ମଧ୍ୟରେ ହିଂସା ହୋଇଛି । ଏଥିରେ ଚାରି ଜଣ ଟିଏମସି ସମର୍ଥକ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାରେ ସିଆଇଏସଏଫକୁ କ୍ଲିନଚିଟ ଦେଇଛି ନିର୍ବାଚନ କମିସନ । କେବଳ ଆତ୍ମରକ୍ଷା ପାଇଁ ସିଆଇଏସଏଫ ଗୁଳି ଚଳାଇଛି ବୋଲି କହିଛି ଭାରତୀୟ ନିର୍ବାଚନ କମିସନ ।

ଶନିବାର ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ କୁଚବିହାରର ଜିଲ୍ଲାର ଦିନହାଟ ବିଧାନସଭା ଆସନର ସିତଲକୁଛି 126 ନଂ ବୁଥରେ ଦିନ 11.05 ସମୟରେ ଟିଏମସି ସମର୍ଥକ ମାନେ ଉତ୍ତେଜନା ସୃଷ୍ଟି କରିବା ସହ କେନ୍ଦ୍ରୀୟ ସୁରକ୍ଷାବଳ ସିଆଇଏସଏଫକୁ ଆକ୍ରମଣ କରିଥିଲେ । ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କେନ୍ଦ୍ରୀୟ ସୁରକ୍ଷା ବଳର କଥାକୁ କେହି ଶୁଣି ନଥିଲେ । ଧୀରେ ଧୀରେ ହିଂସା ବୃଦ୍ଧି ପାଇବାରେ ଲାଗିଥିଲା ଏହା ପରେ ଲୋକଙ୍କ ସୁରକ୍ଷା ଏବଂ ସିଆଏସଏଫର ଆତ୍ମରକ୍ଷା ପାଇଁ ଗୁଳି ଚଳାଇଛି ।

ଏହି ହିଂସା ଘଟଣା ପରେ ତୁରନ୍ତ ନିର୍ବାଚନ କମିସନ ପଦକ୍ଷେପ ନେଇଥିଲା । ଅଧିକ ପରିମାଣରେ ସୁରକ୍ଷାବଳ ପଠାଇଥିଲା । ନିର୍ବାଚନ ଶେଷ ହେବା ପରେ ସ୍ବତନ୍ତ୍ର ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଥିଲେ ନିର୍ବାଚନ କମିସନ। ରିପୋର୍ଟ ଅନୁସାରେ ମତଦାନ କେନ୍ଦ୍ରରେ ଟିଏମସି ସମର୍ଥକ ମାନେ ବହୁ ସଂଖ୍ୟାରେ ପ୍ରବେଶ କରିବା ପାଇଁ ଚେଷ୍ଟା କିରଥିଲେ ଶେଷରେଭୋଟରଙ୍କ ସୁରକ୍ଷା,ନିର୍ବାଚନ କର୍ମଚାରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାବଳ ଆତ୍ମରକ୍ଷା ପାଇଁ ଗୁଳି ଫୁଟାଇଥିଲା । ଏଥିଲେ 4 ଜଣ ତୃଣମୂଳ କଂଗ୍ରେସ ସମର୍ଥକ ମୃ୍ତ୍ୟୁବରଣ କରିଥିବାବେଳେ ଅନ୍ୟ କେତେଜଣ ଆହତ ହୋଇଥିଲେ ।

ହିଂସା ସୃଷ୍ଟି ହୋଇଥିବା କୁଚବିହାରର ସୁତାକୁର୍ଚ୍ଚିର ବୁଥ ନଂ 126କୁ ନିର୍ବାଚନ ସ୍ଥଗିତ ରଖିଛନ୍ତି ନର୍ବାଚନ କମିସନ । ଏହା ପୂର୍ବରୁ ନିର୍ବାଚନ କମିସନ ସେହି ଅଞ୍ଚଳରେ ପରବର୍ତ୍ତୀ 72 ଘଣ୍ଟା ପାଇଁ କୌଣସି ରାଜନୈତିକ ଦଳ ବା ନେତା ପ୍ରବେଶ ଉପରେ କଟକଣା ଜାରୀ କରିଛନ୍ତି । ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ 4 ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ମୋଟ 294 ଆସନରେ 134 ଆସନରେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ଶେଷ ହୋଇଛି । ଆସନ୍ତା 17ରେ ହେବ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ମେ 2ରେ ବାହାରିବ ଫଳାଫଳ ।

ABOUT THE AUTHOR

...view details