ଓଡିଶା

odisha

ETV Bharat / bharat

ପୂର୍ବ ଲଦାଖ ସୀମାରେ ଚୀନ କରୁଛି ଯୁଦ୍ଧାଭ୍ୟାସ, ଭାରତ ରଖିଛି କଡା ନଜର - ପୂର୍ବ ଲଦାଖ ସୀମା

ପୂର୍ବ ଲଦାଖ ସେକ୍ଟରରେ ଚୀନର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ)ର ଯବାନମାନେ କରିବାକୁ ଯାଉଛନ୍ତି ଯୁଦ୍ଧାଭ୍ୟାସ । ଅଧିକ ପଢନ୍ତୁ...

ପୂର୍ବ ଲଦାଖ ସୀମାରେ ଚୀନ କରୁଛି ଯୁଦ୍ଧାଭ୍ୟାସ, ଭାରତ ରଖିଛି କଡା ନଜର
ପୂର୍ବ ଲଦାଖ ସୀମାରେ ଚୀନ କରୁଛି ଯୁଦ୍ଧାଭ୍ୟାସ, ଭାରତ ରଖିଛି କଡା ନଜର

By

Published : May 18, 2021, 9:30 PM IST

ନୂଆଦିଲ୍ଲୀ: ଦୀର୍ଘ 1 ବର୍ଷରୁ ଭାରତ ଓ ଚୀନ ମଧ୍ୟରେ ଏଲଏସିରେ ଚାଲିଆସୁଛି ବିବାଦ । ଗତବର୍ଷ ମେ 5ରେ ଚୀନ ସୈନିକ ଭାରତ ସୀମାରେ ଅନୁପ୍ରବେଶ ପାଇଁ ଚେଷ୍ଟା କରିଥିଲେ । ଏହାପରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ହୋଇଥିଲା ହିଂସା ସଂଘର୍ଷ । ଘଟଣାକୁ ବର୍ଷେ ପୁରିବା ପରେ ପୂର୍ବ ଲଦାଖ ସେକ୍ଟରରେ ଚୀନର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ)ର ଯବାନମାନେ କରିବାକୁ ଯାଉଛନ୍ତି ଯୁଦ୍ଧାଭ୍ୟାସ ।

ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ, ମହାମାରୀ କୋରୋନା ସତ୍ତ୍ବେ ଭାରତୀୟ ସେନା ସଂପୂର୍ଣ୍ଣ ଭାବେ ସଜାଗ ରହିଛି । ଏହାସହ ଚୀନ ସୈନିକମାନଙ୍କର ପ୍ରତ୍ୟେକ ଗତିବିଧି ଉପରେ ରଖାଯାଉଛି ତୀକ୍ଷ୍ଣ ନଜର । ବିଗତ ଅନେକ ବର୍ଷ ଧରି ଚୀନ ସୈନିକମାନେ ପାରମ୍ପରିକ ଭାବରେ ଏଠାକୁ ଆସି ଯୁଦ୍ଧାଭ୍ୟାସ କରନ୍ତି । ଗତ ବର୍ଷ ମଧ୍ୟ ଏହି କ୍ଷେତ୍ରରେ ଯୁଦ୍ଧାଭ୍ୟାସ କରିବାର ବାହାନା କରି ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ଦେଶ୍ୟରେ ଆସିଥିଲେ ଚୀନ ସୈନିକ ।

ଚୀନ ସୈନ୍ୟମାନେ ସେମାନଙ୍କ ସୀମା ମଧ୍ୟରେ ଅଛନ୍ତି ଏବଂ କେତେକ ସ୍ଥାନରେ ଏହି ଦୂରତା 100 କିଲୋମିଟର କିମ୍ବା ତା’ଠାରୁ ଅଧିକ ଅଟେ । ଏହି ବିକାଶକୁ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଏ କାରଣ ପାଙ୍ଗୋଙ୍ଗ ହ୍ରଦର ଉଭୟ ପାର୍ଶ୍ବରୁ ସୈନ୍ୟ ପ୍ରତ୍ୟାହାର ସତ୍ତ୍ବେ ହଟ୍ ସ୍ପ୍ରିଙ୍ଗ ଏବଂ ଗୋଗରା ହାଇଟ୍ସ ସମେତ ଅନେକ ସ୍ଥାନରେ ସୈନ୍ୟ ପ୍ରତ୍ୟାହାର ସମ୍ଭବ ହୋଇପାରିନାହିଁ । ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି ଆଲୋଚନା ।

ABOUT THE AUTHOR

...view details