ଓଡିଶା

odisha

ଭାରତ ଆସୁଛନ୍ତି ଚୀନ ପ୍ରତିରକ୍ଷା ମନ୍ତ୍ରୀ, ରାଜନାଥଙ୍କ ସହ ହେବ ଆଲୋଚନା

By

Published : Apr 25, 2023, 9:33 PM IST

ଭାରତ ଆସୁଛନ୍ତି ଚୀନ ପ୍ରତିରକ୍ଷା ମନ୍ତ୍ରୀ । ରାଜନାଥ ସିଂଙ୍କ ସହ କରିବେ ଆଲୋଚନା ।ଏସସିଓ ବୈଠକରେ ସାମିଲ । ଅଧିକ ପଢନ୍ତୁ

China's Defence Minister To Hold Bilateral With Rajnath Singh On Thursday
China's Defence Minister To Hold Bilateral With Rajnath Singh On Thursday

ନୂଆଦିଲ୍ଲୀ:ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାରେ ଲାଗି ରହିଥିବା ବିବାଦ ମଧ୍ୟରେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଭାରତ ଗସ୍ତରେ ଆସୁଛନ୍ତି । ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ସାମିଲ ହେବାକୁ ଆସୁଥିବା ଚୀନ ବୈଦେଶିକ ମନ୍ତ୍ରୀ ଜେନେରାଲ ଲି.ଶାଙ୍ଗଫୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ସାମିଲ ହେବା ସହ ସୀମା ବିବାଦ ନେଇ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂଙ୍କ ସହ ଏକକ ଆଲୋଚନା କରିବା ନେଇ ସୂଚନା ମିଳିଛି । 2020 ଗଲଓ୍ବାନ ଘାଟି ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମ ଥର ପାଇଁ ଆଲୋଚନା ଟେବୁଲରେ ଏକାଠି ହେବାକୁ ଯାଉଛନ୍ତି ।

ନୂଆଦିଲ୍ଲୀରେ 27 ଓ 28 ରେ ଏହି ପ୍ରତିରକ୍ଷା ମନ୍ତ୍ରୀ ସମ୍ମିଳନୀ ହେବାକୁ ଯାଉଛି । ଏହି କ୍ରମରେ ସମ୍ମିଳନୀର ପ୍ରଥମ ଦିନ (27 ତାରିଖ) ରେ ଦୁଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବା ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଘନିଷ୍ଠ ସହଯୋଗୀ ଭାବେ ବିବେଚନା କରାଯାଉଥିବା ଜେନେରାଲ୍ ଲିଙ୍କ ଭାରତ ଗସ୍ତକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।

ଏହି ଗସ୍ତ ସମ୍ପର୍କରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି । ଡ୍ରାଗନ ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ଆମନ୍ତ୍ରଣ କ୍ରମେ ଚୀନ୍ ଷ୍ଟେଟ କାଉନସିଲର ତଥା ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ଲି ଶାଙ୍ଗଫୁ 27 ଓ 28 ରେ ନୂଆଦିଲ୍ଲୀରେ ହେବାକୁ ଥିବା SCO ସଦସ୍ୟ ରାଷ୍ଟ୍ର ପ୍ରତିରକ୍ଷା ମନ୍ତ୍ରୀ ପରିଷଦର ବୈଠକରେ ଅଂଶଗ୍ରହଣ କରିବେ । ଏବେ ଦୁଇ ଦେଶର ସୀମାରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ସମ୍ପର୍କରେ ଆଲୋଚନା ହିଁ ମୁଖ୍ୟ ବିଷୟ ହେବ । ସେହିପରି ଉଭୟ ନେତାଙ୍କ ମଧ୍ୟରେ ଅନ୍ୟ କିଛି ପ୍ରସଙ୍ଗ ମଧ୍ୟ ଆଲୋଚନାର ସ୍ଥାନ ପାଇପାରେ ।

ଏବେ ଉଭୟ ସେନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ହ୍ରାସ କରିବା ପାଇଁ ଦୁଇ ଦେଶର ସେନା ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଜାରି ରହିଛି । ଫରଓ୍ବାଡ ପୋଷ୍ଟ ବା ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ସେନା ଅପସାରଣ ପାଇଁ ଉଭୟ ଦେଶ ସହମତି ପ୍ରକାଶ କରି ସାରିଛନ୍ତି । କିଛି ବିବାଦୀୟ ସ୍ଥାନରୁ ଦୁଇ ଦେଶ ସେନା ମଧ୍ୟ ପ୍ରତ୍ୟାହାର ମଧ୍ୟ କରି ସାରିଛନ୍ତି । ଏବେ ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଆଲୋଚନା ଟେବୁଲରେ ଏକାଠି ହେବାକୁ ଯାଉଛନ୍ତି ।

ନିକଟରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ନିଜ ଚୀନ ପ୍ରତିପକ୍ଷଙ୍କ ସହ କଥା ହୋଇସାରିଛନ୍ତି । ଗତ ମାସର 2 ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଚୀନ୍ ପ୍ରତିପକ୍ଷ ଚିନ୍ କାଙ୍ଗଙ୍କ ସହ ନୂଆଦିଲ୍ଲୀରେ ଜି-20 ଶିଖର ସମ୍ମିଳନୀରେ ଆଲୋଚନା କରିଥିଲେ । ଉଭୟଙ୍କ ଆଲୋଚନାରେ ଅନ୍ୟାନ୍ୟ ଦ୍ବିପାକ୍ଷିକ ପ୍ରସଙ୍ଗ ସହ ସୀମା ବିବାଦ ସମ୍ପର୍କରେ ମତ ବିନିମୟ ମଧ୍ୟ ହୋଇଥିଲା । ଏହି ପ୍ରତିରକ୍ଷା ମନ୍ତ୍ରୀ ସ୍ତରରେ ଆଲୋଚନା ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details