ଓଡିଶା

odisha

ETV Bharat / bharat

Bihar Political Crisis: ନୀତିଶଙ୍କୁ ଚ୍ୟାଲେଞ୍ଜ ଦେଲେ ଚିରାଗ, ରାଷ୍ଟ୍ରପତି ଶାସନ ପାଇଁ କଲେ ଦାବି - ନୀତିଶଙ୍କ କୁମାର ଇସ୍ତଫା

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋର ଧରିଛି । ନୀତିଶଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରାଗ ପାଶଓ୍ବାନ । ପୁଣି ଥରେ ନିର୍ବାଚନ କରିବା ପାଇଁ କଲେ ଦାବି । ଅଧିକ ପଢନ୍ତୁ

Bihar political crisis: ନୀତିଶଙ୍କୁ ଚ୍ୟାଲେଞ୍ଜ କଲେ ଚିରାଗ ପାଶଓ୍ବାନ, ପୁଣି ଥରେ ନିର୍ବାଚନ କରିବା ପାଇଁ କଲେ ଦାବି
Bihar political crisis: ନୀତିଶଙ୍କୁ ଚ୍ୟାଲେଞ୍ଜ କଲେ ଚିରାଗ ପାଶଓ୍ବାନ, ପୁଣି ଥରେ ନିର୍ବାଚନ କରିବା ପାଇଁ କଲେ ଦାବି

By

Published : Aug 9, 2022, 6:01 PM IST

ପାଟନା:ବିହାରରେ ମୁଖ୍ୟମନ୍ତ୍ରୀ ତଥା ଯେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ଇସ୍ତଫା ପରେ ନୀତିଶଙ୍କୁ ସିଧା ଟାର୍ଗେଟ କରିଛନ୍ତି ଜନ ଲୋକଶକ୍ତି ପାର୍ଟି (LJP) ନେତା ଚିରାଗ ପାଶଓ୍ବାନ । ସେ ସିଧାସଖଳ ନୀତିଶଙ୍କୁ ଟାର୍ଗେଟ କରିବା ସହ ରାଜ୍ୟରେ ପୁଣି ଥରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ସହିତ ନିର୍ବାଚନ ପାଇଁ ମଧ୍ୟ ଦାବି କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ନୀତିଶଙ୍କ ଆସନ ସଂଖ୍ୟା କମ କରିବାରେ ତାଙ୍କ ପାର୍ଟିର ବଡ ଭୂମିକା ରହିଥିବା ମଧ୍ୟ କହିଛନ୍ତି ଚିରାଗ ।

ଚିରାଗ କହିଛନ୍ତି, ‘‘ଗତ ବିଧାନସଭା ନିର୍ବାଚନରେ ନୀତିଶଙ୍କ ଦଳ ଜେଡିୟୁ ମାତ୍ର 43 ଆସନରେ ଜିତିବାରେ ସକ୍ଷମ ହୋଇଥିଲା । ଏବେ ନିର୍ବାଚନ ହେଲେ ନୀତିଶ ଶୂନ୍ୟ ସିଟ ଜିତିବେ । ନୀତିଶଙ୍କ ମୁଖ୍ୟମନ୍ତ୍ରୀଙ୍କ ସମୟରେ ବିହାରରେ କୌଣସି ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇନାହିଁ । ବିଧାନସଭା ନିର୍ବାଚନ ପରେ ସେ କୌଣସି ସମୟରେ ବିଜେପି ହାତ ଛାଡି ପୁଣି ଫେରିପାରନ୍ତି ବୋଲି ମୁଁ କହିଥିଲି, ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି ।’’

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ତଥା RLJP ମୁଖ୍ୟ ପଶୁପତି ପାରସ ମଧ୍ୟ ବିହାରରେ ଜାରି ରହିଥିବା ସ୍ଥିତ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ନୀତିଶ କୁମାର ଗ୍ରହଣ କରିଥିବା ନିଷ୍ପତ୍ତି ବେଶି ଦିନ ତିଷ୍ଠିବ ନାହିଁ । RJD & JDU ମେଣ୍ଟ ସରକାର ଗଠନ କଲେ ମଧ୍ୟ ଏହି ସରକାରର ସ୍ଥାୟୀତ୍ବ ବେଶି ଦିନ ନୁହେଁ । ଏହା ବିହାର ପାଇଁ ଏକ ଭଲ ସଙ୍କେତ ନୁହେଁ । ସେହିପରି ତାଙ୍କ ଦଳ RLJP ପୂର୍ବପରି ଏନଡିଏର ଏକ ସହଯୋଗୀ ଦଳ ଭାବେ ରହିବ ବୋଲି ମତ ରଖିଛନ୍ତି ପଶୁପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details