ବେଙ୍ଗାଲୁରୁ:ସିରିଞ୍ଜ ଟ୍ୟୁବ ଏବଂ ପରଫ୍ୟୁମ ବୋତଲରେ ବିକ୍ରି ହେଉଛି ଭଳିକି ଭଳି ରଙ୍ଗର ଚକୋଲେଟ । କର୍ଣ୍ଣାଟକ ଚାମରାଜନଗର କୋଲେଗଲା ଅଞ୍ଚଳର ଦୋକାନମାନଙ୍କରେ ବିକ୍ରି ହେଉଛି ଏହି ନିଆରା ଚକୋଲେଟ । ଯାହାକୁ କିଣି ଖାଇବାକୁ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଖୁବ୍ ଉତ୍ସୁକତା ଦେଖିବାକୁ ମିଳୁଛି ।
ସିରିଞ୍ଜ ଟ୍ୟୁବରେ ମିଳୁଥିବା ଏହି ଚକୋଲେଟକୁ 'ଇଞ୍ଜେକ୍ସନ ଚକୋଲେଟ' କୁହାଯାଉଛି । ସିରିଞ୍ଜରେ ଚକୋଲେଟ ଆଇସକ୍ରିମ ଭଳି ଭର୍ତ୍ତି କରାଯାଇଛି । କେବଳ ଏହାର ଅଗ୍ରଭାଗରେ ଛୁଞ୍ଚିଥିବା ଅଂଶକୁ ବାଦ୍ ଦିଆଯାଇଛି । ଏହି ଇଞ୍ଜେକ୍ସନ ଚକୋଲେଟର ଦାମ ଗୋଟିଏ ପିଛା 5 ଟଙ୍କା ରହିଛି । ପ୍ରତ୍ୟେକ ମେଡିକାଲ ଦୋକାନରେ ଏହି ସିରିଞ୍ଜ ଟ୍ୟୁବର ଦାମ 5 ଟଙ୍କା ରହିଥିବାବେଳେ ବ୍ୟବସାୟୀମାନେ ପ୍ରତି ସିରିଞ୍ଜ ପିଛା 2.5 ଟଙ୍କାରେ କିଣୁଛନ୍ତି । ଏଣୁ ଏହି ସିରିଞ୍ଜଗୁଡିକୁ ପୂର୍ବରୁ ବ୍ୟବହାର କରାଯାଇଛି କି ନାହିଁ ସେନେଇ ମଧ୍ୟ ଆଶଙ୍କା ସୃଷ୍ଟି ହେଉଛି ।