ଓଡିଶା

odisha

ETV Bharat / bharat

ଚିରାଗଙ୍କୁ LJP ଅଧ୍ୟକ୍ଷ ପଦରୁ ହଟାଇଲେ ବିଦ୍ରୋହୀ ଗୋଷ୍ଠୀ, ଜୁନିୟର ପାସୱାନ ନେଲେ ପ୍ରତିଶୋଧ - ଚିରାଗ ପାସୱାନ

ଚିରାଗ ପାସୱାନଙ୍କୁ ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ପଦରୁ ହଟାଇ ଦେଇଛନ୍ତି ଦଳର ବିଦ୍ରୋହୀ ଗୋଷ୍ଠୀ । କଳହ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଚିରାଗ । ଅଧିକ ପଢନ୍ତୁ...

ଚିରାଗଙ୍କୁ LJP ଅଧ୍ୟକ୍ଷ ପଦରୁ ହଟାଇଲେ ବିଦ୍ରୋହୀ ଗୋଷ୍ଠୀ, ଜୁନିୟର ପାସୱାନ ନେଲେ ପ୍ରତିଶୋଧ
ଚିରାଗଙ୍କୁ LJP ଅଧ୍ୟକ୍ଷ ପଦରୁ ହଟାଇଲେ ବିଦ୍ରୋହୀ ଗୋଷ୍ଠୀ, ଜୁନିୟର ପାସୱାନ ନେଲେ ପ୍ରତିଶୋଧ

By

Published : Jun 15, 2021, 6:45 PM IST

ପାଟନା: ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ହଟଚମଟ ଏବେ ରୋଚକ ମୋଡରେ ଆସି ପହଞ୍ଚିଛି । ଚିରାଗ ପାସୱାନଙ୍କୁ ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ପଦରୁ ହଟାଇ ଦେଇଛନ୍ତି ଦଳର ବିଦ୍ରୋହୀ ଗୋଷ୍ଠୀ ।

ଚିରାଗଙ୍କୁ ହଟାଇବା ପରେ ଏଲଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସୁରଜଭାନ ସିଂହଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଚୟନ କରାଯାଇଛି । ଲୋକ ଜନଶକ୍ତି ପାର୍ଟି(ଲୋଜପା)ର 6 ଲୋକସଭା ସାଂସଦଙ୍କ ମଧ୍ୟରୁ 5 ଜଣ ଚିରାଗଙ୍କୁ ଦଳର ନେତା ପଦରୁ ହଟାଇବାକୁ ହାତ ମିଳାଇଥିଲେ ।

ଲୋକ ଜନତା ପାର୍ଟିର ଅଧ୍ୟକ୍ଷ ତଥା ବିହାର ଜମୁଇର ସାଂସଦ ଚିରାଗ ପାସୱାନ ନିଜ ଦଳରେ ଏକୁଟିଆ ପଡ଼ିଯାଇଛନ୍ତି। ଦାଦା ପଶୁପତି କୁମାର ପାରସଙ୍କ ବିଦ୍ରୋହ ପରେ ଦଳର ସମସ୍ତ ସାଂସଦ ଚିରାଗଙ୍କ ହାତ ଛାଡିଦେଇଛନ୍ତି ।

ସେପଟେ ବିଦ୍ରୋହୀ ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଚିରାଗ ପାସୱାନ । ଦାଦାଙ୍କ ସମେତ 5 ସାଂସଦଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଚିରାଗ ।

ଲୋକ ଜନତା ପାର୍ଟିରେ ଚାଲିଥିବା କଳହ ମଧ୍ୟରେ ଚିରାଗ ପାସୱାନ ପ୍ରଥମ ଥର ପାଇଁ ନିରବତା ଭାଙ୍ଗିଛନ୍ତି। ସେ ଏକ ଟ୍ବିଟରରେ ପଶୁପତି ପାରସଙ୍କୁ ଲେଖାଯାଇଥିବା କିଛି ପୁରୁଣା ଚିଠିକୁ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି ଯେ ମୁଁ ମୋ ବାପା ଏବଂ ମୋ ପରିବାର ଦ୍ବାରା ଗଠିତ ଏହି ଦଳକୁ ଏକଜୁଟ ରଖିବାକୁ ଚେଷ୍ଟା କରି କିନ୍ତୁ ବିଫଳ ହେଲି ।

ଦଳ ମା' ପରି ଏବଂ ମା' ସହିତ ପ୍ରତାରଣା କରିବା ଉଚିତ ନୁହେଁ ବୋଲି କହିଛନ୍ତି ଚିରାଗ । ଏକ ଗଣତନ୍ତ୍ରରେ ଲୋକମାନେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଦଳ ଉପରେ ବିଶ୍ବାସ ଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚିରାଗ ।

ABOUT THE AUTHOR

...view details