ନୂଆଦିଲ୍ଲୀ:ଜଣେ ନାବାଳକଙ୍କୁ ଅପହରଣ କରିଛି ଚୀନ । ଚୀନ ପିପଲ୍ସ ଲିବରେସନ ଆର୍ମି ଅନୁପ୍ରବେଶ କରି ଜଣେ ନାବାଳକଙ୍କୁ ଅପହରଣ କରିଛି ଚୀନ । ଅରୁଣାଚଳ ପ୍ରଦେଶ ଅପର ସିଆଙ୍ଗ ଜିଲ୍ଲାରୁ ଜଣେ ୧୭ ବର୍ଷୀୟ ମିରାମ ତାରୋନଙ୍କୁ ପିଏଲଏ ସୈନ୍ୟମାନେ ଉଠାଇ ନେଇଥିବା ଅଭିଯୋଗ ହୋଇଛି (Chinese PLA abducts 17-year-old Indian national) । ତ୍ବରିତ ପଦକ୍ଷେପ ପାଇଁ କହିଲେ ସ୍ଥାନୀୟ ଏମପି ।
ମିରାମ ତାରୋନଙ୍କୁ ଅପହରଣ କରି ନେଇଥିବାବେଳେ ତାଙ୍କର ଜଣେ ବନ୍ଧୁ ଜନି ୟାୟିଙ୍ଗ ଖସି ପଳାଇ ଆସିବାରେ ସଫଳ ହୋଇଛନ୍ତି । ପିଏଲଏର ଏଭଳି କାର୍ଯ୍ୟ ସମ୍ପର୍କରେ ଜନି ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ମିରାମ ଓ ଜନି ଜିଡୋ ଗ୍ରାମର ବାସିନ୍ଦା । ସେମାନେ ଶିକାର କରନ୍ତି । ସାଙ୍ଗପୋ ନଦୀ ଅରୁଣାଚଳକୁ ପ୍ରବେଶ କରିଥିବା ସ୍ଥାନ ନିକଟରେ ଏହି ଘଟଣା ଘଟିଥିବା କହିଛନ୍ତି ସେଠାକାର ଏମପି ତାପିର ଗାଓ ।