ନୂଆଦିଲ୍ଲୀ:ମିଳିଲା ନିଖୋଜ ଅରୁଣାଚଳ ପୁଅମିରାମ ତାରୋନଙ୍କ ପତ୍ତା । ଗତ ଜାନୁଆରା ୨୦ ତାରିଖରେ ଚୀନ ପିପୁଲ୍ସ ଲିବରେସନ ଆର୍ମି ଅନୁପ୍ରବେଶ କରି ଅରୁଣାଚଳ ପ୍ରଦେଶ ଅପର ସିଆଙ୍ଗ ଜିଲ୍ଲାରୁ ଜଣେ ନାବାଳକଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ୧୭ ବର୍ଷୀୟ ମିରାମ ତାରୋନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା । ଅପହୃତର ୫ ଦିନ ପରେ ଆଜି ଚୀନ ସୀମାରୁ ଉଦ୍ଧାର ହୋଇଛନ୍ତି ମିରାମ ତାରୋନ । ଚୀନ ସେନା ଖୋଦ ଏ ନେଇ ସୂଚନା ଦେଇଛି ।
ମିରାମ ତାରୋନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଔପଚାରିକ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସୂଚନା ଦେଇଛନ୍ତି ତେଜପୁର ପ୍ରତିରକ୍ଷା ମନ୍ତ୍ରଣାଳୟ ପିଆରଓ ହର୍ଷବର୍ଦ୍ଧନ ପାଣ୍ଡେ । ଗତ ୧୯ ତାରିଖରେ ମିରାମ ତାରୋନଙ୍କୁ ଅପହରଣ କରି ନେଇଥିବାବେଳେ ତାଙ୍କର ଜଣେ ବନ୍ଧୁ ଜନି ୟାୟିଙ୍ଗ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ । ପିଏଲଏର ଏଭଳି କାର୍ଯ୍ୟ ସମ୍ପର୍କରେ ଜନି ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । ମିରାମ ଓ ଜନି ଜିଡୋ ଗ୍ରାମର ବାସିନ୍ଦା । ସେମାନେ ଶିକାର କରନ୍ତି । ସାଙ୍ଗପୋ ନଦୀ ଅରୁଣାଚଳକୁ ପ୍ରବେଶ କରିଥିବା ସ୍ଥାନ ନିକଟରେ ଏହି ଘଟଣା ଘଟିଥିବା କହିଥିଲେ ସେଠାକାର ଏମପି ତାପିର ଗାଓ ।