ହାଇଦ୍ରାବାଦ:ଗତ କିଛି ଦିନ ତଳେ ଭାରତ ମହାସାଗର କ୍ଷେତ୍ରରେ ପ୍ରବେଶ କରିଥିବା ଚୀନ ନୌସେନାର ରିସର୍ଚ୍ଚ ଭେସେଲ୍ସ (ଗୁଇନ୍ଦା ଜାହାଜ) ୟାଙ୍ଗ ଓ୍ବଙ୍ଗ-5 (Yang Wang-5) ଆଜି ଭାରତ ମହାସାଗର ଛାଡିଛି । କିଛି ଦିନ ପୂର୍ବରୁ ଚୀନର ଏହି ଗୁଇନ୍ଦା ଭେସେଲ୍ସ ଜାହାଜଟି ଭାରତ ମହାସାଗର ଅଞ୍ଚଳରେ ପ୍ରବେଶ କରିଥିଲା । ଯାହା ଏକ ଗୁପ୍ତଚରୀ ଜାହାଜ ବୋଲି ସୂଚନା ମିଳିବା ପରେ ଭାରତର ସୁରକ୍ଷା ଚିନ୍ତା ବଢିଥିଲା । ଉକ୍ତ ଚୀନ୍ ଜାହାଜର ଗତିବିଧି ପ୍ରତି ତୀକ୍ଷ୍ଣ ନଜର ରଖିଥିଲା ଭାରତୀୟ ନୌସେନା ।
LACରେ ଭାରତ-ଚୀନ ସଂଘର୍ଷ ମଧ୍ୟରେ ବଡ ଖବର ଦେଲା ନୌସେନା
ଭାରତ ମହାସାଗର କ୍ଷେତ୍ର ଛାଡିଲା ଚୀନ ନୌସେନାର ଗୁଇନ୍ଦା ଜାହାଜ (Chinese scientific research vessel) କିଛି ଦିନ ପୂର୍ବରୁ କରିଥିଲା ପ୍ରବେଶ । ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲା ଭାରତୀୟ ନୌସେନା । ଅଧିକ ପଢନ୍ତୁ
ଭାରତ ମହାସାଗର କ୍ଷେତ୍ର ଛାଡିଲା ଚୀନ ଯୁଦ୍ଧ ଜାହାଜ
ଏହି ଜାହାଜର ଗତିବିଧି ନୀରିକ୍ଷଣ ପାଇଁ ଲଙ୍ଗରେଞ୍ଜ ସର୍ଭିଲାନ୍ସ ଡ୍ରୋନ, ମାରିଟାଇନ ପାଟ୍ରୋଲିଂ ଏୟାରକ୍ରାଫ୍ଟ ମଧ୍ୟ ନିୟୋଜିତ କରିଥିଲା ଭାରତୀୟ ନୌସେନା । ଜାହାଜର ପ୍ରତ୍ୟେକ ଗିତିବିଧିକୁ ନଜର ରଖାଯାଇଥିବା ବେଳେ ଆଜି ଏହି ଜାହାଜ ଭାରତ ମହାସାଗର କ୍ଷେତ୍ର ଛାଡିଛି । ଏନେଇ ନୌସେନା ପକ୍ଷରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ