ଓଡିଶା

odisha

ETV Bharat / bharat

Inner Ring Road Scam: ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କୁ CID ନୋଟିସ୍‌

ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କୁ ଅମରାବତୀ ଇନର-ରିଂ ରୋଡ ସ୍କାମ ମାମଲାରେ CIDର ନୋଟିସ୍‌ । ଗତକାଲି ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 30, 2023, 7:00 PM IST

ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କୁ CID ର ନୋଟିସ୍‌
ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କୁ CID ର ନୋଟିସ୍‌

ଅମରାବତୀ:ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ଘୋଟାଲା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗିରଫ ହୋଇ ଜେଲରେ ଥିବା ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କୁ ନୋଟିସ ଜାରି କରିଛି ତଦନ୍ତକାରୀ ସଂସ୍ଥା CID । ଲୋକେଶଙ୍କ ନାମରେ ଥିବା ଅମରାବତୀ ଇନର-ରିଂ ରୋଡ ଦୁର୍ନୀତି ମାମଲାରେ ଏହି ନୋଟିସ ଜାରି କରାଯାଇଛି । ଆଜି ଜାରି ନୋଟିସ ଅନୁସାରେ, ଲୋକେଶଙ୍କୁ ଆସନ୍ତାମାସ (ଅକ୍ଟୋବର) 4 ତାରିଖରେ ହାଜର ହୋଇ ଜେରାର ସମ୍ମୁଖୀନ ହେବା ପାଇଁ କୁହାଯାଇଛି । ଲୋକେଶ ଏବେ ଚନ୍ଦ୍ରବାବୁଙ୍କ ନେତୃତ୍ବାଧୀନ ଟିଡିପିର ଜାତୀୟ ସାଧାରଣ ସମ୍ପାଦକ ପଦରେ ରହିଛନ୍ତି ।

ମାମଲାର ତଦନ୍ତ କରୁଥିବା CID DCP କହିଛନ୍ତି, ଆଜି ତାଙ୍କୁ ନୋଟିସ ଜାରି କରାଯାଇଛି । ଆସନ୍ତା 4 ତାରିଖରେ ସେ ସିଆଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରା ହେବେ । ଗତକାଲି (ଶୁକ୍ରବାର) ଏହି ମାମଲାରେ ଆଗୁଆ ଜାମିନ ପାଇଁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ହାଜର ହୋଇଥିଲେ ଲୋକେଶ । କୋର୍ଟ ତାଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିବା ପାଇଁ ମନା କରିବା ସହ ପୋଲିସଙ୍କୁ ମାମଲାର ତଦନ୍ତ ଆଗକୁ ବଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କୁ ସିଆରପିସି ଧାରା 41A ଅନୁସାରେ ଏକ ନୋଟିସ ଜାରି କରିବା ପାଇଁ ମଧ୍ୟ କୋର୍ଟ କହିଥିଲେ ।

ସିଆଇଡି ଅଭିଯୋଗ କରିଛି ଯେ ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀର ମାଷ୍ଟରପ୍ଲାନର ପରିକଳ୍ପନା ଅନ୍ତର୍ଗତ ରିଙ୍ଗ ରୋଡ୍ ଏବଂ ମୁଖ୍ୟ ସଡ଼କଗୁଡ଼ିକର ଆଲାଇନମେଣ୍ଟ ପ୍ରକଳ୍ପରେ ଏହି ଦୁର୍ନୀତି ହୋଇଥିଲା । 2014 ରୁ 2019 ମସିହା ମଧ୍ୟରେ ହୋଇଥିବା ଏହି ଦୁର୍ନୀତିରେ ଅନେକ ତତ୍କାଳୀନ ସରକାରୀ ଅଧିକାରୀଙ୍କର ମଧ୍ୟ ସମ୍ପୃକ୍ତି ଅଭିଯୋଗ ରହଛି । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ପାର୍ଟିର ସାଧାରଣ ସମ୍ପାଦକ ନାରା ଲୋକେଶଙ୍କ ନାମ ମଧ୍ୟ ରହିଥିଲା । ଲୋକେଶ ଗତକାଲି ଏହି ମାମଲାରେ ଆଗୁଆ ଜାମିନ ପାଇବାରେ ନିରାଶ ହେବା ପରେ ଆସନ୍ତା 4ତାରିଖରେ ତଦନ୍ତକାରୀ ସଂସ୍ଥା ଦ୍ବାରା ଜେରା ହେବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Skill development scam: ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ଚନ୍ଦ୍ରବାବୁ ନାଇଡୁ

ପୂର୍ବରୁ ବାପା ଚନ୍ଦ୍ରବାବୁ ନାଇଡୁ ବହୁଚର୍ଚ୍ଚିତ ଦକ୍ଷତା ବିକାଶ ମାମଲାରେ ଗିରଫ ହୋଇ ଜେଲରେ ରହିଛନ୍ତି । ଚଳିତ 9 ତାରିଖରେ ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ 3 ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । 9 ତାରିଖ ସକାଳ ୬ଟାରେ ରାଜ୍ୟ ସିଆଇଡି ବିଭାଗର ଟିମ୍‌ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ଏକାଧିକ ଥର ତଳ କୋର୍ଟ ଓ ହାଇକୋର୍ଟରେ ତାଙ୍କ ବେଲ ପିଟିସନ ଖାରଜ ହେବା ପରେ ଚନ୍ଦ୍ରବାବୁ ଏବେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details