ଓଡିଶା

odisha

LAC ରେ ପୁଣି ଚୀନର ଷଡଯନ୍ତ୍ର, ଉଡାଇଲା ଲଢୁଆ ବିମାନ

By

Published : Jul 8, 2022, 9:12 PM IST

ଭାରତୀୟ ସୀମାର ଅତି ନିକଟରେ ଉଡିଲା ଚୀନର ଲଢୁଆ ବିମାନ । ଗତ ଜୁନ ମାସ ଶେଷ ସପ୍ତାହରେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(LAC) ନିକଟରେ ଏହି ଲଢୁଆ ବିମାନ ଉଡିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ପୂର୍ବ ଲଦାଖ LAC ନିକଟରେ ଉଡିଲା ଚୀନ ଲଢୁଆ ବିମାନ
ପୂର୍ବ ଲଦାଖ LAC ନିକଟରେ ଉଡିଲା ଚୀନ ଲଢୁଆ ବିମାନ

ନୂଆଦିଲ୍ଲୀ: ଭାରତୀୟ ସୀମାର ଅତି ନିକଟରେ ଚୀନର ଲଢୁଆ ବିମାନ ଉଡିଛି (Chinese fighter jet flew close to friction point on LAC in East Ladakh) । ଗତ ଜୁନ ମାସ ଶେଷ ସପ୍ତାହରେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(LAC) ନିକଟରେ ଏହି ଲଢୁଆ ବିମାନ ଉଡିଥିବା ସୂଚନା ମିଳିଛି । ଏହି ଘଟଣା ପରେ ଭାରତୀୟ ବାୟୁସେନା ତତକ୍ଷଣାତ ଆକ୍ସନକୁ ଆସିଥିଲା । ଏହାସହିତ ଆଗକୁ ଏପରି ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛି ।

ସୂଚନା ଅନୁସାରେ, ଜୁନ ଶେଷ ସପ୍ତାହର ଗୋଟିଏ ଦିନ, ପାଖାପାଖି ଅପରାହ୍ନ ୪ଟା ସମୟରେ ଚୀନ ଲଢୁଆ ବିମାନ ଭାରତୀୟ ସୀମାର ଅତି ନିକଟରେ ଉଡିଥିଲା । ଏହାକୁ କିଛି ଲୋକେ ଦେଖିଥିଲେ । ସୀମାରେ ନିୟୋଜିତ ରାଡାରରେ ମଧ୍ୟ ଏହାକୁ ଠାବ କରାଯାଇଥିଲା । ତେବେ ଏହି ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ ଚୀନ୍ ବାୟୁସେନା ପୂର୍ବ ଲଦାଖ ନିକଟରେ ତାହା ଦ୍ବାରା ନିୟନ୍ତ୍ରିତ ଅଞ୍ଚଳରେ ଏସ-୪୦୦ ଭଳି ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ସହ ଯୁଦ୍ଧ ଅଭ୍ୟାସ କରୁଥିଲା ।

ABOUT THE AUTHOR

...view details