ଓଡିଶା

odisha

By

Published : Apr 28, 2021, 8:33 PM IST

ETV Bharat / bharat

ଚୀନ ନାଗରିକଙ୍କ ସୀମା ଅନୁପ୍ରବେଶ ମାମଲା, ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

ଗତବର୍ଷ ହିମାଚଳ ପ୍ରଦେଶରୁ ବେଆଇନ ଅନୁପ୍ରବେଶ ମାମଲାରେ ଗିରଫ ଚୀନ ନାଗରିକଙ୍କ ମାମଲାର ଶୁଣାଣି । ଅଧିକ ପଢନ୍ତୁ....

ଚୀନ ନାଗରିକଙ୍କ ସୀମା ଅନୁପ୍ରେବଶ ମାମଲା, ଜେଲ ଦଣ୍ଡ ଶୁଣାଇଲେ କୋର୍ଟ
ଚୀନ ନାଗରିକଙ୍କ ସୀମା ଅନୁପ୍ରେବଶ ମାମଲା, ଜେଲ ଦଣ୍ଡ ଶୁଣାଇଲେ କୋର୍ଟ

ସିମଲା:8 ଜୁଲାଇ 2020ରେ ଜଣେ ଚୀନ୍ ନାଗରିକ ଲିୟୁ ଶିୟୋଦାନ୍ କାଙ୍ଗ୍ରାଙ୍କ ଭାରତ ସୀମାରେ ଅନୁପ୍ରେବଶ ମାମଲାର ଶୁଣାଣି କରିଛନ୍ତି କୋର୍ଟ । ଆଜି(ବୁଧବାର) ମାମଲାର ଶୁଣାଣି କରି ହିମାଚଳପ୍ରଦେଶ କୋର୍ଟ ଚୀନ ନାଗରିକଙ୍କୁ 10 ମାସ ଜେଲ ଦଣ୍ଡ ସମେତ 11 ହଜାର ଟଙ୍କା ଜରିମାନା ପକାଇଛନ୍ତି ।

ତେବେ ଭାରତୀୟ ଆଇନ ଉଲ୍ଲଙ୍ଘନ ତଥା ବେଆଇନ ଦାଖଲ ଅଭିଯୋଗରେ ଅତିରିକ୍ତ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି । ଜଜ୍ ଶୀତଲ ଶର୍ମା ଏହି ରାୟ ଶୁଣାଇଛନ୍ତି । ଗତ ବର୍ଷ ଜୁଲାଇ 8 ତାରିଖରେ ଚୀନ ନାଗରିକ ହିମାଚଳର କାଙ୍ଗ୍ରା ଜିଲ୍ଲା ଦେହରାରୁ ଗିରଫ ହୋଇଥିଲେ । ଯେଉଁଠାରେ ତିଦ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଆଶ୍ରମ ଅବସ୍ଥିତ । ତେବେ ଚୀନର ଟାର୍ଗେଟରେ ସର୍ବଦା ଗୁରୁ ଦଲାଇଲାମା ଥିବାରୁ ଚୀନ ନାଗରିକଙ୍କ ଉପରେ ସନ୍ଦେହ କରାଯାଇ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details