ଓଡିଶା

odisha

ETV Bharat / bharat

କୋର୍ଟରେ ହାଜର ହେଲେ TDP ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ

ଦୁର୍ନୀତି ମାମଲାରେ କୋର୍ଟରେ ହାଜର ହେଲେ TDP ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ । ଗତକାଲି ସକାଳେ ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 10, 2023, 9:53 AM IST

କୋର୍ଟରେ ହାଜର ହେଲେ TDP ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ
କୋର୍ଟରେ ହାଜର ହେଲେ TDP ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆଜି(ରବିବାର) ସକାଳେ କୋର୍ଟରେ ହାଜର ହୋଇଛନ୍ତି । ରାଜ୍ୟ ଅପରାଧିକ ଯାଞ୍ଚ ବିଭାଗ ସିଆଇଡି ଗିରଫଦାରୀର ୨୪ ଘଣ୍ଟା ମଧ୍ୟରେ ନାଇଡୁଙ୍କୁ ଭୋର୍ ସକାଳେ କଡା ସୁରକ୍ଷା ମଧ୍ୟରେ ବିଜୟୱାଡା ସ୍ଥିତ ଦୁର୍ନୀତି ନିରୋଧୀ ବ୍ୟୁରୋ(ACB) ଅଦାଲତରେ ହାଜର କରିଛି । ଏହାପୂର୍ବରୁ ବିଜୟୱାଡା ସରକାରୀ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ସୂଚନା ଅନୁଯାୟୀ, ସିଆଇଡି ଆଜି ଭୋର ୩ଟା ୪୦ ମିନିଟ୍ ସମୟରେ ନାଇଡୁଙ୍କୁ ମେଡିକାଲ ଯାଞ୍ଚ ପାଇ ବିଜୟୱାଡା ହସ୍ପିଟାଲ ନେଇଥିଲା । ପ୍ରାୟ ୫୦ ମିନିଟ୍ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ପୁଣିଥରେ ଏସଆଇଟି କାର୍ଯ୍ୟାଳୟକୁ ନିଆଯାଇଥିଲା ସେଠାରୁ ସିଧାସଳଖ ସ୍ଥାନୀୟ ACB କୋର୍ଟ ନିଆଯାଇ ହାଜର କରାଯାଇଛି । ଆନ୍ଧ୍ର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗତକାଲି(ଶନିବାର) ସକାଳେ ତେଲୁଗୁ ଦେଶମ ପାର୍ଟି ସୁପ୍ରିମୋ(TDP) ନାଇଡୁଙ୍କୁ ନନ୍ଦାୟାଲା ସହରରୁ ଗିରଫ ହୋଇଥିଲା । ନାଇଡୁ ନିଜ ଭ୍ୟାନିଟ ଭ୍ୟାନରେ ବିଶ୍ରାମ କରୁଥିବା ବେଳେ ସିଆଇଡି ପହଞ୍ଚି ଗିରଫ କରିଥିଲା । ତେବେ ଦକ୍ଷତା ବିକାଶ ନିଗମ ଦୁର୍ନୀତି ଯୋଗୁଁ ସରକାର ୩୦୦ କୋଟି ଟଙ୍କାର ରାଜସ୍ବ କ୍ଷତି ସହିଥିବା ଅଭିଯୋଗ ରହିଛି । ଏହି ମାମଲାରେ ଟିଡିପି ମୁଖ୍ୟଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ଦର୍ଶାଯାଇଛି ।

ଏହାମଧ୍ୟ ପଢନ୍ତୁ: Skill Development Case: ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ଅନ୍ୟପଟେ ଜନସେନା ପାର୍ଟି(JSP) ଅଧ୍ୟକ୍ଷ ପୱନ କଲ୍ୟାଣ ନାଇଡୁଙ୍କ ଗିରଫଦାରୀକୁ ନିନ୍ଦା କରି ତାଙ୍କର ସମର୍ଥନ ପାଇଁ ବିଜୟୱାଡା ଯାଉଥିବା ବେଳେ ବାଟରେ ଆନ୍ଧ୍ର ପୋଲିସ ତାଙ୍କୁ ଉଠାଇ ନେଇଥିବା ଖବର ମିଳିଛି । ଶନିବାର ରାତିରେ ପୱନ କଲ୍ୟାଣ ବିଜୟୱାଡା ଅଭିମୁଖେ ଯାଉଥିଲେ । ଆନ୍ଧ୍ର-ତେଲେଙ୍ଗାନା ବର୍ଡରେ ନିକଟରେ ପୋଲିସ ତାଙ୍କର କନଭୟକୁ ଅଟକାଇ ଥିଲା । ଏହାପରେ ଜେଏସପି ମୁଖ୍ୟ ନିଜ ଗାଡିରୁ ବାହାରି ଆସି ପ୍ରତିବାଦ ପ୍ରଦର୍ଶନ ପୂର୍ବକ ରାସ୍ତା ଉପରେ ଶୋଇ ପଡିଥିଲେ । ପରେ ଶତାଧିକ ଜେଏସପି କର୍ମୀ ସେଠାରେ ପହଞ୍ଚି ରାସ୍ତା ଅବରୋଧ କରି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ କର୍ମୀ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ହାଇଡ୍ରାମା ପରେ ଶେଷରେ ପୋଲିସ ପୱନ କଲ୍ୟାଣଙ୍କୁ ହେପାଜତକୁ ନେଇଛି ।

ଏହାମଧ୍ୟ ପଢନ୍ତୁ: G-20 ସମ୍ମିଳନୀକୁ ବିରୋଧ, ଅମୃତସରରେ ମୋଦିଙ୍କ ପୋଷ୍ଟର ଜାଳିଲେ ଚାଷୀ

ABOUT THE AUTHOR

...view details