ଓଡିଶା

odisha

ETV Bharat / bharat

ଶାନ୍ତି ଆଲୋଚନାରୁ ଶିଖୁନାହିଁ ଚୀନ, LAC ରେ ଜାରି ରଖିଛି ନିର୍ମାଣକାର୍ଯ୍ୟ - LAC ରେ ଜାରି ରଖିଛି ନିର୍ମାଣ

ଗୋଟିଏ ପଟେ ଶାନ୍ତି ଆଲୋଚନା ଜାରି ରଖ । ଅନ୍ୟପଟେ ନିଜ ଉଦ୍ଦେଶ୍ୟକୁ ଜୋରଦାର କର । ଏହି ନୀତିରେ ଚାଲିଛି ଡ୍ରାଗନ । ପୂର୍ବ ଲଦାଖରେ ନିଜ ଉଦ୍ଦେଶ୍ୟକୁ ପୂରଣ ପାଇଁ ଜାରି ରଖିଛି ଜୋରଦାର ଉଦ୍ୟମ । ଅଧିକ ପଢନ୍ତୁ...

China's People's Liberation Army
China's People's Liberation Army

By

Published : Sep 16, 2021, 1:39 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ଶାନ୍ତି ଆଲୋଚନା ଜାରି ରଖ । ଅନ୍ୟପଟେ ନିଜ ଉଦ୍ଦେଶ୍ୟକୁ ଜୋରଦାର କର । ଏହି ନୀତିରେ ଚାଲିଛି ଡ୍ରାଗନ । ପୂର୍ବ ଲଦାଖରେ ନିଜ ଉଦ୍ଦେଶ୍ୟକୁ ପୂରଣ ପାଇଁ ଜାରି ରଖିଛି ଜୋରଦାର ଉଦ୍ୟମ । LAC ରେ ସ୍ଥିତି ସ୍ବାଭାବିକ ପାଇଁ ଉଭୟ ଦେଶର ସୈନ୍ୟସ୍ତରୀୟ ଆଲୋଚନା ଚାଲିଥିବା ବେଳେ ଗୁପ୍ତରେ ସୀମାକୁ ଲଗାଇ ନିଜ ଭିତ୍ତିଭୂମି ନିର୍ମାଣକ ଯୋରଦାର କରୁଛି ଚୀନ ।

ଭାରତ-ଚୀନ ପୂର୍ବ ଲଦାଖ ସମେତ ଅଞ୍ଚଲର ପ୍ରମୁଖ କ୍ଷେତ୍ରରୁ ନିଜ ନିଜ ପୂର୍ବ ସ୍ଥାନକୁ ଫେରିଯିବା ପାଇଁ ଉଭୟ ଦେଶର କ୍ରପ କମାଣ୍ଡରସ୍ତରୀୟ ଆଲୋଚନା ବେଳେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ପିପୁଲ୍ସ ଲିବ୍ରେସନ ଆର୍ମି ନିଜ LAC ଅଞ୍ଚଳରେ ନିଜର ନିର୍ମାଣ କାମ ଜାରି ରଖିଛି । ଯାହାର ତାଜା ଚିତ୍ର ଏବେ ସାଟେଲାଇଟ ଉତ୍ତୋଳନ କରିଛି । ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ ହେଉଛି କି ଚୀନ ଦେପସାଙ୍ଗ ଅଞ୍ଚଳରେ ସଡକ ନିର୍ମାଣ କରୁଛି ।

‘ଦ ହଂକଂ’ ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶିତ କରିଛି । ଦ ହଂକଂ ଏହାକୁ ନେଇ ଖବର ପ୍ରକାଶିତ କରି କହିଛି, ଚୀନର ଏହି ପଛୁଆ ଆକ୍ରମଣ ଭାରତ ପ୍ରତି ନିଜର ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ହେଉଛି । ରିପୋର୍ଟରେ ଏହାମଧ୍ୟ ଉଲ୍ଲେଖ ଅଛି କି ଚୀନ ଖାଲି ସଡକ ନିର୍ମାଣରେ ସୀମିତ ନାହିଁ । ରେଳ ଓ ପରିବହନ ସେବା ପାଇଁ ଭିତ୍ତିଭୂମି ନିର୍ମାଣ ପାଇଁ ଉଦ୍ୟମ କରୁଛି । ଗତ ବର୍ଷ ପାଙ୍ଗଗଙ୍ଗରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ଭୟଙ୍କର ଲଢେଇ ହୋଇଥିଲା । ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବେଳେ, ଚୀନ ଏଯାଏଁ ସତ କହୁନାହିଁ ତାହାର କେତେ ଯବାନ ସହିଦ ହୋଇଛନ୍ତି ।

‘ଦ ହଂକଂ’ କହିଛି ଚୀନ ସେନା ନିଜ ସୀମା ପଟେ ନିର୍ମାଣକୁ ଚଳିତ ବର୍ଷ ପ୍ରାରମ୍ଭରୁ ଜାରି ରଖିଛି । ଯାହା ବର୍ତ୍ତମାନ ସାଟେଲାଇଟରୁ ସ୍ପଷ୍ଟ ହେଉଛି । ଚୀନର ନିର୍ମାଣ ଭାରତ ସବୁଠାରୁ ଉଚ୍ଚତମ ଏୟାର ଷ୍ଟ୍ରିପ (ଡିବିଓ) ଠାରୁ ମାତ୍ର ୨୪ କିମି ଦୂର ଠାରୁ କରୁଛି । ଯେଉଁଥିରେ ବର୍ତ୍ତମାନ ସଡକର ସମ୍ପ୍ରସାରଣକୁ ଚୀନ ସେନା ଗୁରୁତ୍ବ ଦେଉଛି ।

ସେହିପରି ୧୭ ଅଗଷ୍ଟରେ ନିଆଯାଇଥିବା ସାଟେଲାଇଟ ଚିତ୍ର ଅନୁସାରେ ଏଲଏସିର ପଶ୍ଚିମ ପାର୍ଶ୍ବ ସମେତ ଦେପସାଙ୍ଗ ଅଞ୍ଚଳରେ ନିର୍ମାଣ କାମ ଜାରି ରଖିଛି ଚୀନ । ଏହାସହ ସମସ୍ତ ପୁରୁଣା ଓ ଦୁର୍ଗମ ରାସ୍ତାର ଉନ୍ନତି କରଣ କରୁଛି । କିପରି ଆବଶ୍ୟକ ସ୍ଥଳେ ଭାରତ ସୀମାକୁ ଅତି ସହଜରେ ଆସିପାରିବ ସେନେଇ ଡ୍ରାଗନ ଚଳାଇଛି ରଣନୀତି ।

ତେବେ ଏହାକୁ ନେଇ ଭାରତ ବାରମ୍ବାର ସୈନ୍ୟସ୍ତରୀୟ ବୈଠକରେ ଉଠାଇ ଆସୁଛି । ବର୍ତ୍ତମାନ କୌଣସି ବି ନିର୍ମାଣ କାମକୁ ଭାରତ ଗ୍ରହଣ କରିବା ନାହିଁ ବୋଲି ସ୍ପଷ୍ଟ କରିଛି । ଏହାସତ୍ବେ ଚୀନ ନିଜ ଉଦ୍ଦେଶ୍ୟରୁ ହଟୁନାହିଁ । ତେବେ ଚୀନର ଏପରି ନିର୍ମାଣକୁ ନେଇ ଭାରତର ଆଗାମୀ ପଦକ୍ଷେପ କଣ ହେଉଛି ତାହାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details