ଓଡିଶା

odisha

ନକଲି ପରିଚୟ ଦେଇ ରାଜଧାନୀରେ ରହୁଥିଲେ ଚୀନ ମହିଳା, ବାନ୍ଧିଲା ପୋଲିସ

ଜଣେ ଚୀନ ମହିଳାଙ୍କୁ ଗିରଫ କରିଛି ପୋଲିସ । ନକଲି ପରିଚୟ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜଣେ ଚୀନ ମହିଳାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

By

Published : Oct 21, 2022, 10:19 AM IST

Published : Oct 21, 2022, 10:19 AM IST

ନକଲି ପରିଚୟ ଦେଇ ରହୁଥିଲେ ଚୀନ ମହିଳା, ବାନ୍ଧିଲା ପୋଲିସ
ନକଲି ପରିଚୟ ଦେଇ ରହୁଥିଲେ ଚୀନ ମହିଳା, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ:ରାଜଧାନୀରୁ ଜଣେ ଚୀନ ମହିଳାଙ୍କୁ ଗିରଫ କରିଛି ପୋଲିସ । ନକଲି ପରିଚୟ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜଣେ ଚୀନ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣଙ୍କ ହେଉଛନ୍ତି କାଇ ରୁଓ । ତାଙ୍କ ଘର ଚୀନର ହାଇନାନ ପ୍ରୋଭିନ୍ସରରେ ହୋଇଥିବା ଜଣାପଡିଛି । ମଞ୍ଜୁକା ଟିଲାରୁ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି ।

ମହିଳା ଜଣକ ଏଠାରେ ଜଣେ ବୌଦ୍ଧ ସନ୍ନ୍ୟାସିନୀ ଭାବେ ରହି ଆସୁଥିଲେ । ପୋଲିସ ତାଙ୍କ ପରିଚୟ ପତ୍ର ଯାଞ୍ଚ କରିବା ପରେ ସେ ତାଙ୍କ ନାମ ଡୋଲମା ଲାମା ନାମ ରଖି ନକଲି ପରିଚୟ ଦେଇ ରହୁଥିଲେ । ନିଜକୁ ନେପାଳି ବୋଲି ପରିଚୟ ଦେଇ ଦିଲ୍ଲୀରେ ରହି ଆସୁଥିଲେ ମହିଳା ଜଣକ । ଦିଲ୍ଲୀ ବିଶ୍ବବିଦ୍ୟାଳୟ ନର୍ଥ କ୍ୟାମ୍ପସ ନିକଟରେ ତିବତ୍ତୀୟ ଶରଣାର୍ଥୀ କଲୋନୀ ନିକଟରେ ରହୁଥିଲେ । ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, 2019ରୁ ମହିଳା ଜଣକ ଏହିଠାରେ ରହି ଆସୁଛନ୍ତି । ଏହି ଅଞ୍ଚଳ ବୁଦ୍ଧ ଶରଣାର୍ଥୀଙ୍କ ପାଇଁ ବହୁତ ଲୋକପ୍ରିୟ । ଏଠାରେ ବହୁତ ସଂଖ୍ୟାରେ ବୁଦ୍ଧ ଶରଣାର୍ଥୀ ରୁହନ୍ତି । ଯାହାର ସୁଯୋଗ ନେଇ ଚୀନ ମହିଳା ଜଣକ ତାଙ୍କ ପରିଚୟ ବଦଳାଇ ଏଠାରେ ରହି ଆସୁଥିଲେ । ବୌଦ୍ଧ ଭିକ୍ଷୁଙ୍କ ଭଳି ବସବାସ କରିବା ସହ ଗାଢ ଲାଲ ରଙ୍ଗର ବସ୍ତ୍ର ପରିଧାନ କରୁଥିଲେ । ମୁଣ୍ଡ ଚୁଟି ଛୋଟ ଛୋଟ କରି ପରିଚୟ ଲୁଚାଇ ରଖିଥିବା କହିଛନ୍ତି ପୋଲିସ ଅଧିକାରୀ ।

ଏହା ବି ପଢନ୍ତୁ...PM Modi Visits Kedarnath: କେଦାରନାଥ ଧାମରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ପୋଲିସ ଅଧିକାରୀ ଆହୁରି କହିଛନ୍ତି, ଫରେନ୍‌ ରିଜିଓନାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସ୍ (ଏଫ୍‌ଆର୍‌ଆର୍‌ଓ) ସହିତ ଯୋଗାଯୋଗ କରିବା ପରେ ଗିରଫ ମହିଳାଜଣକ ଚୀନ ନାଗରିକ ବୋଲି ଜଣାପଡ଼ିଥିଲା । ୨୦୧୯ରେ ସେ ଜଣେ ଭାରତକୁ ଆସିଥିଲେ । ମହିଳାଙ୍କୁ ପଚରାଉଚରା କରାଯିବା ପରେ ସେ କହିଛନ୍ତି କି, ତାଙ୍କୁ ଚୀନର କମ୍ୟୁନିଷ୍ଟ ପାର୍ଟିର କିଛି ନେତା ମାରିବାକୁ ଚାହୁଁଥିଲେ । ଏଥିପାଇଁ ସେ ତାଙ୍କ ଜୀବନ ବଞ୍ଚାଇ ଭାରତ ଆସିଥିଲେ ଏବଂ ଦୁଇବର୍ଷ ହେବ ଭାରତରେ ରହି ଆସୁଛନ୍ତି । ମହିଳାଙ୍କୁ ଇଂରାଜୀ, ମଦାରିନ ସହ ନେପାଳୀ ଭାଷା ଜଣାଅଛି ।

ଘଟଣା ଜଣାପଡିବା ପରେ ମହିଳାଙ୍କୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ ଆଣ୍ଡ୍‌ ଫରେନ୍‌ ଆକ୍ଟ ଧାରା ୧୨୦ ବି, ୪୧୯, ୪୨୦, ୪୬୭ ଏବଂ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି । ମହିଳା ଜଣଙ୍କ ଏତେ ଦିନ ଭିତରେ ଭାରତର କିଛି ଗୁପ୍ତ ସୂଚନା ଚୀନକୁ ଦେଇଛନ୍ତି କି ନାହିଁ ତାର ତଦନ୍ତ ଚଳାଇଛି ପୋଲିସ ।

ABOUT THE AUTHOR

...view details