ଓଡିଶା

odisha

ETV Bharat / bharat

ପାଙ୍ଗୋଙ୍ଗ ହ୍ରଦର ଉତ୍ତର-ଦକ୍ଷିଣ ସୀମାରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ - ସେନା ପ୍ରତ୍ୟାହାର ପ୍ରସଙ୍ଗ

ପାଙ୍ଗୋଙ୍ଗ ହ୍ରଦର ଉତ୍ତର-ଦକ୍ଷିଣ ସୀମାନ୍ତରେ ଉଭୟ ଚୀନ ଭାରତୀୟ ସେନା ନିଜର ସୈନ୍ୟ ପ୍ରତ୍ୟାହାର ପ୍ରିକ୍ରିୟା ଆରମ୍ଭ । ଅଧିକ ପଢନ୍ତୁ...

ପାଙ୍ଗୋୟାଙ୍ଗ ହ୍ରଦର ଦକ୍ଷିଣ ଏବଂ ଉତ୍ତର ସୀମାରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲେ ଉଭୟ ଭାରତ ଓ ଚୀନ
ପାଙ୍ଗୋୟାଙ୍ଗ ହ୍ରଦର ଦକ୍ଷିଣ ଏବଂ ଉତ୍ତର ସୀମାରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲେ ଉଭୟ ଭାରତ ଓ ଚୀନ

By

Published : Feb 10, 2021, 6:48 PM IST

ଲଦାଖ: ପାଙ୍ଗୋଙ୍ଗ ହ୍ରଦର ଉତ୍ତର-ଦକ୍ଷିଣ ସୀମାନ୍ତରେ ଉଭୟ ଚୀନ ଭାରତୀୟ ସେନା ନିଜର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ନବମ ରାଉଣ୍ଡ ସାମରିକ କମାଣ୍ଡର ସ୍ତରୀୟ ଆଲୋଚନା ସମୟରେ ସହମତି ଅନୁଯାୟୀ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି ଦୁଇ ଦେଶ । ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଚୀନ ଗଣମାଧ୍ୟମ ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଚୀନର ସରକାରୀ ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ ଟାଇମ ପକ୍ଷରୁ ଏହି ଖବର ପ୍ରକାଶିତ ହୋଇଥିବା ଜଣାପଡିଛି । ପୂର୍ବରୁ ଦୁଇ ଦେଶ ମଧ୍ୟରେ ନବମ କମାଣ୍ଡର ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା ।

ପାଙ୍ଗୋୟାଙ୍ଗ ହ୍ରଦର ଦକ୍ଷିଣ ଏବଂ ଉତ୍ତର ସୀମାରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲେ ଉଭୟ ଭାରତ ଓ ଚୀନ

ଏହି ନିଷ୍ପତ୍ତି ଅନୁଯାୟୀ ଦୁଇ ଦେଶର ସେନା ନିଜର ସୈନ୍ୟ ପ୍ରତ୍ୟାହାର କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୂର୍ବରୁ ଦୁଇ ଦେଶର ସେନା ମଧ୍ଯରେ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିବାବେଳେ ଉକ୍ତ ସହମତି ପ୍ରକାଶ କରିଥିଲେ ଉଭୟ କର୍ତ୍ତୃପକ୍ଷ । ସହମତି ଆଧାରରେ ଦୁଇ ଦେଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଗତବର୍ଷ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଫଳରେ 20 ଭାରତୀୟ ସୈନ୍ୟ ସହୀଦ ହୋଇଥିବା ବେଳେ ଚୀନ ସେନାର ମୃତାହତଙ୍କ ସଂଖ୍ୟା ଲୁଚାଇଥିଲା ଚୀନ ସରକାର । ଉକ୍ତ ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବା ସହ ଦୁଇ ପକ୍ଷ ସୀମାରେ ନିଜର ଶକ୍ତି ବୃଦ୍ଧିକରିବା ଆରମ୍ଭ କରିଥିଲେ । ପରେ ଉକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ଆଲୋଚନା ଆରମ୍ଭ ହେବା ସହିତ ସୈନ୍ୟ ପ୍ରତ୍ୟାହାର ହେବା ନେଇ ସହମତି ପ୍ରକାଶ ପାଇଥିଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details