ଓଡିଶା

odisha

ETV Bharat / bharat

Chopper Crash: ମୃତ ଲାନ୍ସନାୟକ ଜିତେନ୍ଦ୍ର କୁମାରଙ୍କ ପରିବାରକୁ 1 କୋଟିର ଅନୁକମ୍ପା - ମୃତ ଲାନ୍ସନାୟକ ଜିତେନ୍ଦ୍ର କୁମାରଙ୍କ ପରିବାରକୁ 1 କୋଟିର ଅନୁକମ୍ପା

ବାୟୁସେନା ଚପର କ୍ରାସରେ ମୃତ ଲାନ୍ସନାୟକ ଜିତେନ୍ଦ୍ର କୁମାରଙ୍କ ପରିବାରକୁ 1 କୋଟିର ଅନୁକମ୍ପା ରାଶି ଘୋଷଣା କଲେ ମଧ୍ୟପ୍ରଦେଶ ସରକାର । ଅଧିକ ପଢନ୍ତୁ

Chopper crash: ମୃତ ଲାନ୍ସନାୟକ ଜିତେନ୍ଦ୍ର କୁମାରଙ୍କ ପରିବାରକୁ 1 କୋଟିର ଅନୁକମ୍ପା
Chopper crash: ମୃତ ଲାନ୍ସନାୟକ ଜିତେନ୍ଦ୍ର କୁମାରଙ୍କ ପରିବାରକୁ 1 କୋଟିର ଅନୁକମ୍ପା

By

Published : Dec 12, 2021, 5:49 PM IST

ଭୋପାଲ:ସିଡିଏସ ଜେନେରାଲ ରାଓ୍ବତଙ୍କୁ ନେଇ ଯାଉଥିବା ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲାନ୍ସନାୟକ ଜିତେନ୍ଦ୍ର କୁମାରଙ୍କ ପରିବାରକୁ 1 କୋଟି ଟଙ୍କାର ଅନୁକମ୍ପା ଘୋଷଣା କଲେ ମଧ୍ୟ ପ୍ରଦେଶ ସରକାର । ଏହି ଅନୁକମ୍ପା ରାଶି ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି । ସେହିପରି ମୃତ ଲାନ୍ସନାୟକଙ୍କ ଝିଅଙ୍କୁ ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଚାକିରୀ ପ୍ରଦାନ କରାଯିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଚୌହାନ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚୌହାନ ଲାନ୍ସନାୟକଙ୍କୁ ବୀର ଯୋଦ୍ଧା ଭାବେ ବର୍ଣ୍ଣନା କରିବା ସହ ତାଙ୍କ ପାଇଁ ମଧ୍ୟପ୍ରଦେଶ ଆଜି ଗର୍ବିତ ବୋଲି କହିଛନ୍ତି । ତାଙ୍କ ଅବର୍ତ୍ତମାନରେ ତାଙ୍କ ପରିବାର ମୋ ପରିବାର ବୋଲି ମଧ୍ୟ କହିବା ସହ ଲାନ୍ସ ନାୟକ ଜିତେନ୍ଦ୍ରଙ୍କ ନାମରେ ତାଙ୍କ ଗ୍ରାମର ସ୍କୁଲକୁ ନାମକରଣ କରିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଥିବା ଦେଖିବାକୁ ମିଳିଛି ।

ଜିତେନ୍ଦ୍ର ସିଂ ଭାରତୀୟ ସେନାରେ ଜଣେ ଲାନ୍ସନାୟକ ଭାବେ କାର୍ଯ୍ୟରତ ଥିବାବେଳେ ସିଡିଏସ ବିପିନ ରାଓ୍ବତଙ୍କ ସହ ଉକ୍ତ ହେଲିକପ୍ଟରରେ ଯାତ୍ରା କରୁଥିଲେ । ଏହି ଦୁଃଖଦ ଦୁର୍ଘଟଣାରେ ସିଡିଏସ ଜେନେରାଲ ରାଓ୍ବତ, ପତ୍ନୀ ମଧୁଲିକାଙ୍କ ସମେତ 13 ଜଣ ସାମରିକ ଅଧିକାରୀ ପ୍ରାଣ ହରାଇଥିଲେ । ତେବେ ଗତକାଲି ଆନ୍ଧ୍ରପ୍ରଦେଶ ନିବାସୀ ତଥା ପ୍ରାଣ ହରାଇଥିବା ସେନା ଯବାନ ସାଇ ତେଜାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଆଜି ମଧ୍ୟପ୍ରଦେଶ ମଧ୍ୟ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details