ହାଇଦ୍ରାବାଦ:ଚାଇନା କମ୍ପାନୀଗୁଡିକ ଆପ୍ ମାଧ୍ୟମରେ ଲୋକଙ୍କୁ ଜାଲରେ ପକାଉଥିବା ଦେଖିବାକୁ ମିଳିଛି । ହ୍ବାଟସ୍ଆପରେ ୟୁଜର୍ସଙ୍କୁ ବାର୍ତ୍ତା ପଠାଇ ଲୁଟୁଛନ୍ତି ମୋଟା ଅଙ୍କର ଟଙ୍କା । ସମ୍ମତି ବିନା ସେମାନଙ୍କ ଆକାଉଣ୍ଟରେ ରାଶି ପଠାଇ ମଧ୍ୟ ଏହାକୁ ସୁଧ ସହିତ ଫେରସ୍ତ କରିବାକୁ ଚାପ ପ୍ରୟୋଗ କରାଯାଉଛି । ଏଥିରେ ଜଡ଼ିତ ଥିବା ପ୍ରାୟ ତିନିମାସ ପୂର୍ବେ ପଡୋଶୀ ଦେଶକୁ ଯାଇଥିବା ଚାଇନାର ଦୁଇଜଣ ନାଗରିକଙ୍କୁ ପୋଲିସ ଖୋଜୁଛି । ଏହି ଠକ ମାନେ 4.5 ଲକ୍ଷ ଲୋକଙ୍କ ସବିଶେଷ ତଥ୍ୟ ସଂଗ୍ରହ କରି ସେମାନଙ୍କ ନିକଟକୁ SMS ପଠାଇଥିବା ଜଣାପଡ଼ିଛି ।
ଲୋକଙ୍କୁ ହ୍ବାଟସଆପ୍ ମେସେଜ୍ ପଠାଯାଉଥିବା ପୋଲିସ ପ୍ରକାଶ କରିଛି । 1 ଲକ୍ଷରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ରାଶି ଉତ୍ତର ଦେଉଥିବା ଲୋକଙ୍କୁ ହସ୍ତାନ୍ତର କରାଯାଉଛି । ବିନା ଅନୁମତିରେ 50 ହଜାରରୁ 1.50 ଲକ୍ଷ ଜମା କରାଯାଉଛି । ପୋଲିସ ଅଧିକାରୀମାନେ ଆକଳନ କରିଛନ୍ତି ଯେ, ସେମାନେ ଉଦ୍ଦେଶ୍ୟମୂଳକ ଭାବରେ ଏକ କର୍ପୋରେଟ୍ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଛନ୍ତି ଏବଂ ଦୁଇ ମାସ ମଧ୍ୟରେ ଅତି କମରେ 75,000 ଲୋକଙ୍କୁ ଋଣ ଦେବାକୁ ଯୋଜନା କରୁଛନ୍ତି । ବୈଷୟିକ ପ୍ରମାଣ ସାମ୍ନାକୁ ଆସିବା ପରେ ଅଧିକାରୀମାନେ ଅଧିକ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି ।