ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲା ଲେଫ୍ଟନାଣ୍ଟ କଲୋନେଲ ହରଜିନ୍ଦର ସିଂଙ୍କ ପାର୍ଥିବ ଶରୀର । ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହରଜିନ୍ଦର ସିଂଙ୍କ ଝିଅ ପ୍ରୀତ ମୁଖାଗ୍ନି ଦେଇଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ବରିଷ୍ଠ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ 3 ସେନାମୁଖ୍ୟ ମଧ୍ୟ ଉପସ୍ଥିତ ରହି ବୀର ଯବାନଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । ଶେଷକୃତ୍ୟ ସମ୍ପନ୍ନ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହରଜିନ୍ଦରଙ୍କ ଝିଅ ଓ ପରିବାର ସଦସ୍ୟଙ୍କୁ ମଧ୍ୟ ସାନ୍ତ୍ବନା ଦେଉଥିବା ଦେଖିବାକୁ ମଳିଛି ।
ପଞ୍ଚଭୂତରେ ଲୀନ ହେଲା ଲେଫ୍ଟନାଣ୍ଟ କଲୋନେଲ ହରଜିନ୍ଦର ସିଂଙ୍କ ପାର୍ଥିବ ଶରୀର - ଲେଫ୍ଟନାଣ୍ଟ କଲୋନେଲ ହରଜିନ୍ଦର ସିଂ
ପଞ୍ଚଭୂତରେ ଲୀନ ହେଲା ଲେଫ୍ଟନାଣ୍ଟ କଲୋନେଲ ହରଜିନ୍ଦର ସିଂଙ୍କ ପାର୍ଥିବ ଶରୀର । ଝିଅ ପ୍ରୀତ ଦେଲେ ମୁଖାଗ୍ନି । ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ 3ସେନା ମୁଖ୍ୟ ଜଣାଇଲେ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ
ପଞ୍ଚଭୂତରେ ଲୀନ ହେଲା ଲେଫ୍ଟନାଣ୍ଟ କଲୋନେଲ ହରଜିନ୍ଦର ସିଂଙ୍କ ପାର୍ଥିବ ଶରୀର
ଅନ୍ୟମାନଙ୍କ ମଧ୍ୟରେ ସ୍ଥଳସେନା ମୁଖ୍ୟ ଜେନେରାଲ ନରଓ୍ବାଣେ, ବାୟୁସେନା ମୁଖ୍ୟ ଏୟାର ମାର୍ସଲ ବି. ଆର ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର.ହରି କୁମାର ମଧ୍ୟ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇଥିଲେ । ଲେଫ୍ଟନାଣ୍ଟ କଲୋନେଲ ହରଜିନ୍ଦର ସିଂ ସେନାରେ କାର୍ଯ୍ୟରତ ଥିବାବେଳେ ଉକ୍ତ ଦିନ ସିଡିଏସଙ୍କ ହେଲିକପ୍ଟରରେ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ସିଡିଏସଙ୍କ ରାଓ୍ବତ ଦମ୍ପତିଙ୍କ ସହ ମୋଟ 13 ଜଣ ସେନାଧିକାରୀ ଓ କର୍ମଚାରୀ ପ୍ରାଣ ହରାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ