ଓଡିଶା

odisha

ETV Bharat / bharat

ବାସଭବନ ଛାଡିବାକୁ ନାରାଜ ଚିରାଗ ପାଶୱାନ, ସ୍ଥାପନ କଲେ ପିତାଙ୍କ ପ୍ରତିମୂର୍ତ୍ତି - ରାମ ବିଳାଶ ପାଶୱାନ

ଦିଂବଗତ ନେତା ରାମବିଳାଶ ପାଶୱାନଙ୍କ ୧୨ ଜନପଥ ସ୍ଥିତ ବାସଭବନକୁ ଛାଡିବାକୁ ଅନିଛା ପ୍ରକାଶ କରିଛନ୍ତି ଚିରାଗ ପାଶ୍ବୱାନ। ଏହା ସହ ବଙ୍ଗଳାରେ ଏଲଜେପିର ପ୍ରତିଷ୍ଠାତା ରାମବିଳାଶ ପାଶୱାନଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ...

Chirag Paswan may ask to declare 12 Janpad Bungalow as Ram Vilas Paswan memorial
ବାସଭବନ ଛାଡିବାକୁ ନାରାଜ ଚିରାଗ ପାଶୱାନ, ସ୍ଥାପନ କଲେ ପିତାଙ୍କ ପ୍ରତିମୂର୍ତ୍ତି

By

Published : Sep 7, 2021, 7:49 PM IST

ନୂଆଦିଲ୍ଲୀ: ଲୋକଜନ ଶକ୍ତି ପାର୍ଟିର ଦିଂବଗତ ନେତା ରାମବିଳାଶ ପାଶୱାନଙ୍କ ୧୨ ଜନପଥ ସ୍ଥିତ ବାସଭବନକୁ ଛାଡିବାକୁ ଅନିଛା ପ୍ରକାଶ କରିଛନ୍ତି ଏଲଜେପି ସାଂସଦ ତଥା ପୁଅ ଚିରାଗ ପାଶ୍ବୱାନ। ଏହା ସହ ବଙ୍ଗଳାରେ ଏଲଜେପିର ପ୍ରତିଷ୍ଠାତା ରାମବିଳାଶ ପାଶୱାନଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ଏହାକୁ ରାମବିଳାଶ ପାଶୱାନଙ୍କ ସ୍ମୃତ ସଦନ କରିବା ପାଇଁ କହିଛନ୍ତି । ଏହି ଘଟଣା ପରେ ଦିଲ୍ଲୀରୁ ବିହାର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବତନ ସାଂସଦ ରାମବିଳାଶ ପାଶୱାନଙ୍କ ନାମର ଆବଣ୍ଟିତ ଏହି ବଙ୍ଗଳାକୁ ବର୍ତ୍ତମାନ ରେଳ ତଥା ଆଇଟି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଆବଣ୍ଟନ କରାଯାଇଛି।

ଭାରତୀୟ ରାଜନୀତିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦିଂବଗତ ଏଲଜେପି ନେତା ରାମବିଳାଶ ପାଶୱାନ । ସମସ୍ତ ସରକାରରେ ସେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି । ୯୦ ଦଶକରୁ ୧୨ ଜନପଥ ସ୍ଥିତ ବାସଭବନରେ ଦୀର୍ଗ ୩୦ ବର୍ଷ ଧରି ଆବସ୍ଥାନ କରୁଥିଲେ ସ୍ବର୍ଗୀୟ ରାମବିଳାଶ ପାଶୱାନ। ନିକଟରେ ଗତ ଅକ୍ଟୋବର ୮ ତାରିଖରେ ରାମବିଳାଶ ପାଶୱାନଙ୍କ ପରଲୋକ ହୋଇଯାଇଛି । ବର୍ତ୍ତମାନ ଏହି ବାସଭବନକୁ ନେଇ ଏଲଜେପି ସାଂସଦ ଚିରାଗ ପାଶୱାନ ଛାଡିବାକୁ ଅନିଛା ପ୍ରକାଶ କରିଛନ୍ତି। ଏହି ବାସଭବନରେ ପିତାଙ୍କ ପରଲୋକପରେ ସାଂସଦ ଚିରାଗ ପାଶୱାନ ଓ ତାଙ୍କ ମାତା ରହୁଛନ୍ତି । ଚିରାଗ ପାଶୱାନଙ୍କୁ ବଙ୍ଗଳା ଖାଲି କରିବା ପାଇଁ ଚିଠି କରାଯାଇଛି କିନ୍ତୁ ସେ ବଙ୍ଗଳା ଖାଲି ନ କରି ପିତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି ଏବଂ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି । ସୂଚନାଥାଉକି ନିକଟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ପରେ ନୂତନ ଗୃହ ଆବଣ୍ଟନ କରାଯାଇଛି । ଏହି ଆଧାରରେ ଏହି ଗୃହକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଆବଣ୍ଟନ କରାଯାଇଛି ।

ପୂର୍ବରୁ ଏହି ବଙ୍ଗଳା କେନ୍ଦ୍ରମନ୍ତ୍ରୀ ପଶୁପତି ପାରସଙ୍କୁ ଆବଣ୍ଟନ କରାଯାଇଥିଲା । କିନ୍ତୁ ଏହି ବଙ୍ଗଳାରେ ପଶୁପତି ପାରସ ରହିବା ପାଇଁ ମନା କରିଥିଲେ। ଏହି ବଙ୍ଗଳାରେ ରହିଲେ ଭାଇ ରାମବିଳାଶ ପାଶୱାନ ବହୁତ ମନେପଡିବେ ବୋଲି କହିଥିଲେ। ଏହା ପରେ କେନ୍ଦ୍ରରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଆବଣ୍ଟନ କରାଯାଇଛି ।

ସୂଚନାଥାଉକି ଏଲଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ପରଲୋକ ପରେ ଦଳର ବିଦ୍ରୋହ ଦେଖାଦେଇଛି । ଏହି ବିଦ୍ରୋହର ଟାର୍ଗେଟରେ ରହିଛନ୍ତି ଏଲଜେପି ସାଂସଦ ଚିରାଗ ପାଶୱାନ । ଏଲଜେପିର ୫ ଜଣ ସାଂସଦ ପଶୁପତି ପାରସଙ୍କୁ ସମର୍ଥନ କରିଥିଲେ ଏବଂ ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ । ଏହା ପରେ ଏଲଜେପିରେ ଚିରାଗ ପାଶୱାନଙ୍କୁ ଏକତ୍ର କରିଦିଆଯାଇଛି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details